Advertisment

ଏମିତି ଥିଲା ଭାରତୀୟ ରାଜନୀତିର ଯୁଗପୁରୁଷ ଅଟଳ ବିହାରୀଙ୍କ ସଂଘର୍ଷମୟ ଜୀବନ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନନାୟକ ଅଟଳ ବିହାରୀ ବାଜେପେୟୀଙ୍କ ୯୩ ବର୍ଷ ବୟସରେ ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ଣ ୫.୦୫ରେ ଏମ୍‌ସରେ ତାଙ୍କର ପରଲୋକ ଘଟିଛି। ୯ ସପ୍ତାହ ଧରି ହସ୍‌ପିଟାଲରେ ଭର୍ତ୍ତି ଥିବା ବାଜପେୟୀଙ୍କୁ ଗତ ୩ଦିନ ଧରି ଭେଣ୍ଟିଲେଟରରେ ରଖାଯାଇଥିଲା। ବୁଧବାର ସକାଳୁ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଦେଖା ଦେଇଥିଲା। ବହୁ ସଂଘର୍ଷମୟ ଥିଲା ଏହି ଜନନାୟକଙ୍କ ଜୀବନ। ଆସନ୍ତୁ ଜାଣିବା ଭାରତୀୟଙ୍କ ମସ୍ତକକୁ ବିଶ୍ୱ […]

author-image
Developer
ଅଦ୍ୟତନ ହୋଇଛି
ଏମିତି ଥିଲା ଭାରତୀୟ ରାଜନୀତିର ଯୁଗପୁରୁଷ ଅଟଳ ବିହାରୀଙ୍କ ସଂଘର୍ଷମୟ ଜୀବନ

Vajpayee-2

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନନାୟକ ଅଟଳ ବିହାରୀ ବାଜେପେୟୀଙ୍କ ୯୩ ବର୍ଷ ବୟସରେ ପରଲୋକ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍ଣ ୫.୦୫ରେ ଏମ୍‌ସରେ ତାଙ୍କର ପରଲୋକ ଘଟିଛି।

Advertisment

୯ ସପ୍ତାହ ଧରି ହସ୍‌ପିଟାଲରେ ଭର୍ତ୍ତି ଥିବା ବାଜପେୟୀଙ୍କୁ ଗତ ୩ଦିନ ଧରି ଭେଣ୍ଟିଲେଟରରେ ରଖାଯାଇଥିଲା। ବୁଧବାର ସକାଳୁ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଦେଖା ଦେଇଥିଲା।

ବହୁ ସଂଘର୍ଷମୟ ଥିଲା ଏହି ଜନନାୟକଙ୍କ ଜୀବନ। ଆସନ୍ତୁ ଜାଣିବା ଭାରତୀୟଙ୍କ ମସ୍ତକକୁ ବିଶ୍ୱ ଦରକାରରେ ଉଚ୍ଚା କରିଥିବା ବାଜପେୟୀଜୀଙ୍କ ଜୀବନ ସଂପର୍କରେ:

Advertisment

୧୯୨୪ ମସିହା ଡିସେମ୍ବର ୨୫ରେ ମଧ୍ୟପ୍ରଦେଶ ଗ୍ୱାଲିୟରରେ ଜନ୍ମ ହୋଇଥିଲେ ଅଟଳ ବିହାରୀ ବାଜପେୟୀ। ପ୍ରଥମେ ଗ୍ୱାଲିୟର ଭିକ୍ଟୋରିଆ କଲେଜ ଏବଂ ପରେ କାନପୁର ଡିଏଭି କଲେଜରେ ପାଠପଢା ଶେଷ କରିଥିଲେ। ରାଜନୀତି ବିଜ୍ଞାନରେ ଏମଏ୍ ପାସ କରିବା ସହ ଜଣେ ସମାଜସେବୀ, ସାମ୍ବାଦିକ ଓ ବକ୍ତା ଭାବେ ତାଙ୍କର ଖ୍ୟାତି ବଢିଥିଲା। ୧୯୪୨ରେ ଭାରତ ଛାଡ ଆନ୍ଦୋଳନରେ ଝାସ ଦେଇ ସେ ଜେଲ୍‌ ଯାଇଥିଲେ।

[caption id="attachment_264422" align="aligncenter" width="818"]publive-image ନିଜ ପରିବାର ସହ ଯୁବାବସ୍ଥାରେ ଅଟଳ ବିହାରୀ ବାଜପେୟୀ[/caption]

ରାଜନୀତିକ ଜୀବନ

୧୯୫୧ ମସିହାରେ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଦ୍ୱାରା ପ୍ରତିଷ୍ଠିତ ଭାରତୀୟ ଜନସଂଘର ଜଣେ ପ୍ରତିଷ୍ଠାତା ସଭ୍ୟ ରୂପେ ସେ ତାଙ୍କର ରାଜନୀତିକ ଜୀବନ ଆରମ୍ଭ କରିଥିଲେ। ୧୯୫୭ରୁ ଆରମ୍ଭ ହୋଇଥିଲା ତାଙ୍କର ସାଂସଦ ଜୀବନ। ୧୯୫୭ରୁ ୭୭ ପର୍ଯ୍ୟନ୍ତ ସେ ପାର୍ଲାମେଣ୍ଟରେ ଭାରତୀୟ ଜନସଂଘର ପ୍ରତିନିଧି ଭାବେ କାର୍ଯ୍ୟ ତୁଲାଇଥିଲେ। ୧୯୭୭ରୁ ୮୦ ପର୍ଯ୍ୟନ୍ତ ଜନତା ପାର୍ଟିର ପ୍ରତିଷ୍ଠାତା ସଭ୍ୟ ଥିଲେ।

୧୯୭୫ରେ ଦେଶରେ ଯେତେବେଳେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିଲା, ସେତେବେଳେ ତାଙ୍କୁ ଅଟକ ରଖାଯାଇଥିଲା। ୧୯୭୭ରେ ଜରୁରୀକାଳୀନ ପରିସ୍ଥିତି ଉଠିଲା ଏବଂ ସାଧାରଣ ନିର୍ବାଚନରେ ବିରୋଧୀମାନେ ଇନ୍ଦିରାଙ୍କୁ ମାତଦେଲେ। ମୋରାରଜୀ  ଦେଶାଇଙ୍କ ସରକାରରେ ବାଜପେୟୀ ହେଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ।

ସେହି ସମୟରେ ମିଳିତ ଜାତିସଂଘର ତାଙ୍କର ହିନ୍ଦି ଭାଷଣ ଥିଲା ଏକ ଐତିହାସିକ ମୂହୁର୍ତ୍ତ।

[caption id="attachment_264431" align="aligncenter" width="808"]publive-imageଘନିଷ୍ଠ ବନ୍ଧୁ ଲାଲ୍‌କୃଷ୍ଣ ଆଡ଼ଭାନୀଙ୍କ ସହ[/caption]

୧୯୮୦ରୁ ୮୬ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ସଭାପତି ଥିଲେ ବାଜପେୟୀ।  ହେଲେ ତାଙ୍କ ନେତୃତ୍ୱରେ ସେତେବେଳେ କେବଳ ବିରୋଧୀ ଭୂମିକାରେ ହିଁ ଦଳକୁ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

୮୦ ଦଶକର ଶେଷଭାଗରେ ବୋଫର୍ସ ଭୂତ କଂଗ୍ରେସକୁ ଗୋଡ଼ାଇଥିଲା। ଏହା କେନ୍ଦ୍ରରେ ସରକାର ଗଠନ ପାଇଁ ଅଣକଂଗ୍ରେସ ଦଳ ପାଇଁ ସୁଯୋଗ ଆଣିଥିଲା। ବିଶ୍ୱନାଥ ପ୍ରତାପ ସିଂହଙ୍କ ସରକାରକୁ ବାହାରୁ ସମର୍ଥନ ଦେଇଥିଲା ବିଜେପି। ତେବେ କେତେକ ଛୋଟବଡ଼ ଦଳର ନେତୃତ୍ୱ ନେଇ ୧୯୯୬ ମସିହାରେ କ୍ଷମତାକୁ ଆସିଥିଲା ବିଜେପି। ଆଉ ବାଜପେୟୀ ହୋଇଥିଲେ ପ୍ରଧାନମନ୍ତ୍ରୀ।  ହେଲେ ଭାଗ୍ୟଦେବୀ ତାଙ୍କ ଉପରେ ସେତେଟା ପ୍ରସନ୍ନ ନଥିଲେ।  ମାତ୍ର ୧୩ ଦିନ ପାଇଁ ରହିଥିଲା ତାଙ୍କ ପ୍ରଧାନମନ୍ତ୍ରୀ ପଦ।

୧୯୯୮ରେ ସେ ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ। ସେହି ବର୍ଷ ପୋଖରାନରେ ଆଣବିକ ପରୀକ୍ଷଣ, ୧୯୯୯ରେ ପାକିସ୍ତାନକୁ ବସ୍‌ ଯାତ୍ରା ଭଳି ଘଟଣା ବିଶ୍ୱ ଦରବାରରେ ତାଙ୍କର ଭିନ୍ନ ଭାବମୂର୍ତ୍ତି ତିଆରି କରିଥିଲା।

୧୯୯୮-୯୯ରେ ବିଶ୍ୱର ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଥିବା ସତ୍ତ୍ୱେ ତାଙ୍କ ଶାସନ କାଳରେ ଭାରତର ଜିଡିପି ବୃଦ୍ଧି ହାର ୫.୮ ପ୍ରତିଶତରେ ପହଞ୍ଚିଥିଲା।

[caption id="attachment_264426" align="aligncenter" width="861"]publive-image ଏକ ରାଜନୈତିକ ସମାବେଶରେ ଅଟଳ ବିହାରୀ[/caption]

କାର୍ଗିଲ ଯୁଦ୍ଧ

ତାଙ୍କ ସମୟରେ ପୁଣି ଥରେ ବିଶ୍ୱାସଘାତକତା କରିଥିଲା ପାକିସ୍ତାନ। ଗୋଟିଏ ପଟେ ଶାନ୍ତି କଥାବାର୍ତ୍ତା ଚାଲିଥିବା ବେଳେ ଅନ୍ୟପଟେ କାର୍ଗିଲକୁ ଅକ୍ତିଆର କରିବାକୁ ଚାହିଁଥିଲା ପଡୋଶୀ।  ହେଲେ ଭାରତୀୟ ସେନା ଏହାର ଠିକଣା ଜବାବ ଦେଇଥିଲେ। ଆଉ ୧୯୯୯ରେ ବାଜପେୟୀଙ୍କ ନେତୃତ୍ୱରେ ହିଁ ଏନଡିଏ କ୍ଷମତାକୁ ଫେରିଥିଲା। ପୁଣି ଥରେ ବାଜପେୟୀ ହୋଇଥିଲେ ପ୍ରଧାନମନ୍ତ୍ରୀ। ସେ ୨୦୦୪ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇଥିଲେ।

publive-image
ଦଶଥର ଲୋକସଭା ଓ ଦୁଇଥର ରାଜ୍ୟସଭା ସାଂସଦ

ଦୀର୍ଘ ୫ ଦଶନ୍ଧିରୁ ଅଧିକ କାଳର ସଂସଦୀୟ ଜୀବନରେ ବାଜପେୟୀ ୧୦ ଥର ଲୋକସଭାକୁ ଏବଂ ଦୁଇ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ଥିଲେ ଏକମାତ୍ର ସାଂସଦ, ଯିଏ କି ବିଭିନ୍ନ ସମୟରେ ଉତ୍ତରପ୍ରଦେଶ, ଗୁଜରାଟ, ମଧ୍ୟପ୍ରଦେଶ ଓ ଦିଲ୍ଲୀ ଭଳି ୪ଟି ରାଜ୍ୟରୁ ନିର୍ବାଚିତ ହୋଇଥିଲେ।

ବହୁ ସମ୍ମାନର ଅଧିକାରୀ

ଦେଶ ପ୍ରତି ଉତ୍ସର୍ଗୀକୃତ ସେବା ପାଇଁ ତାଙ୍କୁ ୧୯୯୨ରେ ପଦ୍ମ ବିଭୂଷଣ ଓ  ୨୦୧୫ରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ବାଜପେୟୀ ହିନ୍ଦି ମାସିକ ‘ରାଷ୍ଟ୍ରଧର୍ମ’, ସାପ୍ତାହିକ ‘ପଞ୍ଚଜନ୍ୟ’, ଦୈନିକ ଖବରକାଗଜ ‘ସ୍ୱଦେଶ’ ଓ ‘ବୀର ଅର୍ଜୁନ’ର ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଥିଲେ।

[caption id="attachment_264428" align="aligncenter" width="960"]publive-image ପୂର୍ବତନ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ସହ[/caption]

କବିତା ଓ ପୁସ୍ତକ

‘ମେରି ଇକ୍ୟାବନ କବିତାଏଁ’, ‘କ୍ୟା ଖୋୟା କ୍ୟା ପାୟ୍ୟା’, ‘ନୟୀ ଦିଶା’, ‘ସମ୍ବେଦନ’ ଭଳି କବିତା ଓ ସଂସଦରେ ଦେଇଥିବା ମୂଲ୍ୟବାନ୍ତ ବକ୍ତୃତା ସମ୍ବଳିତ ପୁସ୍ତକ ପାଇଁ ସେ ବେଶ ପ୍ରସିଦ୍ଧି ଲାଭ କରିଥିଲେ।

ଫିକା ପଡ଼ି ଯାଇଥିଲା ବିଫଳତା

ବାଜପେୟୀଙ୍କ ମହାନତା ଆଗରେ ତାଙ୍କର କେତେକ ବିଫଳତା ଫିକା ପଡିଯାଇଥିଲା।  ପ୍ରତବର୍ଷ ଡିସେମ୍ବର ୨୫ ତାଙ୍କ ଜନ୍ମଦିନକୁ ‘ଗୁଡ୍ ଗଭର୍ଣ୍ଣାନ୍ସ ଡେ’ ଭାବେ ପାଳନ କରାଯାଇଆସୁଛି। ଦେଶବାସୀଙ୍କ ପାଇଁ ସେ ଥିଲେ ଆଦର୍ଶ। ଆଉ ସେହି ଆଦର୍ଶକୁ ଯଦି ଦେଶବାସୀ ଜୀବନରେ ସ୍ଥାନ ଦିଅନ୍ତି, ତେବେ ତାହେଲେ ହିଁ ହେବ, ସେହି ମହାନ ନେତାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।

[caption id="attachment_264429" align="aligncenter" width="837"]publive-image ଏକ ବିଶେଷ ମୁହୂର୍ତ୍ତରେ ଏବେର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ[/caption]