Advertisment

ଚତୁର୍ଥ ଥର ବି କନିକା କରୋନା ପଜିଟିଭ୍

ନୂଆଦିଲ୍ଲୀ:ଲୋକପ୍ରିୟ ବଲିଉଡ୍ ଗାୟିକା କନିକା କପୁରଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଚତୁର୍ଥ ଥର ମଧ୍ୟ କନିକା କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏନେଇ ତାଙ୍କ ପରିବାର ଲୋକେ ଖୁବ୍ ବ୍ୟସ୍ତ ହୋଇପଡ଼ିଛନ୍ତି। କନିକା ବର୍ତ୍ତମାନ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସରେ ଚିକିତ୍ସିତ ହେଉଛନ୍ତି। https://www.instagram.com/p/B9exyuhlHPm/?utm_source=ig_web_copy_link ଆଇଏଏନଏସର ତଥ୍ୟ ଅନୁଯାୟୀ, କନିକାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ତାଙ୍କ ପରିବାର ଲୋକେ ଖୁବ୍ ଚିନ୍ତିତ ହୋଇପଡ଼ିଛନ୍ତି। ସେମାନଙ୍କ କହିବା ହେଲା, କନିକାଙ୍କୁ ଆବଶ୍ୟକ […]

ଅଦ୍ୟତନ ହୋଇଛି
ଚତୁର୍ଥ ଥର ବି କନିକା କରୋନା ପଜିଟିଭ୍

Kanika kapoor

Advertisment

ନୂଆଦିଲ୍ଲୀ:ଲୋକପ୍ରିୟ ବଲିଉଡ୍ ଗାୟିକା କନିକା କପୁରଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଚତୁର୍ଥ ଥର ମଧ୍ୟ କନିକା କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଏନେଇ ତାଙ୍କ ପରିବାର ଲୋକେ ଖୁବ୍ ବ୍ୟସ୍ତ ହୋଇପଡ଼ିଛନ୍ତି। କନିକା ବର୍ତ୍ତମାନ ସଞ୍ଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସରେ ଚିକିତ୍ସିତ ହେଉଛନ୍ତି।

Advertisment

https://www.instagram.com/p/B9exyuhlHPm/?utm_source=ig_web_copy_link

ଆଇଏଏନଏସର ତଥ୍ୟ ଅନୁଯାୟୀ, କନିକାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ତାଙ୍କ ପରିବାର ଲୋକେ ଖୁବ୍ ଚିନ୍ତିତ ହୋଇପଡ଼ିଛନ୍ତି। ସେମାନଙ୍କ କହିବା ହେଲା, କନିକାଙ୍କୁ ଆବଶ୍ୟକ ଚିକିତ୍ସା କରାଯାଉନାହିଁ। ଆଉ ଏହି ଲକଡାଉନ୍ ପରିସ୍ଥିତିରେ ଆମେ ତାଙ୍କୁ ଭଲ ସ୍ଥାନରେ ଚିକିତ୍ସା କରିବାକୁ ଏୟାରଲିଫ୍ଟ ବି କରିପାରିବୁ ନାହିଁ। ଆମେ କେବଳ ସେ ଜଲଦି ସୁସ୍ଥ ହୋଇଯାଆନ୍ତୁ ଏହା ହିଁ ପ୍ରାର୍ଥନା କରିପାରିବୁ ବୋଲି କନିକାଙ୍କ ଘର ଲୋକ କହିଛନ୍ତି। ଅନ୍ୟପଟେ କନିକାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ କହିବା ହେଲା, ଏହା ପୂର୍ବରୁ ମଧ୍ୟ ତିନି ଥର କନିକାଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିସାରିଛି। ତେବେ କନିକାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସେମାନେ ସ୍ପଷ୍ଟ କରିଛନ୍ତି।

https://www.instagram.com/p/B5pcfnHle3k/?utm_source=ig_web_copy_link

ପ୍ରକାଶ ଥାଉ କି, କନିକା କପୁର ମାର୍ଚ୍ଚ ୯ରେ ଲଣ୍ଡନରୁ ଭାରତ ଫେରିଥିଲେ। ଏହାପରେ ସେ ଅନେକ ପାର୍ଟିରେ ଯୋଗ ଦେଇଛନ୍ତି। ତେବେ ସେ କରୋନା ସଂକ୍ରମିତ ଥିବା ଜାଣି ମଧ୍ୟ ଲୋକଙ୍କ ସହ ମିଳାମିଶା କରିବା ସହ ଏକ ହୋଟେଲରେ ରହିଥିବା କୁହାଯାଉଛି। ଏହାପରେ ୨୦ ମାର୍ଚ୍ଚରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଆଇସୋଲେସନରେ ରଖାଯାଇଛି। ତେବେ କନିକା ଜଣେ ରୋଗୀ ଭଳି ନୁହେଁ, ବରଂ ସେଲିବ୍ରିଟି ଭଳି ନଖରା ଦେଖାଉଛନ୍ତି ଏବଂ ଚିକିତ୍ସା ପ୍ରକ୍ରିୟାରେ ସହଯୋଗ କରୁ ନ ଥିବା ଡାକ୍ତରମାନେ ଅଭିଯୋଗ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe