Advertisment

ଧୋକ୍କା ଦେଲେ ସହଯୋଗୀ, ଚାଲିଗଲା ଡିଏସପିଙ୍କ ଜୀବନ

କାନପୁର: ଉତ୍ତର ପ୍ରଦେଶ କାନପୁରରେ ଅପରାଧୀଙ୍କୁ ଗିରଫ କରିବାକୁ ଯାଇ ଶହୀଦ ହୋଇଥିବା ୮ ପୁଲିସ ମାମଲାରେ ନୂଆ ଖୁଲାସା ହୋଇଛି। ପୁଲିସ ଅପରାଧୀଙ୍କ ଜାଲରେ ଫସିବା ପଛର କାରଣ ସହଯୋଗୀ ପୁଲିସ ବୋଲି ଜଣାପଡ଼ିଛି। ଏହି ଘଟଣା ପଛର ମାଷ୍ଟର ମାଇଣ୍ଡ କୁଖ୍ୟାତ କ୍ରିମିନାଲ ବିକାଶ ଦୁବେ ବୋଲି ଜଣାପଡ଼ିଛି। ତା’ନାମରେ ୭୦ରୁ ଅଧିକ ମାମଲା ରହିଛି। ପୁଲିସ ଏବେ ବିକାଶ ଦୁବେକୁ ଖୋଜୁଥିବା ଜଣାପଡ଼ିଛି। ଅପରାଧୀ ବିକାଶର କଲ ରେକର୍ଡରୁ ଜଣାପଡ଼ିଛି ଯେ, ସେ […]

ଅଦ୍ୟତନ ହୋଇଛି
ଧୋକ୍କା ଦେଲେ ସହଯୋଗୀ, ଚାଲିଗଲା ଡିଏସପିଙ୍କ ଜୀବନ

up police murder

Advertisment

କାନପୁର: ଉତ୍ତର ପ୍ରଦେଶ କାନପୁରରେ ଅପରାଧୀଙ୍କୁ ଗିରଫ କରିବାକୁ ଯାଇ ଶହୀଦ ହୋଇଥିବା ୮ ପୁଲିସ ମାମଲାରେ ନୂଆ ଖୁଲାସା ହୋଇଛି। ପୁଲିସ ଅପରାଧୀଙ୍କ ଜାଲରେ ଫସିବା ପଛର କାରଣ ସହଯୋଗୀ ପୁଲିସ ବୋଲି ଜଣାପଡ଼ିଛି। ଏହି ଘଟଣା ପଛର ମାଷ୍ଟର ମାଇଣ୍ଡ କୁଖ୍ୟାତ କ୍ରିମିନାଲ ବିକାଶ ଦୁବେ ବୋଲି ଜଣାପଡ଼ିଛି। ତା’ନାମରେ ୭୦ରୁ ଅଧିକ ମାମଲା ରହିଛି।

Advertisment

ପୁଲିସ ଏବେ ବିକାଶ ଦୁବେକୁ ଖୋଜୁଥିବା ଜଣାପଡ଼ିଛି। ଅପରାଧୀ ବିକାଶର କଲ ରେକର୍ଡରୁ ଜଣାପଡ଼ିଛି ଯେ, ସେ ଅନେକ ପୁଲିସ ଅଫିସରଙ୍କ ସହ ଯୋଗାଯୋଗରେ ଥିଲା। ତେଣୁ ସେ ୮ ପୁଲିସ କର୍ମଚାରୀଙ୍କୁ ନିଜ ଜାଲରେ ଫସାଇ ଦେଇଥିଲା ବିକାଶ। ଛୋବେପୁର ପୁଲିସ ଷ୍ଟେସନର ଷ୍ଟେସନ ଅଫିସର ବିନୟ ତିଓ୍ୱାରୀ ବିକାଶ ଦୁବେକୁ ପୁଲିସର ଗତିବିଧି ବାବଦରେ ସୂଚନା ଦେଉଥିବା ଜଣାପଡ଼ିଛି। ଏବେ ସଂପୃକ୍ତ ପୁଲିସ ଅଫିସରକୁ ନିଲମ୍ୱନ କରିଛନ୍ତି ସରକାର। ଏଥିସହ ଅଟକ ରଖାଯାଇଛି।

ଶୁକ୍ରବାର ବିକାଶ ଦୁବେ ରହୁଥିବା ସ୍ଥାନରେ ପୁଲିସ୍ ରେଡ୍ କରିବାକୁ ଯାଉଥିଲା। ଯେଉଁଠାରେ ବିକାଶ ଦୁବେଙ୍କ ସମ୍ପର୍କୀୟ ମାନେ ରୁହନ୍ତି। ପୁଲିସ ଗାଡ଼ି ଗାଁରେ ପହଞ୍ଚିବା ପୂର୍ବରୁ ଜେସିବି ମେସିନ ରଖି ପ୍ରବେଶ କରିବାକୁ ଅନୁମତି ଦେଇନଥିଲା। ଏହାପରେ ଛାତ ଉପରୁ ରହି ପୁଲିସ ଉପରକୁ ଗୁଳି ଚଳାଇଥିଲା ବିକାଶ ଏବଂ ତାର ସହଯୋଗୀ। ଏହି ମାମଲାରେ ପୁଲିସ ଆଉ ୩୦ ଜଣଙ୍କୁ ଅଟକ ରଖିଛି। ପୁଲିସ ସେମାନଙ୍କୁ ପଚରା ଉଚରା କରୁଛି। ମୋବାଇଲ୍ କଲ୍ ସବିଶେଷ ତଥ୍ୟ ଆଧାରରେ ପୁଲିସ ଏହି ଲୋକଙ୍କୁ ଉଠାଇ ନେଇଛି।

Advertisment

ଗତ ୨୪ ଘଣ୍ଟା ମଧ୍ୟରେ ବିକାଶ ଦୁବେ ଏହି ଲୋକଙ୍କ ସହ କଥାବାର୍ତ୍ତା କରିଥିଲା। ଯେଉଁଥିରେ କିଛି ପୁଲିସଙ୍କ ନମ୍ୱର ମଧ୍ୟ ରହିଛି। ବର୍ତ୍ତମାନ ପୁଲିସର ସନ୍ଦେହ ଘେରରେ ଜଣେ କନଷ୍ଟେବଳ ଏବଂ ହୋମ ଗାର୍ଡ ରହିଛନ୍ତି। ଏହି ତିନି ଜଣଙ୍କ କଲ୍ ଡିଟେଲ୍ସକୁ ଆଧାର କରି ପୁଲିସ ଜେରା କରୁଛି।

ଅନ୍ୟପଟେ ଉତ୍ତରପ୍ରଦେଶ ପୁଲିସ ବିଥୁରରେ ବିକାଶ ଦୁବେଙ୍କ ଘରକୁ ଭାଙ୍ଗି ଦେଇଛି। ଘର ଭାଙ୍ଗିବା ପାଇଁ ଜେସିବି ମେସିନ୍ ଲଗାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe