Advertisment

'ଆତ୍ମନିର୍ଭର ଭାରତ ଏକ ବିଶ୍ୱାସଘାତ'

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଏବେ କରୋନା ସଙ୍କଟ ହନ୍ତସନ୍ତ କରୁଛି। ଏଭଳି ପରିସ୍ଥିତିରେ ଭାରତରେ ମଧ୍ୟ କରୋନା ଦାଉ ଦିନକୁ ଦିନ ବଢ଼ିଚାଲିଛି। ଲକଡାଉନ ଅବଧି ଭିତରେ ଦେଶର ଆର୍ଥିକ ସ୍ଥିତି ଦୋହଲିଯାଇଛି। ଏହାକୁ ସାମାନ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ଆତ୍ମନିର୍ଭର ଭାରତ ଯୋଜନା ମଧ୍ୟ ଆରମ୍ଭ ହୋଇଛି। ତେବେ ଏହାକୁ ନେଇ ବିରୋଧୀ କଂଗ୍ରେସ ପକ୍ଷରୁ ଲଗାତର ସମାଲୋଚନା କରାଯାଉଛି। ଏବେ ପୁଣି ବରିଷ୍ଠ କଂଗ୍ରେସ […]

'ଆତ୍ମନିର୍ଭର ଭାରତ ଏକ ବିଶ୍ୱାସଘାତ'

kapil-sibal

Advertisment

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଏବେ କରୋନା ସଙ୍କଟ ହନ୍ତସନ୍ତ କରୁଛି। ଏଭଳି ପରିସ୍ଥିତିରେ ଭାରତରେ ମଧ୍ୟ କରୋନା ଦାଉ ଦିନକୁ ଦିନ ବଢ଼ିଚାଲିଛି। ଲକଡାଉନ ଅବଧି ଭିତରେ ଦେଶର ଆର୍ଥିକ ସ୍ଥିତି ଦୋହଲିଯାଇଛି। ଏହାକୁ ସାମାନ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ପଦକ୍ଷେପ ନେଇଛନ୍ତି। ଏହି କ୍ରମରେ ଆତ୍ମନିର୍ଭର ଭାରତ ଯୋଜନା ମଧ୍ୟ ଆରମ୍ଭ ହୋଇଛି। ତେବେ ଏହାକୁ ନେଇ ବିରୋଧୀ କଂଗ୍ରେସ ପକ୍ଷରୁ ଲଗାତର ସମାଲୋଚନା କରାଯାଉଛି। ଏବେ ପୁଣି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବ୍ବଲ ଆତ୍ମନିର୍ଭର ଭାରତ ଯୋଜନାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି।

Advertisment

ସିବ୍ବଲ କହିଛନ୍ତି, ଆତ୍ମନିର୍ଭର ଭାରତ ପାଇଁ ସରକାର ବିଶ୍ୱବିଦ୍ୟାଳୟ ସ୍ତରରେ ଅନୁସନ୍ଧାନ ଏବଂ ବିକାଶ ଅର୍ଥାତ୍ ରିସର୍ଚ୍ଚ ଏବଂ ଡେଭେଲପମେଣ୍ଟର ସୁବିଧା ବୃଦ୍ଧି କରିବା ଉଚିତ୍। ଅନ୍ୟଥା ଭାରତ ଆତ୍ମନିର୍ଭର ହୋଇପାରିବ ନାହିଁ। ଆମର ଅନୁସନ୍ଧାନ ଓ ବିକାଶ ଖର୍ଚ୍ଚ ଜିଡିପିର ପ୍ରାୟ ୦.୭ ପ୍ରତିଶତ ଅଟେ। ତେବେ ଇଜ୍ରାଏଲରେ ୪.୬ ପ୍ରତିଶତ, କୋରିଆରେ ୪.୫ ପ୍ରତିଶତ, ଜର୍ମାନୀରେ ୩ ପ୍ରତିଶତ ଏବଂ ଫ୍ରାନ୍ସରେ ୨.୨ ପ୍ରତିଶତ ବିକାଶ ଓ ଅନୁସନ୍ଧାନ କ୍ଷେତ୍ରରେ ଖର୍ଚ୍ଚ ହୋଇଥାଏ। ଏଣୁ ଏହାର ପରିମାଣ ଆମକୁ ବଢ଼ାଇବାକୁ ହେବ ବୋଲି ସିବ୍ବଲ କହିଛନ୍ତି।

ସିବ୍ବଲ ପୁଣି କହିଛନ୍ତି, ସରକାରଙ୍କ ଆତ୍ମନିର୍ଭର ଭାରତ ଏକ ବିଶ୍ୱାସଘାତ ବ୍ୟତୀତ ଆଉ କିଛି ନୁହେଁ। ଏହା ଏକ ଜୁମଲା। ଓ୍ୱାର୍ଲଡ୍ ଇକୋନୋମିକ୍ ଫୋରମର ବିଶ୍ୱ ପ୍ରତିଯୋଗିତାର ରାକିଂରେ ଭାରତ ୧୦ ରାଙ୍କ୍ ତଳକୁ ଖସିଆସିଛି। ପ୍ରମୁଖ ବହୁରାଷ୍ଟ୍ରିୟ କମ୍ପାନୀଗୁଡ଼ିକର ସିଇଓ ଭାରତୀୟ ମୂଳର ଅଟନ୍ତି। ଆମେ ସେମାନଙ୍କ ବିଷୟରେ ସ୍ପଷ୍ଟ ହୋଇପାରିବା। ହେଲେ ସ୍ଥାନୀୟ ବିଷୟ କ'ଣ? ବୋଲି ସିବ୍ବଲ ପ୍ରଶ୍ନ କରିଛନ୍ତି।

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରବାସୀ ଶ୍ରମିକଙ୍କ ଦୁର୍ଦଶାକୁ ସରକାର ଦେଖିପାରୁ ନାହାନ୍ତି। ସେହିପରି ମେକ୍ ଇନ୍ ଇଣ୍ଡିଆ ଅନୁଯାୟୀ ମୋବାଇଲ୍ ଫୋନ୍ ନିର୍ମାଣ ଏଠାରେ କରାଯାଇପାରୁନି, ହେଲେ ଆସେମ୍ୱଲ କରାଯାଉଛି। କେବଳ ୩୦ ପ୍ରତିଶତ କାମ ଏଠାରେ ହେଉଛି ବୋଲି କହି ମୋଦି ସରକାରଙ୍କୁ ସମାଲୋଚନା କରିଛନ୍ତି ସିବ୍ବଲ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe