Advertisment

ଭାଙ୍ଗିଲା ତେଲେଙ୍ଗାନା ବିଧାନସଭା, କାର୍ଯ୍ୟକାଳ ଆହୁରି ୧୦ ମାସ ଥିଲା

ହାଇଦ୍ରାବାଦ: ତେଲେଙ୍ଗାନାରେ ଆଗୁଆ ନିର୍ବାଚନ କରିବାକୁ ଶେଷରେ ପଥ ପରିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ(କେସିଆର୍‌)। ତେଲେଙ୍ଗାନାର କ୍ଷମତାସୀନ ଟିଆର୍‌ଏସ୍‌ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆହୁରି ୧୦ ମାସ ବାକି ଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ କେସିଆର୍‌ ରାଜ୍ୟପାଳଙ୍କୁ ଭେଟି ବିଧାନସଭା ଭାଙ୍ଗିବାକୁ ସୁପାରିସ୍‌ କରିଛନ୍ତି।  ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂହା କେସିଆର୍‌ଙ୍କ ସୁପାରିସ୍‌ ଗ୍ରହଣ କରିବା ସହ ଆଗୁଆ ବିଧାନସଭା ଭାଙ୍ଗିଲା ବୋଲି ଘୋଷଣା କରିଛନ୍ତି। କିନ୍ତୁ ନିର୍ବାଚନ ଯାଏ କେସିଆର୍‌ ହିଁ ରାଜ୍ୟର […]

ଅଦ୍ୟତନ ହୋଇଛି
ଭାଙ୍ଗିଲା ତେଲେଙ୍ଗାନା ବିଧାନସଭା, କାର୍ଯ୍ୟକାଳ ଆହୁରି ୧୦ ମାସ ଥିଲା

kcr1

Advertisment
ହାଇଦ୍ରାବାଦ: ତେଲେଙ୍ଗାନାରେ ଆଗୁଆ ନିର୍ବାଚନ କରିବାକୁ ଶେଷରେ ପଥ ପରିଷ୍କାର କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ(କେସିଆର୍‌)। ତେଲେଙ୍ଗାନାର କ୍ଷମତାସୀନ ଟିଆର୍‌ଏସ୍‌ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଆହୁରି ୧୦ ମାସ ବାକି ଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ କେସିଆର୍‌ ରାଜ୍ୟପାଳଙ୍କୁ ଭେଟି ବିଧାନସଭା ଭାଙ୍ଗିବାକୁ ସୁପାରିସ୍‌ କରିଛନ୍ତି। 
Advertisment
ରାଜ୍ୟପାଳ ଇଏସ୍‌ଏଲ୍‌ ନରସିଂହା କେସିଆର୍‌ଙ୍କ ସୁପାରିସ୍‌ ଗ୍ରହଣ କରିବା ସହ ଆଗୁଆ ବିଧାନସଭା ଭାଙ୍ଗିଲା ବୋଲି ଘୋଷଣା କରିଛନ୍ତି। କିନ୍ତୁ ନିର୍ବାଚନ ଯାଏ କେସିଆର୍‌ ହିଁ ରାଜ୍ୟର କାମଚଳା ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବେ ବୋଲି ରାଜ୍ୟପାଳ କହିଛନ୍ତି।
କେସିଆର୍‌ଙ୍କ କ୍ୟାବିନେଟ୍‌ ବିଧାନସଭାକୁ ଆଗୁଆ ଭାଙ୍ଗି ଦେଇଥିବାରୁ ଏବେ ଡିସେମ୍ବରରେ ହିଁ ନିର୍ବାଚନ ହେବ ବୋଲି ଏକପ୍ରକାରର ସ୍ପଷ୍ଟ ହୋଇଛି। ନିୟମ ଅନୁସାରେ ୨୦୧୯ ମେ ମାସ ବେଳକୁ ସାଧାରଣ ନିର୍ବାଚନ ସହ ତେଲେଙ୍ଗାନା ବିଧାନସଭା ନର୍ବାଚନ ହୋଇଥାନ୍ତା।
ଗତ ସପ୍ତାହରେ କେସିଆର୍‌ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। କିନ୍ତୁ କେସିଆର୍‌ ଏ ସମ୍ପର୍କରେ କୌଣସି ଘୋଷଣା କରି ନଥିଲେ। ଏପରି କି କେନ୍ଦ୍ର ସରକାରଙ୍କ ଆଗରେ ମୁଣ୍ଡ ନୁଆଁଇ ଆଗୁଆ ନିର୍ବାଚନ କରିବେ ନାହିଁ ବୋଲି ପରୋକ୍ଷରେ ସୂଚନା ଦେଇଥିଲେ।
publive-image
ଆଜି କେସିଆର୍‌ ପ୍ରଗତି ଭବନଠାରେ କ୍ୟାବିନେଟ୍‌ ବୈଠକ ଡାକିଥିଲେ। ଏଠାରେ ସର୍ବସମ୍ମତି କ୍ରମେ ବିଧାନସଭାକୁ ଭଙ୍ଗାଯିବ ବୋଲି ଏକ ପ୍ରସ୍ତାବ ପାସ୍‌ ହୋଇଥିଲା। ବୈଠକ ପରେ କେସିଆର୍‌ କ୍ୟାବିନେଟ୍‌ ନିଷ୍ପତ୍ତିର ନକଲ ଧରି ରାଜଭବନରେ ପହଞ୍ଚିଥିଲେ। ସେଠାରେ ସେ ରାଜ୍ୟପାଳଙ୍କୁ କ୍ୟାବିନେଟ୍‌ ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଇବା ସହ ବିଧାନସଭାକୁ ଭାଙ୍ଗିବାକୁ ରାଜ୍ୟପାଳ ନରସିଂହାଙ୍କୁ ସୁପାରିସ୍‌ କରିଥିଲେ।
ତେଲେଙ୍ଗାନା ଗଠନ ହେବା ପରେ ୨୦୧୪ ମେ’ ମାସରେ ପ୍ରଥମ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତେଲେଙ୍ଗାନା ବିଧାନସଭାର ୧୧୯ଟି ଆସନରୁ କେସିଆର୍‌ଙ୍କ ଟିଆର୍‌ଏସ୍‌ ୬୩ଟି ଆସନ ଦଖଲ କରି ସରକାର ଗଠନ କରିଥିଲା।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe