Advertisment

ଆଜି ପ୍ରଣବ ଦା’ଙ୍କ ଶେଷକୃତ୍ୟ

ନୂଆଦିଲ୍ଲୀ: ଗତ ୩ ସପ୍ତାହ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଗତକାଲି ନିରବୀ ଯାଇଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଆଜି ହେବ ଶେଷକୃତ୍ୟ । ତେବେ ତା’ ପୂର୍ବରୁ ଦିଲ୍ଲୀସ୍ଥିତ ୧୦ ରାଜାଜୀ ମାର୍ଗରେ ଥିବା ବାସଭବନରେ ପ୍ରଣବଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯିବ । ସେଠାରେ ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରିୟଜନ ଓ ବିଶିଷ୍ଟ ବ୍ୟକ୍ତି ପ୍ରଣବଙ୍କ ଶେଷ ଦର୍ଶନ କରିବେ । ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ […]

ଅଦ୍ୟତନ ହୋଇଛି
ଆଜି ଓଡ଼ିଶା ଆସୁଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

pranab

Advertisment

ନୂଆଦିଲ୍ଲୀ: ଗତ ୩ ସପ୍ତାହ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଗତକାଲି ନିରବୀ ଯାଇଥିବା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଆଜି ହେବ ଶେଷକୃତ୍ୟ । ତେବେ ତା’ ପୂର୍ବରୁ ଦିଲ୍ଲୀସ୍ଥିତ ୧୦ ରାଜାଜୀ ମାର୍ଗରେ ଥିବା ବାସଭବନରେ ପ୍ରଣବଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ରଖାଯିବ । ସେଠାରେ ଦିନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରିୟଜନ ଓ ବିଶିଷ୍ଟ ବ୍ୟକ୍ତି ପ୍ରଣବଙ୍କ ଶେଷ ଦର୍ଶନ କରିବେ । ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ଫ୍ୟାମିଲି ଡାକ୍ତର ନରେନ କୁମାର ଏହି ସୂଚନା ଦେଇଛନ୍ତି ।

Advertisment

ପ୍ରଥମେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ତିନି ସେନାମୁଖ୍ୟ ଓ ଉଚ୍ଚପଦସ୍ତ ଅଧିକାରୀ ପ୍ରଣବଙ୍କ ଶେଷ ଦର୍ଶନ କରିଛନ୍ତି । ପରେ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ଅନ୍ୟ ଅଧିକାରୀ ତାଙ୍କୁ ଅନ୍ତିମ ବିଦାୟ  ଜଣାଇଛନ୍ତି।  ପ୍ରଣବଙ୍କ ବାସଭବନ ପରିସରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି। ପ୍ରଥମେ ଗାର୍ଡ ଅଫ ଅନର୍, ଅନ୍ତିମ ଦର୍ଶନ ଏବଂ ପରେ ଶେଷକୃତ୍ୟ ନେଇ କଡ଼ା ସୁରକ୍ଷା ହୋଇଛି।  ପ୍ରଣବଙ୍କ ବିୟୋଗରେ ଦେଶରେ ସାତ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ରାଷ୍ଟ୍ରପତି ଭବନ, ସଂସଦ, ପାର୍ଲାମେଣ୍ଟ ଭବନ ସମେତ ଅନ୍ୟ ସରକାରୀ କାଯର୍ୟାଳୟେ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯାଇଛି।

ସୂଚନାଯୋଗ୍ୟ, ଦେଶର ୧୩ତମ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୮୪ ବର୍ଷ ବୟସରେ ଗତକାଲି ଇହଧାମ ତ୍ୟାଗ କରିଛନ୍ତି । ପ୍ରଣବ ଦା’ ଗତ ୧୦ ତାରିଖରୁ ଦିଲ୍ଲୀ ଆର୍ମି ରିସର୍ଚ୍ଚ ଏଣ୍ଡ ରିଫରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।  ଦୀର୍ଘ ଦିନ ଧରି ସେ ଗଭୀର କୋମାରେ ଥିଲେ । କିଛି ଦିନ ତଳେ ତାଙ୍କର ବ୍ରେନ୍ ସର୍ଜରୀ ହୋଇଥିଲା। ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇ ରକ୍ତ ଜମାଟ ବାହାର କରାଯାଇଥିଲା । ଅସ୍ତ୍ରୋପଚାର ପୂର୍ବରୁ କରୋନା ନମୂନା ପରୀକ୍ଷା କରାଯାଇଥିବା ବେଳେ ରିପୋର୍ଟ ପଜିଟିଭ୍ ଆସିଥିଲା  । ଏହାପରେ ଫୁସ୍‌ଫୁସ୍‌ ସଂକ୍ରମିତ ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଘଟିଲା। ଶେଷରେ ଗତକାଲି ଚିର ନିଦ୍ରାରେ ଚାଲିଗଲେ ପ୍ରଣବ ଦା’।

Advertisment
Pranab Mukherjee
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe