Advertisment

କୋଫି ଆନନ୍‌ଙ୍କ ପରଲୋକ

ୱାଶିଂଟନ୍‌: ମିଳିତ ଜାତିସଂଘର ପୂର୍ବତନ ମହାସଚିବ ତଥା ନୋବେଲ୍‌ ଶାନ୍ତି ପୁରସ୍କାର ବିଜେତା କୋଫି ଆନନ୍‌ଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଅସୁସ୍ଥତା କାରଣରୁ ସେ ଭର୍ତ୍ତି ହୋଇଥିବା ସ୍ୱିଜରଲ୍ୟାଣ୍ଡର ଏକ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଅନ୍ତିମ ସମୟରେ କୋଫିଙ୍କ ପାଖରେ ପତ୍ନୀ ନାନେ ଓ ୩ ସନ୍ତାନ ଉପସ୍ଥିତ ଥିଲେ। ସେ ୧୯୯୭ ମସିହା ଜାନୁଆରୀ ମାସରୁ ୨୦୦୬ […]

କୋଫି ଆନନ୍‌ଙ୍କ ପରଲୋକ

2826

Advertisment

ୱାଶିଂଟନ୍‌: ମିଳିତ ଜାତିସଂଘର ପୂର୍ବତନ ମହାସଚିବ ତଥା ନୋବେଲ୍‌ ଶାନ୍ତି ପୁରସ୍କାର ବିଜେତା କୋଫି ଆନନ୍‌ଙ୍କ ଆଜି ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।

Advertisment

ଅସୁସ୍ଥତା କାରଣରୁ ସେ ଭର୍ତ୍ତି ହୋଇଥିବା ସ୍ୱିଜରଲ୍ୟାଣ୍ଡର ଏକ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଅନ୍ତିମ ସମୟରେ କୋଫିଙ୍କ ପାଖରେ ପତ୍ନୀ ନାନେ ଓ ୩ ସନ୍ତାନ ଉପସ୍ଥିତ ଥିଲେ।

ସେ ୧୯୯୭ ମସିହା ଜାନୁଆରୀ ମାସରୁ ୨୦୦୬ ମସିହା ଡିସେମ୍ବର ଜାତିସଂଘର ୭ମ ମହାସଚିବ ଭାବେ କାର୍ଯ୍ୟ କରିଥିଲେ। ସେ ପ୍ରଥମ କୃଷ୍ଣକାୟ ବ୍ୟକ୍ତିଭାବେ ବିଶ୍ୱର ଏହି ଶ୍ରେଷ୍ଠ ପଦବୀରେ କାର୍ଯ୍ୟ କରିବାର ଇତିହାସ ରଚିଛନ୍ତି।

Advertisment

publive-image

୧୯୩୮ ମସିହା ଏପ୍ରିଲ ୮ରେ ଘାନାର କୁମସାଇଠାରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ ବ୍ୟକ୍ତିତ୍ୱ କୋଫି ଆନନ୍‌। ସେ ଇଂରାଜୀ, ଫ୍ରେଞ୍ଚ ଓ ଅନ୍ୟାନ୍ୟ ଆଫ୍ରିକାନ୍‌ ଭାଷାରେ ବେଶ ଭଲଭାବେ କଥା ହୋଇପାରୁ ଥିଲେ। ତାଙ୍କ ଜୀବଦ୍ଦଶା ମଧ୍ୟରେ କୋଫି ଆନନ୍‌ ବିଶ୍ୱବାସୀଙ୍କ ପାଇଁ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।

ଗୋଟିଏ ସମୟରେ ସେ ସମଗ୍ର ବିଶ୍ୱରେ 'ଶାନ୍ତିଦୂତ' ଭାବେ ମାନ୍ୟତା ପାଇଥିଲେ। ସେ କୋଫି ଆନନ୍‌ ଫାଉଣ୍ଡେସନ୍‌ ମଧ୍ୟ ପ୍ରତିଷ୍ଠା କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe