Advertisment

ଜମି ଅଧିଗ୍ରହଣ ବିଲ୍ ଲୋକସଭାରେ ଆଗତ; କଂଗ୍ରେସ, ତୃଣମୂଳ କଂଗ୍ରେସ ସାଂସଦଙ୍କ କକ୍ଷତ୍ୟାଗ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ବହୁ ଚର୍ଚ୍ଚିତ ଜମି ଅଧିଗ୍ରହଣ ବିଲକୁ ଲୋକସଭାରେ ଆଗତ କରିଛନ୍ତି। ଏହି ବିଲକୁ ଗୃହରେ ଆଗତ କରାଇବାକୁ ଅନୁମତି ନଦେବାକୁ ବିରୋଧୀ ଦଳଗୁଡ଼ିକ ବାଚସ୍ପତି ସୁମିତ୍ର ମହାଜନଙ୍କୁ ଅନୁରୋଧ କରିଥିଲେ। ତେବେ ବାଚସ୍ପତି ସେମାନଙ୍କର ଏହି ଦାବି ଅଗ୍ରାହ୍ୟ କରି ଦେଇଥିଲେ ଓ ବିଲକୁ ଆଗତ କରିବାକୁ ସରକାରଙ୍କୁ ଅନୁମତି ଦେଇଥିଲା। ଏହା ପରେ ଏହାକୁ ବିରୋଧ କରି କଂଗ୍ରେସ, ତୃଣମୂଳ କଂଗ୍ରେସ, ଆପ ଓ ବାମଦଳଗୁଡ଼ିକର ସଂସଦମାନେ କକ୍ଷତ୍ୟାଗ କରିଥିଲେ। […]

ଅଦ୍ୟତନ ହୋଇଛି
ଜମି ଅଧିଗ୍ରହଣ ବିଲ୍ ଲୋକସଭାରେ ଆଗତ; କଂଗ୍ରେସ, ତୃଣମୂଳ କଂଗ୍ରେସ ସାଂସଦଙ୍କ କକ୍ଷତ୍ୟାଗ

PARLIAMt

Advertisment

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ବହୁ ଚର୍ଚ୍ଚିତ ଜମି ଅଧିଗ୍ରହଣ ବିଲକୁ ଲୋକସଭାରେ ଆଗତ କରିଛନ୍ତି। ଏହି ବିଲକୁ ଗୃହରେ ଆଗତ କରାଇବାକୁ ଅନୁମତି ନଦେବାକୁ ବିରୋଧୀ ଦଳଗୁଡ଼ିକ ବାଚସ୍ପତି ସୁମିତ୍ର ମହାଜନଙ୍କୁ ଅନୁରୋଧ କରିଥିଲେ। ତେବେ ବାଚସ୍ପତି ସେମାନଙ୍କର ଏହି ଦାବି ଅଗ୍ରାହ୍ୟ କରି ଦେଇଥିଲେ ଓ ବିଲକୁ ଆଗତ କରିବାକୁ ସରକାରଙ୍କୁ ଅନୁମତି ଦେଇଥିଲା। ଏହା ପରେ ଏହାକୁ ବିରୋଧ କରି କଂଗ୍ରେସ, ତୃଣମୂଳ କଂଗ୍ରେସ, ଆପ ଓ ବାମଦଳଗୁଡ଼ିକର ସଂସଦମାନେ କକ୍ଷତ୍ୟାଗ କରିଥିଲେ।

Advertisment

ସଂସଦର ଚଳିତ ବଜେଟ୍ ଅଧିବେଶନରେ ଦ୍ୱିତୀୟ ଥର ପାଇଁ ଜମି ଅଧିଗ୍ରହଣ ବିଲକୁ ଲୋକସଭାରେ ସରକାର ଆଗତ କରିଛନ୍ତି। ଏହା ପୂର୍ବରୁ ଏହି ଅଧିବେଶନର ପ୍ରଥମାର୍ଦ୍ଧରେ ଏହି ବିଲକୁ ଲୋକସଭାରେ ଆଗତ କରାଯାଇଥିଲା ଓ  ୯ଟି ସଂଶୋଧନ ସହିତ ଏହା ପାସ୍ ବି ହୋଇଯାଇଥିଲା। କିନ୍ତୁ ବଜେଟ ଅଧିବେଶନର ପ୍ରଥମାର୍ଦ୍ଧ ଶେଷ ହେବା ମଧ୍ୟରେ ଏହା ରାଜ୍ୟସଭାରେ ପାରିତ ହୋଇପାରି ନଥିଲା। ଅନ୍ୟପକ୍ଷରେ ଜମି ଅଧିଗ୍ରହଣ ନେଇ ସରକାର ଜାରି କରିଥିବା ଅଧ୍ୟାଦେଶର ଅବଧି ମଧ୍ୟ ଏପ୍ରିଲ ପ୍ରଥମ ସପ୍ତାହରେ ଶେଷ ହୋଇଯାଇଥିଲା। ତେଣୁ ସରକାର ବାଧ୍ୟ ହୋଇ ପୁଣି ଥରେ ଜମି ଅଧିଗ୍ରହଣ ନେଇ ଅଧ୍ୟାଦେଶ ଜାରି କରିଥିଲେ। ସେହି କାରଣରୁ ନିୟମ ଅନୁଯାୟୀ ସରକାରଙ୍କୁ ଏହି ବିଲକୁ ଆଉ ଥରେ ଲୋକସଭାରେ ଆଗତ କରିବାକୁ ପଡ଼ିଛି। ତେବ ଆଜି ଲୋକସଭାରେ ଆଗତ କରାଯାଇଥିବା ଜମି ଅଧିଗ୍ରହଣ ବିଲରେ ସେହି ୯ଟି ସଂଶୋଧନକୁ ସ୍ଥାନିତ କରାଯାଇଛି ଯେଉଁଗୁଡ଼ିକୁ ଗତ ଥର ସରକାର ଗ୍ରହଣ କରି ନେଇଥିଲେ।

କଂଗ୍ରେସ ଓ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକର ତୀବ୍ର ବିରୋଧ ସତ୍ତ୍ୱେ ଏହି ବିଲ୍ ଲୋକସଭାରେ ପାରିତ ହେବା ନେଇ କୌଣସି ଅସୁବିଧାନ ନାହିଁ। ତେବେ ଚଳିତ ଅଧିବେଶନରେ ଏହା ରାଜ୍ୟସଭାରେ ପାରିତ ହୋଇ ଆଇନରେ ପରିଣତ ହେବାର ସମ୍ଭାବନା କମ୍। କାରଣ ଆଉ ଦୁଇ ଦିନ ପାଇଁ ରାଜ୍ୟସଭା ଚାଲିବ । ଆଉ ରାଜ୍ୟସଭାରେ ସରକାରଙ୍କର ବହୁମତ ନାହିଁ। ଅନ୍ୟପକ୍ଷରେ ରାଜ୍ୟସଭାରେ କଂଗ୍ରେସ ଏହି ବିଲକୁ ଆଦୌ ପାରିତ କରାଇ ଦେବ ନାହିଁ ବୋଲି ଅଣ୍ଟା ଭିଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe