Advertisment

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: କେଏନ୍ ତ୍ରିପାଠୀଙ୍କ ପ୍ରାର୍ଥିପତ୍ର ନାକଚ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖାଡ଼ଗେ ଓ ଶଶି ଥରୁରଙ୍କ ସହିତ ଝାରଖଣ୍ଡର ପୂର୍ବତନ ମନ୍ତ୍ରୀ କେଏନ୍ ତ୍ରିପାଠୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ଯାଞ୍ଚ ବେଳେ ତାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି। ଏହି ନିର୍ବାଚନର ରିଟର୍ଣ୍ଣିଂ ଅଫିସର ମଧୁସୂଦନ ମିସ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ମିସ୍ତ୍ରୀ କହିଛନ୍ତି, ପ୍ରାର୍ଥିପତ୍ର ଗୁଡ଼ିକର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। କେଏନ୍ ତ୍ରିପାଠୀ ଯେଉଁ ୨୦ଟି ଫର୍ମ ଦାଖଲ କରିଥିଲେ ସେଥିରୁ […]

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: କେଏନ୍ ତ୍ରିପାଠୀଙ୍କ ପ୍ରାର୍ଥିପତ୍ର ନାକଚ

KN Tripathy

Advertisment

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖାଡ଼ଗେ ଓ ଶଶି ଥରୁରଙ୍କ ସହିତ ଝାରଖଣ୍ଡର ପୂର୍ବତନ ମନ୍ତ୍ରୀ କେଏନ୍ ତ୍ରିପାଠୀ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ଯାଞ୍ଚ ବେଳେ ତାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି। ଏହି ନିର୍ବାଚନର ରିଟର୍ଣ୍ଣିଂ ଅଫିସର ମଧୁସୂଦନ ମିସ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

Advertisment

ଶ୍ରୀ ମିସ୍ତ୍ରୀ କହିଛନ୍ତି, ପ୍ରାର୍ଥିପତ୍ର ଗୁଡ଼ିକର ଯାଞ୍ଚ କାର୍ଯ୍ୟ ଶେଷ ହୋଇଛି। କେଏନ୍ ତ୍ରିପାଠୀ ଯେଉଁ ୨୦ଟି ଫର୍ମ ଦାଖଲ କରିଥିଲେ ସେଥିରୁ ୪ଟିରେ ଥିବା ହସ୍ତାକ୍ଷର ଗୁଡ଼ିକ ଭିନ୍ନ ଭିନ୍ନ ଥିଲା। ଏହି କାରଣରୁ ତାଙ୍କ ପ୍ରାର୍ଥିପତ୍ରକୁ ନାକଚ କରିଦିଆଯାଇଛି।

ଶ୍ରୀ ତ୍ରିପାଠୀଙ୍କ ପ୍ରାର୍ଥିପତ୍ର ନାକଚ ହେବା ପରେ ଏବେ ଏହି ନିର୍ବାଚନରେ ଖାଡ଼ଗେ ଓ ଥରୁର ମୁହାଁମୁହିଁ ହେବେ। ଅବଶ୍ୟ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ତାରିଖ ଅକ୍ଟୋବର ୮ ରହିଛି। ଯଦି ଖାଡ଼ଗେ କିମ୍ବା ଥରୁରଙ୍କ ମଧ୍ୟରୁ କେହି ନାମାଙ୍କନପତ୍ର ପ୍ରତ୍ୟାହାର ନ କରନ୍ତି, ତା’ହେଲେ ନିର୍ବାଚନ ହେବ। ଅକ୍ଟୋବର ୧୭ରେ ଏହି ନିର୍ବାଚନ ହେବ।

Advertisment

ନାମାଙ୍କନର ଶେଷ ଦିନରେ ଶଶି ଥରୁର ଓ ମଲ୍ଲିକାର୍ଜୁନ ଖାଡ଼ଗେଙ୍କ ସହିତ କେଏନ୍ ତ୍ରିପାଠୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଝାରଖଣ୍ଡର କେଏନ୍ ତ୍ରିପାଠୀ ରାଜନୀତିକୁ ଆସିବା ପୂର୍ବରୁ ଭାରତୀୟ ବାୟୁସେନାରେ ଥିଲେ। ସେ ଚାକିରି ଛାଡ଼ି ରାଜନୀତିରେ ସାମିଲ ହୋଇଥିଲେ। ୨୦୦୫ରେ ସେ ଝାରଖଣ୍ଡର ଡାଲଟନଗଞ୍ଜ ବିଧାନସଭା ଆସନରୁ କଂଗ୍ରେସ ଟିକେଟ୍‌ରେ ପ୍ରାର୍ଥୀ ହୋଇଥିଲେ। ତେବେ ସେ ହାରିଯାଇଥିଲେ। ୨୦୦୯ରେ ସେ ପୁଣି ସେହି ଆସନରୁ ପ୍ରାର୍ଥୀ ହୋଇଥିଲେ ଓ ଜିତିଥିଲେ। ତା’ସହିତ ମନ୍ତ୍ରୀ ବି ହୋଇଥିଲେ। କିନ୍ତୁ ୨୦୧୪ରେ ସେ ସେହି ଆସନରେ ହାରି ଯାଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe