Advertisment

କର୍ଣ୍ଣାଟକର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଏଫଆଇଆର

ବେଙ୍ଗଲୁରୁ: ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକର ଲୋକାୟୁକ୍ତ ପୋଲିସ ରାଜ୍ୟର ଦୁଇ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ଦା ଓ ଏଚ.ଡି କୁମାରସ୍ୱାମୀଙ୍କ ବିରୁଦ୍ଧରେ ଏଫଆଇଆର୍ ରୁଜୁ କରିଛି। ଜୟକୁମାର ହିରେମାଥ୍ ନାମକ ଜଣେ ସାମାଜିକ କର୍ମୀଙ୍କ ଅଭିଯୋଗକ୍ରମେ ଏହି ଏଫଆଇଆର ରୁଜୁ କରାଯାଇଛି। ଏକ ଏକରର ଗୋଟିଏ ଜମି ନେଇ ଏହି ମାମଲା ରୁଜୁ କରାଯାଇଛି। ଏହି ଜମିକୁ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିଲା। କିନ୍ତୁ ପରେ ଏହି ଜମିକୁ ଜଣେ ମହିଳାଙ୍କ ନାଁରେ କରାଯାଇଥିଲା। ଉକ୍ତ […]

କର୍ଣ୍ଣାଟକର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଏଫଆଇଆର

yeddykumaraswamy

Advertisment

ବେଙ୍ଗଲୁରୁ: ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକର ଲୋକାୟୁକ୍ତ ପୋଲିସ ରାଜ୍ୟର ଦୁଇ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ଦା ଓ ଏଚ.ଡି କୁମାରସ୍ୱାମୀଙ୍କ ବିରୁଦ୍ଧରେ ଏଫଆଇଆର୍ ରୁଜୁ କରିଛି। ଜୟକୁମାର ହିରେମାଥ୍ ନାମକ ଜଣେ ସାମାଜିକ କର୍ମୀଙ୍କ ଅଭିଯୋଗକ୍ରମେ ଏହି ଏଫଆଇଆର ରୁଜୁ କରାଯାଇଛି। ଏକ ଏକରର ଗୋଟିଏ ଜମି ନେଇ ଏହି ମାମଲା ରୁଜୁ କରାଯାଇଛି। ଏହି ଜମିକୁ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିଲା। କିନ୍ତୁ ପରେ ଏହି ଜମିକୁ ଜଣେ ମହିଳାଙ୍କ ନାଁରେ କରାଯାଇଥିଲା। ଉକ୍ତ ମହିଳା ଜଣଙ୍କ ୟେଦୁରପ୍ପାଙ୍କ ଶାଶୂ ବୋଲି ଦାବି କରିଛନ୍ତି ଜୟକୁମାର। ବି.ଏସ ୟେଦୁରପ୍ପା ଭାଜପାର ହୋଇଥିବା ବେଳେ କୁମାରସ୍ୱାମୀ ହେଉଛନ୍ତି ଜନତା ଦଳ (ଧର୍ମନିରପେକ୍ଷ)ର।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe