Advertisment

ଉପ ରାଜ୍ୟପାଳଙ୍କ ବହିଷ୍କାର ଦାବି କରି ଆନ୍ଦୋଳନରେ ମୁଖ୍ୟମନ୍ତ୍ରୀ

ପୁଡ଼ୁଚେରୀ: କେନ୍ଦ୍ର ଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଉପରାଜ୍ୟପାଳ ଏବଂ ସରକାର ମଧ୍ୟରେ ବିବାଦ ପୁରୁଣା। ଏବେ ବିବାଦ ଆଉ ଟିକିଏ ତେଜିଛି। ଉପରାଜ୍ୟପାଳ କିରଣ ବେଦୀ ସରକାରୀ ଯୋଜନା ଲାଗୁ କରିବାରେ ବାଧା ଉପୁଜାଉଛନ୍ତି ତେଣୁ ତାଙ୍କର ବହିଷ୍କାର ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ। ତିନି ଦିନ ହେବା ମୁଖ୍ୟମନ୍ତ୍ରୀ ବହିଷ୍କାର ଦାବି କରି ଆନ୍ଦୋଳନରେ ବସିଛନ୍ତି। ଶୁକ୍ରବାର ପାଖରୁ ଉପରାଜ୍ୟୁପାଳ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହାକୁ ସମର୍ଥନ କରି ସରକାରରେ ଥିବା ମନ୍ତ୍ରୀମାନେ ମଧ୍ୟ […]

ଉପ ରାଜ୍ୟପାଳଙ୍କ ବହିଷ୍କାର ଦାବି କରି ଆନ୍ଦୋଳନରେ ମୁଖ୍ୟମନ୍ତ୍ରୀ

puduchery-governore

Advertisment

ପୁଡ଼ୁଚେରୀ: କେନ୍ଦ୍ର ଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଉପରାଜ୍ୟପାଳ ଏବଂ ସରକାର ମଧ୍ୟରେ ବିବାଦ ପୁରୁଣା। ଏବେ ବିବାଦ ଆଉ ଟିକିଏ ତେଜିଛି। ଉପରାଜ୍ୟପାଳ କିରଣ ବେଦୀ ସରକାରୀ ଯୋଜନା ଲାଗୁ କରିବାରେ ବାଧା ଉପୁଜାଉଛନ୍ତି ତେଣୁ ତାଙ୍କର ବହିଷ୍କାର ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀ। ତିନି ଦିନ ହେବା ମୁଖ୍ୟମନ୍ତ୍ରୀ ବହିଷ୍କାର ଦାବି କରି ଆନ୍ଦୋଳନରେ ବସିଛନ୍ତି।

Advertisment

ଶୁକ୍ରବାର ପାଖରୁ ଉପରାଜ୍ୟୁପାଳ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏହାକୁ ସମର୍ଥନ କରି ସରକାରରେ ଥିବା ମନ୍ତ୍ରୀମାନେ ମଧ୍ୟ ସାମିଲ୍ ହୋଇଛନ୍ତି। କଂଗ୍ରେସ ନେତୃତ୍ୱାଧୀନ ସେକୁଲାର ଡେମୋକ୍ରାଟିକ ଫ୍ରଣ୍ଟର ବିରୋଧକୁ ଆଖିରେ ରଖି ଲେଫ୍ଟନାଣ୍ଟ ଗଭର୍ଣ୍ଣର ବା ଉପରାଜ୍ୟପାଳଙ୍କ ବାସଭବନ ବାହାରେ ସୁରକ୍ଷା ବାହିନୀ ନିୟୋଜିତ ହୋଇଛନ୍ତି। କରୋନା ମହାମାରୀ ପାଇଁ ରାଜଭବନ ଯିବା ଉପରେ ବାରଣ ରହିଛି।

ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେଇ ପୁଡୁଚେରୀ ମୁଖ୍ୟମନ୍ତ୍ରୀ କହିଥିଲେ ଉପରାଜ୍ୟପାଳଙ୍କ ବିରୋଧରେ ଏହା ପ୍ରଥମ ଥର ନୁହେଁ। ପୂର୍ବରୁ ଡିସେମ୍ବର ୨୦୧୯ରେ ମଧ୍ୟ ସେ ଲେଫ୍ଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏବେ ସମସ୍ତ ସୀମା ଟପିଛି। ମନ୍ତ୍ରିମଣ୍ଡଳ ଓ ମନ୍ତ୍ରୀଙ୍କ ନିଷ୍ପତ୍ତିକୁ କିରଣ ବେଦୀ ଅଣଦେଖା କରୁଛନ୍ତି। ଅନେକ ଫାଇଲ୍ ସେ ଫେରାଇ ଦେଉଛନ୍ତି। ଏହାଦ୍ୱାରା ବିକାଶରେ ବାଧା ହେଉଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe