Advertisment

ଏଲ୍ଆଇସି ୩.୦: ୪ ମେ’ରୁ ଆଇପିଓ ବିକ୍ରି ଘୋଷଣା

ମୁମ୍ବାଇ: ସାର୍ବଜନିକ ବୀମା କମ୍ପାନୀ ଲାଇଫ ଇନ୍ସୁରାନ୍ସ କମ୍ପାନୀ(ଏଲଆଇସି) ଆଇପିଓ ବିକ୍ରି ଘୋଷଣା କରିଛି। ଏନେଇ ବୁଧବାର ମୁମ୍ବାଇରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏଲ୍ଆଇସି ଅଧିକାରୀମାନେ ଏନେଇ ସ୍ପଷ୍ଟ କରିଛନ୍ତି। ଏଲ୍ଆଇସି ୩.୦ରେ ଲୋକଙ୍କୁ ଏହି ସୁଯୋଗ ମିଳିବ। ଏହି ଆଇପିଓ ସେୟାର ଧାରକ ହେବା ନିମନ୍ତେ ଆସନ୍ତା ମାସ ୪ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ନିମନ୍ତେ ସୁଯୋଗ ମିଳିବ। ଆଙ୍କର ନିବେଶକଙ୍କ ନିମନ୍ତେ ଏହା ମେ’ ୨ରୁ ଖୋଲିବ। ଏହାର […]

ଏଲ୍ଆଇସି ୩.୦: ୪ ମେ’ରୁ ଆଇପିଓ ବିକ୍ରି ଘୋଷଣା

lic

Advertisment

ମୁମ୍ବାଇ: ସାର୍ବଜନିକ ବୀମା କମ୍ପାନୀ ଲାଇଫ ଇନ୍ସୁରାନ୍ସ କମ୍ପାନୀ(ଏଲଆଇସି) ଆଇପିଓ ବିକ୍ରି ଘୋଷଣା କରିଛି। ଏନେଇ ବୁଧବାର ମୁମ୍ବାଇରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏଲ୍ଆଇସି ଅଧିକାରୀମାନେ ଏନେଇ ସ୍ପଷ୍ଟ କରିଛନ୍ତି। ଏଲ୍ଆଇସି ୩.୦ରେ ଲୋକଙ୍କୁ ଏହି ସୁଯୋଗ ମିଳିବ। ଏହି ଆଇପିଓ ସେୟାର ଧାରକ ହେବା ନିମନ୍ତେ ଆସନ୍ତା ମାସ ୪ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ନିମନ୍ତେ ସୁଯୋଗ ମିଳିବ। ଆଙ୍କର ନିବେଶକଙ୍କ ନିମନ୍ତେ ଏହା ମେ’ ୨ରୁ ଖୋଲିବ। ଏହାର ବଣ୍ଡ ଦର ୯୦୨ରୁ ୯୪୯ ଟଙ୍କା ଭିତରେ ରହିବ। ୨୧ ହଜାର କୋଟିର ଆଇପିଓ ଦେଶର ସବୁଠାରୁ ବଡ ପ୍ରାରମ୍ଭିକ ସର୍ବସାଧାରଣ ଅଫର ହେବ। ସରକାର ଆଇପିଓର ଆକାର ମଧ୍ୟ କାଟ କରିଛନ୍ତି।

Advertisment

ଆଇପିଓ କିଣିବା ନିମନ୍ତେ ଏଲଆଇସି ପଲିସି ଧାରକମାନଙ୍କ ନିମେନ୍ତ ସେୟାର ପିଛା ଦର ୬୦ ଟଙ୍କା ଏବଂ ଅନ୍ୟ ନିବେଶକ ତଥା କର୍ମଚାରୀଙ୍କ ନିମନ୍ତେ ଏହାର ସେୟାର ପିଛା ୪୫ ଟଙ୍କା ରିହାତି ମିଳିବ। ଏଲଆଇସିରେ ସରକାରଙ୍କ ୩.୫ ପ୍ରତିଶତ ଅଂଶ ରହିଛି। ଯାହାର ପରିମାଣ ୨୨.୧୩ କାଟି ଟଙ୍କା ହେବ। ଏହାଦ୍ୱାରା ସରକାର ୨୦ ହଜାର ୫୫୭.୨୩ କେଟି ଟଙ୍କା ଏକାଠି କରିବେ। ତେବେ ଏହା ପୂର୍ବରୁ ସରକାର ଆଇପିଓ ଜାରି ପରେ ୬୦ ହଜାର କାଟି ଟଙ୍କା ପାଇବ ବୋଲି ଆଶା ଥିଲା। ଯାହା ଏଥିରୁ ବହୁତ କମ ରହିଛି।

ଏଲଆଇସି କର୍ମଚାରୀଙ୍କ ନିମନ୍ତେ ଇକ୍ୟୁଇଟିର ୫ ପ୍ରତିଶତ ସଂରକ୍ଷଣ ରହିଛି। ପଲିସି ଧାରକଙ୍କ ନିମନ୍ତେ ୧୦ ପ୍ରତିଶତ ସଂରକ୍ଷଣ ରହିଛି। ଆଇପିଓ ସାଇଜକୁ ୫ ପ୍ରତିଶତରୁ ୩.୫ ପ୍ରତିଶତକୁ କାଟ କରାଯାଇଛି। ଏହି ଘୋଷଣା ସହ ଷ୍ଟକ ଏକ୍ସଚେଞ୍ଜରେ ଏଲଆଇସି ମେ’ ୧୭ ତାରିଖରେ ତାଲିକା ଭୁକ୍ତ ହେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe