Advertisment

ଖୁର୍ସିଦଙ୍କ ପୁସ୍ତକ ଉନ୍ମୋଚନକୁ ବିରୋଧ: ପୂର୍ବତନ ବିଜେପି ନେତା ସୁଧୀନ୍ଦ୍ର କୁଲକର୍ଣ୍ଣୀଙ୍କ ମୁହଁରେ କାଳି ବୋଳିଲେ ଶିବସେନା କର୍ମୀ

ମୁମ୍ବାଇ: ପାକିସ୍ତାନର ପୂର୍ବତନ ବିଦେଶ ମନ୍ତ୍ରୀ ଖୁର୍ସିଦ କସୁରିଙ୍କ ପୁସ୍ତକ ଉନ୍ମୋଚନକୁ ବିରୋଧ କରି ଶିବସେନାର ଆଉ ଏକ କାରନାମା। କାର୍ଯ୍ୟକ୍ରମର ଆୟୋଜକ ତଥା ସଞ୍ଚାଳକ ସୁଧୀନ୍ଦ୍ର କୁଲକର୍ଣ୍ଣୀଙ୍କ ଉପରେ କାଳି ବୋଳିଛନ୍ତି ଶିବସେନାର କିଛ କର୍ମୀ।  ଏହି କାର୍ଯ୍ୟକ୍ରମକୁ ଶିବସେନା ପୂର୍ବରୁ ମଧ୍ୟ ବିରୋଧ କରି ଆସୁଥିଲା। ତେବେ ଆଜି ପ୍ରତିକ୍ରିୟାଶୀଳ ହୋଇ ଶିବସେନା ଏଭଳି ପଦକ୍ଷେପ ନେଇଥିବା ଦଳ ପକ୍ଷରୁ କୁହାଯାଇଛି। ଭାରତ ପାକ ସମ୍ପର୍କକୁ ନେଇ ଖୁର୍ସିଦଙ୍କ ପୁସ୍ତକ ‘ନେଇଦର ଏ ଡୋଭ-ନର ଏ […]

ଅଦ୍ୟତନ ହୋଇଛି
ଖୁର୍ସିଦଙ୍କ ପୁସ୍ତକ ଉନ୍ମୋଚନକୁ ବିରୋଧ: ପୂର୍ବତନ ବିଜେପି ନେତା ସୁଧୀନ୍ଦ୍ର କୁଲକର୍ଣ୍ଣୀଙ୍କ ମୁହଁରେ କାଳି ବୋଳିଲେ ଶିବସେନା କର୍ମୀ

book

Advertisment

ମୁମ୍ବାଇ: ପାକିସ୍ତାନର ପୂର୍ବତନ ବିଦେଶ ମନ୍ତ୍ରୀ ଖୁର୍ସିଦ କସୁରିଙ୍କ ପୁସ୍ତକ ଉନ୍ମୋଚନକୁ ବିରୋଧ କରି ଶିବସେନାର ଆଉ ଏକ କାରନାମା। କାର୍ଯ୍ୟକ୍ରମର ଆୟୋଜକ ତଥା ସଞ୍ଚାଳକ ସୁଧୀନ୍ଦ୍ର କୁଲକର୍ଣ୍ଣୀଙ୍କ ଉପରେ କାଳି ବୋଳିଛନ୍ତି ଶିବସେନାର କିଛ କର୍ମୀ।  ଏହି କାର୍ଯ୍ୟକ୍ରମକୁ ଶିବସେନା ପୂର୍ବରୁ ମଧ୍ୟ ବିରୋଧ କରି ଆସୁଥିଲା। ତେବେ ଆଜି ପ୍ରତିକ୍ରିୟାଶୀଳ ହୋଇ ଶିବସେନା ଏଭଳି ପଦକ୍ଷେପ ନେଇଥିବା ଦଳ ପକ୍ଷରୁ କୁହାଯାଇଛି। ଭାରତ ପାକ ସମ୍ପର୍କକୁ ନେଇ ଖୁର୍ସିଦଙ୍କ ପୁସ୍ତକ 'ନେଇଦର ଏ ଡୋଭ-ନର ଏ ହକ୍'ର ଆଜି ଉନ୍ମୋଚନ ହେବା ଅଛି।

Advertisment

ସୁଧୀନ୍ଦ୍ର କୁଲକର୍ଣ୍ଣି କହିଛନ୍ତି, ସେ ଘରୁ ବାହାରି ଆସୁଥିବା ବେଳେ ଶିବସେନା କର୍ମୀମାନେ ତାଙ୍କ କାରକୁ ଅଟକାଇ ଥିଲେ। ସେମାନେ କହିଥିଲେ ଯେ ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରୁ ବିରତ ରହିବାକୁ ଆମେ ଆପଣଙ୍କୁ ନିର୍ଦ୍ଦେଶ ଦେଇଥିଲୁ। କିନ୍ତୁ ଆପଣ ମାନିଲେ ନାହିଁ। ତେଣୁ ଏବେ ଫଳ ଭୋଗନ୍ତୁ। ଏହା କହି ସେମାନେ ମୋ ମୁହଁରେ କାଳି ବୋଳି ଦେଇଥିଲେ।

ଅନ୍ୟପକ୍ଷରେ ଏହି ଘଟଣାକୁ ବିଭିନ୍ନ ଦିଗରୁ ସମାଲୋଚନା କରାଯାଇଛି। ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ କହିଛନ୍ତି ଯେ ଏହା ଅତି ନିନ୍ଦନୀୟ ଘଟଣା। କିଛି ଦିନ ହେଲାଣି ଅସହିଷ୍ଣୁତା ବଢ଼ିବାରେ ଲାଗିଛି। ଏହା ଗଣତନ୍ତ୍ର ପାଇଁ ଠିକ୍ ନୁହେଁ। ଅବଶ୍ୟ ସେ ଏହା କହିବା ବେଳେ କୌଣସି ଦଳର ନାମ ନେଇ ନ ଥିଲେ। ସେହିପରି ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟାର ବି ଏହି ଘଟଣାକୁ ସମାଲୋଚନା କରିଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe