Advertisment

କୃଷକମାନେ ‘ମେକ୍ ଇନ୍ ଇଣ୍ଡିଆ’ର ଅଂଶ ନୁହନ୍ତି କି: ରାହୁଲ

ନୂଆଦିଲ୍ଲୀ: ଗତକାଲି ପଞ୍ଜାବ ଯାଇ ଚାଷୀମାନଙ୍କ ସମସ୍ୟା ଦେଖିଥିବା କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ ବୁଧବାର ଲୋକସଭାରେ ସରକାରଙ୍କ ଉପରେ ବର୍ଷି ଥିଲେ। ରାହୁଲ କହିଥିଲେ ଯେ ଗତକାଲି ସେ ପଞ୍ଜାବର କିଛି ମଣ୍ଡିକୁ ଯାଇଥିଲେ। ସେଠାରେ ଚାଷୀ ଓ ଶ୍ରମିକମାନଙ୍କୁ ଭେଟି ଥିଲେ। ମଣ୍ଡିରେ ଚାଷୀମାନେ କାନ୍ଦୁ ଥିଲେ। କୁଆପଥର ମାଡ଼ରେ ଫସଲ ହରାଇଥିବା ଚାଷୀଙ୍କୁ ଆପଣଙ୍କ ସରକାର (ଭାଜପା ଉଦେ୍ଧଶ୍ୟରେ) ସରକାର ଏ ପର୍ଯ୍ୟନ୍ତ ସାହାଯ୍ୟ କରି ନାହିଁ। ଅପରପକ୍ଷରେ ଚାଷୀମାନଙ୍କୁ ଦିଆଯାଉଥିବା ବୋନସକୁ […]

କୃଷକମାନେ ‘ମେକ୍ ଇନ୍ ଇଣ୍ଡିଆ’ର ଅଂଶ ନୁହନ୍ତି କି: ରାହୁଲ

rahul

Advertisment

ନୂଆଦିଲ୍ଲୀ: ଗତକାଲି ପଞ୍ଜାବ ଯାଇ ଚାଷୀମାନଙ୍କ ସମସ୍ୟା ଦେଖିଥିବା କଂଗ୍ରେସ ଉପ-ସଭାପତି ରାହୁଲ ଗାନ୍ଧୀ ବୁଧବାର ଲୋକସଭାରେ ସରକାରଙ୍କ ଉପରେ ବର୍ଷି ଥିଲେ। ରାହୁଲ କହିଥିଲେ ଯେ ଗତକାଲି ସେ ପଞ୍ଜାବର କିଛି ମଣ୍ଡିକୁ ଯାଇଥିଲେ। ସେଠାରେ ଚାଷୀ ଓ ଶ୍ରମିକମାନଙ୍କୁ ଭେଟି ଥିଲେ। ମଣ୍ଡିରେ ଚାଷୀମାନେ କାନ୍ଦୁ ଥିଲେ। କୁଆପଥର ମାଡ଼ରେ ଫସଲ ହରାଇଥିବା ଚାଷୀଙ୍କୁ ଆପଣଙ୍କ ସରକାର (ଭାଜପା ଉଦେ୍ଧଶ୍ୟରେ) ସରକାର ଏ ପର୍ଯ୍ୟନ୍ତ ସାହାଯ୍ୟ କରି ନାହିଁ। ଅପରପକ୍ଷରେ ଚାଷୀମାନଙ୍କୁ ଦିଆଯାଉଥିବା ବୋନସକୁ ବି ସରକାର ବନ୍ଦ କରି ଦେଇଛନ୍ତି। ପୁଣି ସେମାନଙ୍କ ଉପରେ ଲାଠି ମାଡ଼ କରାଯାଉଛି। ଗୋଟିଏ ପଟରେ ଚାଷୀଙ୍କ ପ୍ରତି ସରକାରଙ୍କର ଏଭଳି ଆଭିମୁଖ୍ୟ ରହିଥିବା ବେଳେ ଅନ୍ୟପଟରେ ଆପଣଙ୍କର (ଭାଜପାର) ହରିଆଣାର କୃଷି ମନ୍ତ୍ରୀ କହୁଛନ୍ତି ଆତ୍ମହତ୍ୟା କରୁଥିବା ଚାଷୀମାନେ ପଳାୟନପନ୍ଥୀ। ଏହା ଚାଷୀକୁଳ ପାଇଁ ଦୁର୍ଭାଗ୍ୟର କଥା।

