ତ୍ରିପଲ୍ଲୀ: ଲିବ୍ୟାର ଜିଲତେନ୍ ସହରରେ ଥିବା ଏକ ପୋଲିସ ପ୍ରଶିକ୍ଷଣ କେନ୍ଦ୍ରରେ ଗୁରୁବାର ଟ୍ରକ୍ ବୋମା ବିସ୍ଫୋରଣ ଘଟି ୬୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୭ରୁ ଅଧିକ ଆହତ ହୋଇଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଜିଲତେନ୍ ସହରର ମେୟର ମିଫତାହ ଲାହମାଦୀ। ସୂଚନା ମୁତାବକ ଏଠାରେ ପୋଲିସର ଏକ ନିଯୁକ୍ତି ମେଳା ଚାଲିଥିଲା। ଏଥିରେ ବହୁ ସଂଖ୍ୟାରେ ଲୋକ ଯୋଗଦେଇଥିଲେ। ଏହି ସମୟରେ ଟ୍ରକରେ ବୋମା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର କାରଣ ଜଣାପଡିନାହିଁ। ଏହା କୌଣସି ଆତଙ୍କବାଦୀଙ୍କ କାର୍ଯ୍ୟ ନା ଅନ୍ୟ କିଛି କାରଣ ରହିଛି ତାହାର ତଦନ୍ତ କରାଯାଉଛି। ତେବେ ଲିବ୍ୟା ଜରତୀୟ ଗଣମାଧ୍ୟମରେ ବିସ୍ଫୋରଣରେ ୧୫ଜଣ ପ୍ରାଣ ହରାଇଥିବା ବେଳେ ୩୦ ଜଣ ଆହତ ହୋଇଥିବା କୁହାଯାଇଛି।