/odisha-reporter/media/post_attachments/uploads/2019/03/indira-canteen.jpg)
indira canteen
ବେଙ୍ଗାଳୁରୁ: କର୍ଣ୍ଣାଟକ ସରକାରଙ୍କ ଇନ୍ଦିରା କ୍ୟାଣ୍ଟିନ ଖାଦ୍ୟ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ଏହା ଖାଇଲେ ଶରୀର ଅସୁସ୍ଥ ହେବା ସହ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଉମେଶ ସେଠୀ ନାମକ ଜଣେ ବିଜେପି କର୍ପୋରେଟରଙ୍କ ଅଭିଯୋଗ କ୍ରମେ ହୋଇଥିବା ଖାଦ୍ୟର ଲ୍ୟାବ ପରୀକ୍ଷା ପରେ ଏପରି ରିପୋର୍ଟ ଆସିଛି। ଯାହାକି ସରକାର ଏହି ଯୋଜନା ପାଇଁ କେତେ ଯତ୍ନବାନ ସେକଥା ଧରାପଡ଼ିଛି।
Advertisment
ଏକ ଆଡଭାନ୍ସଡ଼ ଟେଷ୍ଟିଂ ଲାବରୋଟେରୀ ଏବଂ ରାଜ୍ୟ ସରକାରଙ୍କ ପରୀକ୍ଷାଗାରରେ ଇନ୍ଦିରା କ୍ୟାଣ୍ଟିନର ଖାଦ୍ୟ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ବାକଟେରିଆ ଥିବାର ପ୍ରମାଣ ମିଳିଛି। ଯାହାକି ସ୍ୱାସ୍ଥ୍ୟ ପାଇଁ ଅନୁପଯୋଗୀ ଥିବା ଜଣାପଡ଼ିଛି। ରିପୋର୍ଟ ପ୍ରକାଶ ପାଇବା ପରେ ବିଜେପି ନେତା ତଥା ଅଭିଯୋଗକାରୀ ଉମେଶ ସେଠୀ ସରାକରଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ବର କହିଛନ୍ତି ସେ ବିବିଏମପି କମିଶନରଙ୍କୁ ଖାଦ୍ୟର ମାନ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୋଟ ୧୯୮ଟି ଇନ୍ଦିରା କ୍ୟାଣ୍ଟିନର ଖାଦ୍ୟ ଯାଞ୍ଚ ହେବା ପରେ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।
Advertisment
ସୂଚନାଯୋଗ୍ୟ, ୨୦୧୭ରେ କଂଗ୍ରେସ ସରକାର ଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ଇନ୍ଦିରା କ୍ୟାଣ୍ଟିନର ଶୁଭାରମ୍ଭ କରିଥିଲେ। ସ୍ଵଳ୍ପ ମୂଲ୍ୟରେ ଜନସାଧାରଣଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଏହି ଜନହିତକାରୀ ଯୋଜନା ଲାଗୁ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