Advertisment

ଚାଷୀଙ୍କ ସମସ୍ୟା ନେଇ ନିଜ ଭାଷଣକୁ ଆହୁରି ଶାଣିତ କରିବାକୁ ଯାଇ ରାହୁଲ କହିଥିଲେ ଯେ କେନ୍ଦ୍ର ସରକାର କହୁଛନ୍ତି ‘ମେକ୍ ଇନ୍ ଇଣ୍ଡିଆ’ ରହିବା ଉଚିତ। ତା’ହେଲେ ଫସଲ ଉପôାଦନ କରୁଥିବା କୃଷକମାନେ କ’ଣ ‘ମେକ୍ ଇନ୍ ଇଣ୍ଡିଆ’ କରୁ ନାହାନ୍ତି । ସେମାନେ କ’ଣ ‘ମେକ୍ ଇନ୍ ଇଣ୍ଡିଆ’ର ଅଂଶ ନୁହନ୍ତି କି ବୋଲି ରାହୁଲ ପ୍ରଶ୍ନ କରି ଥିଲେ।

ଋାହୁଲ ଆହୁରି ମଧ୍ୟ କହିଥିଲେ ଯେ ଏହା କେବଳ ଆପଣମାନଙ୍କ ସରକାର ଓ ଆମର ସରକାର। କିନ୍ତୁ ଏ ସରକାର ଚାଷୀ ଓ ମୂଲିଆମାନଙ୍କର ସରକାର ନୁହେଁ। ଆପଣମାନଙ୍କର ପ୍ରଧାନମନ୍ତ୍ରୀ ଓ ‘ଆମର ପ୍ରଧାନମନ୍ତ୍ରୀ’ ବର୍ତ୍ତମାନ ଭାରତ ଗସ୍ତରେ ଯିବା ଦରକାର । ସେ ନିଶ୍ଚିତ ଭାବେ କିଛି ଦିନ ପାଇଁ ପଞ୍ଜାବ ଯିବା ଦରକାର। ଆଉ ସେଠାରେ ମଣ୍ଡିଗୁଡ଼ିକୁ ସେ ନିହାତି ବୁଲି ଦେଖିବା ଉଚିତ। ତା’ହେଲେ ଯାଇ ସେ ବୁଝିପାରିବେ ଚାଷୀମାନଙ୍କର ଦୁଃଖ।

Advertisment

ସେ କହିଥିଲେ, ଯଦି ଆପଣ (ମୋଦିଙ୍କ ଉଦେ୍ଧଶ୍ୟରେ) ଅଦିନିଆ ବର୍ଷା ଓ କୁଆପଥରମାଡ଼ରେ କ୍ଷତି ସହିତ ଚାଷୀମାନଙ୍କୁ ସାହାଯ୍ୟ କରିବେ ତା’ହେଲେ ତାହା ଆପଣଙ୍କ ଦଳର ହିଁ ହିତ କରିବ । ଏହା ସହିତ ସେ ପଞ୍ଜାବରେ ମଣ୍ଡିଗୁଡ଼ିକରେ ପଡ଼ି ରହିଥିବା ଫସଲକୁ ସରକାର ତୁରନ୍ତ କିଣନ୍ତୁ ବୋଲି ଦାବି କରିଥିଲେ ।
ଏହାର ଜବାବରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶ୍ୱାନ କହିଥିଲେ ଯେ କେନ୍ଦ୍ର ସରକାର କୃଷକମାନଙ୍କ ସମସ୍ୟା ସଂପର୍କରେ ଭଲ ଭାବେ ଅବଗତ ଅଛନ୍ତି। ଏ ସରକାର ଚାଷୀମାନଙ୍କ ପାଇଁ ଯାହା ସବୁ କରୁଛି ଆପଣଙ୍କ (ରାହୁଲଙ୍କ ଉଦେ୍ଧଶ୍ୟରେ) ସରକାର ତାହା କରି ନ ଥିଲା। ଏହା ପରେ ଏ ପ୍ରସଙ୍ଗକୁ ନେଇ ଭାଜପା ଓ କଂଗ୍ରେସ ସାଂସଦମାନେ ମୁହାଁମୁହିଁ ହୋଇଥିଲେ। ଗୃହରେ ହୋହାଲ୍ଲା ହୋଇଥିଲା। ଏଭଳି ପରିସ୍ଥିତିକୁ ଦେଖି ବାଚସ୍ପତି ସୁମିତ୍ରା ମହାଜନ ଗୃହକୁ ମୁଲତବୀ ଘୋଷଣା କରି ଦେଇଥିଲେ।

ଲୋକସଭା ବାହାରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରଶ୍ନର ଉତ୍ତର ଦେଇ ରାହୁଲ କହିଥିଲେ ଯେ ‘ମେକ୍ ଇନ୍ ଇଣ୍ଡିଆ’ କ’ଣ କେବଳ ପୁଞ୍ଜିପତି ମାନଙ୍କ ପାଇଁ। ପୁଣି ହାତ ଗଣତି ୫ରୁ ୬ ଜଣ ଉଦ୍ୟୋଗପତିଙ୍କ ପାଇଁ କ’ଣ ଏହି ‘ମେକ୍ ଇନ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ଯେଉଁମାନେ ତାଙ୍କର (ମୋଦିଙ୍କର) ଖାସ୍ ବନ୍ଧୁ ପାଲଟିଛନ୍ତି। ଛୋଟ ଚାଷୀଟିଏ, ମୂଲିଆଟିଏ ଅବା ଛୋଟ ବ୍ୟବସାୟୀଟିଏର କ’ଣ ଭାରତ ନିର୍ମାଣରେ କିଛି ଯୋଗଦାନ ନାହିଁ।
ଅନ୍ୟପକ୍ଷରେ ଅକାଳୀ ନେତା ତଥା ସାଂସଦ ହରସିମ୍ରାତ କଉର ବାଦଲ କହିଛନ୍ତି ଯେ ପଞ୍ଜାବରେ କୁଆପଥର ମାଡ଼ ହେଉଥିବା ବେଳେ ରାହୁଲ କେଉଁଠି ଥିଲେ। ସେତେବେଳେ ସେ ଛୁଟି କାଟୁଥିଲେ। ଆଉ ଏବେ ହଠାତ ତାଙ୍କର ଚାଷୀଙ୍କ ଦୁଃଖ କଥା ମନେ ପଡ଼ିଗଲା।

ସୂଚନାଯୋଗ୍ୟ, ଆଜି ହରିଆଣାର କୃଷି ମନ୍ତ୍ରୀ ଓ.ପି ଧନକାର କହିଥିଲେ ଯେ ଆତ୍ମହତ୍ୟା କରୁଥିବା ଚାଷୀମାନେ ପଳାୟନପନ୍ଥୀ। ସେମାନେ ନିଜ ଦାୟିତ୍ୱ ତୁଲାଇବା ବଦଳରେ ସେଥିରୁ ପଳୟନ କରୁଛନ୍ତି। ଆଉ ନିଜ ପରିବାରକୁ ଦୁଃଖଦୁର୍ଦ୍ଧଶାରେ ରହିବାକୁ ଛାଡ଼ିଯାଉଛନ୍ତି। ସାରା ଦେଶରେ ଚାଷୀ ଆତ୍ମହତ୍ୟା ନେଇ ଉଦବେଗ ପ୍ରକାଶ ପାଉଥିବା ବେଳେ ତାଙ୍କର ଏଭଳି ମନ୍ତବ୍ୟକୁ ବିଭିନ୍ନ ବର୍ଗରୁ ସମାଲୋଚନା କରାଯାଇଛି।

ସେ କହିଥିଲେ, ଯଦି ଆପଣ (ମୋଦିଙ୍କ ଉଦେ୍ଧଶ୍ୟରେ) ଅଦିନିଆ ବର୍ଷା ଓ କୁଆପଥରମାଡ଼ରେ କ୍ଷତି ସହିତ ଚାଷୀମାନଙ୍କୁ ସାହାଯ୍ୟ କରିବେ ତା’ହେଲେ ତାହା ଆପଣଙ୍କ ଦଳର ହିଁ ହିତ କରିବ। ଏହା ସହିତ ସେ ପଞ୍ଜାବରେ ମଣ୍ଡିଗୁଡ଼ିକରେ ପଡ଼ି ରହିଥିବା ଫସଲକୁ ସରକାର ତୁରନ୍ତ କିଣନ୍ତୁ ବୋଲି ଦାବି କରିଥିଲେ।

ଏହାର ଜବାବରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାମବିଳାଶ ପାଶ୍ୱାନ କହିଥିଲେ ଯେ କେନ୍ଦ୍ର ସରକାର କୃଷକମାନଙ୍କ ସମସ୍ୟା ସଂପର୍କରେ ଭଲ ଭାବେ ଅବଗତ ଅଛନ୍ତି। ଏ ସରକାର ଚାଷୀମାନଙ୍କ ପାଇଁ ଯାହା ସବୁ କରୁଛି ଆପଣଙ୍କ (ରାହୁଲଙ୍କ ଉଦେ୍ଧଶ୍ୟରେ) ସରକାର ତାହା କରି ନ ଥିଲା। ଏହା ପରେ ଏ ପ୍ରସଙ୍ଗକୁ ନେଇ ଭାଜପା ଓ କଂଗ୍ରେସ ସାଂସଦମାନେ ମୁହାଁମୁହିଁ ହୋଇଥିଲେ। ଗୃହରେ ହୋହାଲ୍ଲା ହୋଇଥିଲା। ଏଭଳି ପରିସ୍ଥିତିକୁ ଦେଖି ବାଚସ୍ପତି ସୁମିତ୍ରା ମହାଜନ ଗୃହକୁ ମୁଲତବୀ ଘୋଷଣା କରି ଦେଇଥିଲେ।

ଅନ୍ୟପକ୍ଷରେ ଅକାଳୀ ନେତା ତଥା ସାଂସଦ ହରସିମ୍ରାତ କଉର ବାଦଲ କହିଛନ୍ତି ଯେ ପଞ୍ଜାବରେ କୁଆପଥର ମାଡ଼ ହେଉଥିବା ବେଳେ ରାହୁଲ କେଉଁଠି ଥିଲେ। ସେତେବେଳେ ସେ ଛୁଟି କାଟୁଥିଲେ। ଆଉ ଏବେ ହଠାତ ତାଙ୍କର ଚାଷୀଙ୍କ ଦୁଃଖ କଥା ମନେ ପଡ଼ିଗଲା।

ସୂଚନାଯୋଗ୍ୟ, ଆଜି ହରିଆଣାର କୃଷି ମନ୍ତ୍ରୀ ଓ.ପି ଧନକାର କହିଥିଲେ ଯେ ଆତ୍ମହତ୍ୟା କରୁଥିବା ଚାଷୀମାନେ ପଳାୟନପନ୍ଥୀ। ସେମାନେ ନିଜ ଦାୟିତ୍ୱ ତୁଲାଇବା ବଦଳରେ ସେଥିରୁ ପଳୟନ କରୁଛନ୍ତି। ଆଉ ନିଜ ପରିବାରକୁ ଦୁଃଖଦୁର୍ଦ୍ଧଶାରେ ରହିବାକୁ ଛାଡ଼ିଯାଉଛନ୍ତି। ସାରା ଦେଶରେ ଚାଷୀ ଆତ୍ମହତ୍ୟା ନେଇ ଉଦବେଗ ପ୍ରକାଶ ପାଉଥିବା ବେଳେ ତାଙ୍କର ଏଭଳି ମନ୍ତବ୍ୟକୁ ବିଭିନ୍ନ ବର୍ଗରୁ ସମାଲୋଚନା କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe