Advertisment

କେମିତି ଅଛି ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା? ଚିନ୍ତା ବଢ଼ାଇଲା କିଡନୀ ସମସ୍ୟା

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ମିଳିଥିବା ଖବର ଅନୁଯାୟୀ, ଏବେବି ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ଲାଲୁଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଛି। ଏହାସହ ତାଙ୍କର କିଡନୀ ମଧ୍ୟ ବହୁତ କମ୍ କାମ କରୁଛି। ଦିଲ୍ଲୀ ଏମ୍ସରେ ଲାଲୁଙ୍କ ସହ ବଡ଼ ଝିଅ ମିସା ଭାରତୀ ଅଛନ୍ତି। ଗତ ରାତି ୧୨ଟା ବେଳେ ଲାଲୁଙ୍କ ପତ୍ନୀ […]

କେମିତି ଅଛି ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା? ଚିନ୍ତା ବଢ଼ାଇଲା କିଡନୀ ସମସ୍ୟା

LALU

Advertisment

ନୂଆଦିଲ୍ଲୀ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିବା ପରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ମିଳିଥିବା ଖବର ଅନୁଯାୟୀ, ଏବେବି ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି। ଲାଲୁଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଛି। ଏହାସହ ତାଙ୍କର କିଡନୀ ମଧ୍ୟ ବହୁତ କମ୍ କାମ କରୁଛି। ଦିଲ୍ଲୀ ଏମ୍ସରେ ଲାଲୁଙ୍କ ସହ ବଡ଼ ଝିଅ ମିସା ଭାରତୀ ଅଛନ୍ତି।

Advertisment

ଗତ ରାତି ୧୨ଟା ବେଳେ ଲାଲୁଙ୍କ ପତ୍ନୀ ରାବିଡି ଦେବୀ, ପୁଅ ତେଜସ୍ୱୀ ଯାଦବ, ଝିଅ ମିସା ଭାରତୀ ଏମ୍ସ ଯାଇଥିଲେ। ଆଜି ମଧ୍ୟ ମିସା ଭାରତୀ ପୁଣିଥରେ ଏମ୍ସ ଆସିଛନ୍ତି। ଲାଲୁ ଯାଦବ ଗତ ରାତିର ଖାଦ୍ୟ ଓ ଆଜି ସକାଳର ବ୍ରେକଫାଷ୍ଟ ମଧ୍ୟ କରିଥିବା ସୂଚନା ମିଳିଛି। ଲାଲୁଙ୍କ ଫୁସଫୁସରେ ପାଣି ଭରି ରହିଛି। ତାଙ୍କୁ ନିମୋନିଆ ମଧ୍ୟ ହୋଇଛି। କିନ୍ତୁ ତାଙ୍କ କିଡନୀରେ ଅଧିକ ସମସ୍ୟା ରହିଥିବା ସୂଚନା ମିଳିଛି। ତାଙ୍କର କିଡନୀ ମାତ୍ର ୨୫ ପ୍ରତିଶତ କାମ କରୁଥିବା ଦିଲ୍ଲୀ ଏମ୍ସର ଡାକ୍ତରୀ ସୂତ୍ରରୁ ଜଣାପଡ଼ିଛି। ଏମ୍ସରେ କାର୍ଡିଓଲୋଜି ଡାକ୍ତର ରାକେଶ ଯାଦବଙ୍କ ଏକ ଟିମ୍ ଲାଲୁଙ୍କ ଚିକିତ୍ସା କରୁଛି। ଲାଲୁଙ୍କ ହାର୍ଟ ଅପରେସନ୍ ପୂର୍ବରୁ ହୋଇସାରିଛି।

ସୂଚନାଯୋଗ୍ୟ, ଲାଲୁଙ୍କୁ ନିଶ୍ୱାସ ନେବାରେ ବାରମ୍ବାର ସମସ୍ୟା ହେବାରୁ ତାଙ୍କୁ ଗତକାଲି ରାଞ୍ଚିର ରିମ୍ସରୁ ଦିଲ୍ଲୀର ଏମ୍ସ ଅଣାଯାଇଥିଲା। ଲାଲୁ ଯେଉଁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଆସିଲେ, ସେଥିରେ ତାଙ୍କ ସହ ଡାକ୍ତର ଏମ୍ ଶଫିକ୍ ଆଲମ୍ ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe