Advertisment

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ

ବେଙ୍ଗାଲୁରୁ: କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ପରେ ବିଜେପିର ଆଉ ଜଣେ ବରିଷ୍ଠ ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା ରବିବାର ବିଳମ୍ବିତ ରାତିରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏବେ ସେ ଭଲ ଅଛନ୍ତି କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏହି ୭୭ ବର୍ଷୀୟ ନେତା କହିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, “ମୁଁ କରୋନା ପରୀକ୍ଷା କରିବାରୁ ପଜିଟିଭ୍ ଆସିଛି। […]

ଅଦ୍ୟତନ ହୋଇଛି
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ

Yediyurappa-coronavirus-positive

Advertisment

ବେଙ୍ଗାଲୁରୁ: କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ ପରେ ବିଜେପିର ଆଉ ଜଣେ ବରିଷ୍ଠ ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦ୍ୟୁରପ୍ପା ରବିବାର ବିଳମ୍ବିତ ରାତିରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏବେ ସେ ଭଲ ଅଛନ୍ତି କିନ୍ତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଏହି ୭୭ ବର୍ଷୀୟ ନେତା କହିଛନ୍ତି।

Advertisment

ସେ ଟ୍ୱିଟ୍ କରି ଲେଖିଛନ୍ତି, "ମୁଁ କରୋନା ପରୀକ୍ଷା କରିବାରୁ ପଜିଟିଭ୍ ଆସିଛି। ମୁଁ ସୁସ୍ଥ ଅଛି। ଡାକ୍ତରଙ୍କ ସୁପାରିଶ କ୍ରମେ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁମାନେ ମୋର ସଂସ୍ପର୍ଶରେ ଆସିଛନ୍ତି, ସେମାନେ ପରୀକ୍ଷା କରାଇନେବା ସହିତ ଏକାନ୍ତବାସରେ ନିଜକୁ ରଖିବା ପାଇଁ ମୁଁ ଅନୁରୋଧ କରୁଛି।”

ସୂଚନାଯୋଗ୍ୟ, ରବିବାର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଟ୍ୱିଟ୍ କରି କହିଥିଲେ। ଏବେ ସେ ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେହିପରି ତାମିଲନାଡୁ ରାଜ୍ୟପାଳ ବନଓ୍ୱାରିଓ୍ୱାଲ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

Advertisment

ଗତ ସପ୍ତାହରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ଏବେ ସେ ସୁସ୍ଥ ଅଛନ୍ତି। ଟ୍ୱିଟ୍ କରି ଅମିତ ଶାହଙ୍କ ଆରୋଗ୍ୟ କାମନା କରିଛନ୍ତି ଶିବରାଜ।

Corona Cases In India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe