Advertisment

୩ ବିଜେପି ନେତାଙ୍କୁ ହତ୍ୟା କରିବା ପଛରେ ଲସ୍କର

କୁଲଗାମ: ଜମ୍ମୁ-କଶ୍ମୀରରେ ୩ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିବା ପଛରେ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବାର ହାତ ରହିଥିବା ଆଜି ପୁଲିସ୍‌ ସ୍ପଷ୍ଟ କରିଛି। ଲସ୍କର ଓ ସ୍ଥାନୀୟ ଆତଙ୍କବାଦୀମାନେ ମିଳିତ ଭାବେ ୩ ବିଜେପି ନେତାଙ୍କୁ ହତ୍ୟା କରିଥିବା ଆଇଜି ବିଜୟ କୁମାର କହିଛନ୍ତି। ଆଇଜି କୁମାର ଘଟଣାସ୍ଥଳରେ ସରଜମିନ ତର୍ଜମା କରିବା ପରେ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ପଛରେ ପାକିସ୍ତାନର ହାତ ରହିଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରୁ […]

୩ ବିଜେପି ନେତାଙ୍କୁ ହତ୍ୟା କରିବା ପଛରେ ଲସ୍କର

u

Advertisment

କୁଲଗାମ: ଜମ୍ମୁ-କଶ୍ମୀରରେ ୩ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିବା ପଛରେ ପାକିସ୍ତାନରେ ସକ୍ରିୟ ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବାର ହାତ ରହିଥିବା ଆଜି ପୁଲିସ୍‌ ସ୍ପଷ୍ଟ କରିଛି। ଲସ୍କର ଓ ସ୍ଥାନୀୟ ଆତଙ୍କବାଦୀମାନେ ମିଳିତ ଭାବେ ୩ ବିଜେପି ନେତାଙ୍କୁ ହତ୍ୟା କରିଥିବା ଆଇଜି ବିଜୟ କୁମାର କହିଛନ୍ତି।

Advertisment

ଆଇଜି କୁମାର ଘଟଣାସ୍ଥଳରେ ସରଜମିନ ତର୍ଜମା କରିବା ପରେ କହିଛନ୍ତି ଯେ, ଏହି ହତ୍ୟାକାଣ୍ଡ ପଛରେ ପାକିସ୍ତାନର ହାତ ରହିଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରୁ ମିଳିଥିବା ତଥ୍ୟ ଓ ବୈଷୟିକ ପ୍ରମାଣରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଆତଙ୍କବାଦୀମାନେ ଅଲତଫ ନାମକ ଜଣେ ସ୍ଥାନୀୟ ଲୋକର ଗାଡ଼ି ଧରି ଏଠାକୁ ଆସିଥିଲେ।

ଏହାପରେ ସେମାନେ ୩ ବିଜେପି କର୍ମୀ ଥିବା ଗାଡ଼ି ନିକଟରେ ପହଞ୍ଚି ଅତର୍କିତ ଗୁଳିମାଡ଼ କରିଥିଲେ। ଘଟଣା ପରେ ସେମାନେ ଫେରାର ହୋଇଯାଇଛନ୍ତି। ହେଲେ ଆକ୍ରମଣ ପାଇଁ ବ୍ୟବହୃତ ଗାଡ଼ିକୁ ଜବତ କରାଯାଇଛି। ଏବେ ଫରେନ୍ସିକ ଟିମ୍‌ ଏହି ଗାଡ଼ିକୁ ଯାଞ୍ଚ କରୁଛନ୍ତି।

Advertisment

ଲସ୍କର ପାଇଁ କାମ କରୁଥିବା କିଛି ସଦସ୍ୟ ଓ ସ୍ଥାନୀୟ ଆତଙ୍କବାଦୀ ନିସାର ଓ ଆବାସର ନାଁ ସାମ୍ନାକୁ ଆସିଛି। ବିଜେପି କର୍ମୀ ଓ ନେତାଙ୍କ ଜୀବନ ପ୍ରତି ବିପଦ ରହିଥିବା ପୂର୍ବରୁ ମଧ୍ୟ ସୂଚନା ମିଳିଥିଲା। ଏଥିପାଇଁ ୧୫୭ ବିଜେପି କର୍ମୀଙ୍କ ସୁରକ୍ଷା ପାଇଁ ପିଏସଓ ନିଯୁକ୍ତ ହୋଇଛନ୍ତି। ଏବେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି ସେ କହିଛନ୍ତି।

ଗତକାଲି ସନ୍ଧ୍ୟାରେ ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା କ୍ୱାଜିଗୁଣ୍ଡରେ ଆତଙ୍କବାଦୀମାନେ ୩ ଜଣ ସ୍ଥାନୀୟ ବିଜେପି କର୍ମୀଙ୍କୁ ହତ୍ୟା କରିଥିଲେ। ପ୍ରାଣ ହରାଇଥିବା ୩ ବିଜେପି କର୍ମୀ ହେଲେ-କୁଲଗାମ ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଫିଦା ହୁସେନ ଇଠୋ, ସହଯୋଗୀ ଉମର ହାଜମ ଓ ହାରୋନ ବୈଗ। ଫିଦା ଓ ହୁସେନଙ୍କ ଘର ୱାଇ କେ ପୁରାରେ ହୋଇଥିବା ବେଳେ ହାରୋନଙ୍କ ଘର ସୋପାଟ ଅଞ୍ଚଳରେ ବୋଲି ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe