/odisha-reporter/media/post_attachments/uploads/2015/10/j-and-k-baramulla-encounter-650-pti_650x400_41440679188.jpg)
j-and-k-baramulla-encounter-650-pti_650x400_41440679188
ଶ୍ରୀନଗର: କାଶ୍ମୀରର ହନ୍ଦୱାଡାରେ ଭାରତୀୟ ସେନା ଓ ଆତଙ୍କବାଦୀ ମଧ୍ୟରେ ଚାଲିଥିବା ଗୁଳିବିନିମୟ ୩ୟ ଦିନରେ ପହଞ୍ଚିଛି । ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏହି ଗୁଳିବିନିମୟରେ ଏପର୍ଯ୍ୟନ୍ତ ୪ଜଣ ଯବାନ ଶହୀଦ ହୋଇସାରିଲେଣି । ଘଞ୍ଚ ଜଙ୍ଗଲର ଫାଇଦା ନେଇ ଆତଙ୍କୀମାନେ ଆକ୍ରମଣ କରିଥିଲେ, ଯେତେବେଳେ ସେନା ଅଞ୍ଚଳକୁ ଘେରାଉ କରି ରଖିଥିଲା । ଅଞ୍ଚଳରେ ଆତଙ୍କବାଦୀମାନେ ଥିବା ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ସେନା ସନ୍ଦେହ କରୁଥିଲା ପାକିସ୍ତାନରେ ୧୭ଟି ଆତଙ୍କବାଦୀ ଶିବିରରେ ପ୍ରାୟ ଏକ ହଜାର ଆତଙ୍କୀ ଟ୍ରେନିଂ ନେଉଛନ୍ତି । ଯେଉଁମାନେ ଭାରତ ମଧ୍ୟକୁ ପ୍ରବେଶ କରି ଏଭଳି ଆକ୍ରମଣ କରୁଥିବା ଜଣାପଡିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
