Advertisment

କର୍ଣ୍ଣାଟକ ପୌର ନିର୍ବାଚନ: କଂଗ୍ରେସ୍‌ଠାରୁ ପଛରେ ପଡ଼ିଲା ବିଜେପି

ବେଙ୍ଗାଲୁରୁ(ଓଡ଼ିଶା ରିପୋର୍ଟର୍‌): ଅଗଷ୍ଟ ୩୧ ତାରିଖରେ ହୋଇଥିବା କର୍ଣ୍ଣାଟକ ପୌର ନିର୍ବାଚନ ଫଳାଫଳ ଆଜି ଘୋଷଣା ଚାଲିଛି। ଦିନ ଗୋଟାଏ ସୁଦ୍ଧା ଘୋଷିତ ଫଳାଫଳ ଅନୁସାରେ, କଂଗ୍ରେସ୍‌ ସର୍ବାଧିକ ୯୫୪ ସିଟ୍‌ ପାଇ ୧ ନମ୍ବର ଆସନରେ ରହିଥିବା ବେଳେ ବିଜେପି ୯୦୫ଟି ଆସନରେ ବିଜୟୀ ହୋଇ ଦ୍ୱିତୀୟ ସ୍ଥାନରେ ରହିଛି। ସେହିଭଳି ଜେଡିଏସ୍‌ ୩୬୪ ଟି ସିଟ୍‌ ଅକ୍ତିଆର୍ କରିଥିବାବେଳେ ସ୍ୱାଧୀନ ପ୍ରାର୍ଥୀମାନେ ୧୯୫ ସିଟ୍‌ ହାସଲ୍ କରିଛନ୍ତି।  ଦିନ ଗୋଟାଏ ସୁଦ୍ଧା ୨,୭୦୯ ସିଟ୍‌ରୁ […]

author-image
Abinash Pati
ଅଦ୍ୟତନ ହୋଇଛି
କର୍ଣ୍ଣାଟକ ପୌର ନିର୍ବାଚନ: କଂଗ୍ରେସ୍‌ଠାରୁ ପଛରେ ପଡ଼ିଲା ବିଜେପି

amit

ବେଙ୍ଗାଲୁରୁ(ଓଡ଼ିଶା ରିପୋର୍ଟର୍‌): ଅଗଷ୍ଟ ୩୧ ତାରିଖରେ ହୋଇଥିବା କର୍ଣ୍ଣାଟକ ପୌର ନିର୍ବାଚନ ଫଳାଫଳ ଆଜି ଘୋଷଣା ଚାଲିଛି। ଦିନ ଗୋଟାଏ ସୁଦ୍ଧା ଘୋଷିତ ଫଳାଫଳ ଅନୁସାରେ, କଂଗ୍ରେସ୍‌ ସର୍ବାଧିକ ୯୫୪ ସିଟ୍‌ ପାଇ ୧ ନମ୍ବର ଆସନରେ ରହିଥିବା ବେଳେ ବିଜେପି ୯୦୫ଟି ଆସନରେ ବିଜୟୀ ହୋଇ ଦ୍ୱିତୀୟ ସ୍ଥାନରେ ରହିଛି।

Advertisment

ସେହିଭଳି ଜେଡିଏସ୍‌ ୩୬୪ ଟି ସିଟ୍‌ ଅକ୍ତିଆର୍ କରିଥିବାବେଳେ ସ୍ୱାଧୀନ ପ୍ରାର୍ଥୀମାନେ ୧୯୫ ସିଟ୍‌ ହାସଲ୍ କରିଛନ୍ତି।  ଦିନ ଗୋଟାଏ ସୁଦ୍ଧା ୨,୭୦୯ ସିଟ୍‌ରୁ ୨,୫୯୨ ସିଟ୍‌ର ଫଳାଫଳ ଘୋଷଣା ହୋଇଛି।

ଆଗଷ୍ଟ ୩୧ ତାରିଖରେ ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ୨୧ ଜିଲ୍ଲାର ୧୦୫ଟି ପୌରପାଳିକାରେ ନିର୍ବାଚନ ହୋଇଥିଲା। ଏଥିରେ ୨୯ଟି ସହର ପୌରପାଳିକା, ୫୩ ଟାଉନ୍‌ ଓ ୨୩ ଟାଉନ୍ ପଞ୍ଚାୟତ ସାମିଲ୍‌ ହୋଇଥିଲା।

Advertisment