Advertisment

ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ

ଜୟପୁର: ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ। ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି ଯୋଧପୁରର ଟ୍ରାଏଲ କୋର୍ଟ।  କୋର୍ଟର ଏହି ରାୟ ଆସିବା ପରେ ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ପକ୍ଷରୁ ରାଜସ୍ଥାନ, ଦିଲ୍ଲୀ, ହରିୟାଣା, ଗୁଜରାଟ ସରକାରଙ୍କୁ ସତର୍କ ରହିବାକୁ ଆଲର୍ଟ ଜାରି କରାଯାଇଛି। ଏ ସବୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଯେ କୌଣସି ପରିସ୍ଥିତିରେ […]

ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ

baba-babe-2--2_647_080915084230

Advertisment

ଜୟପୁର: ଆଶାରାମ ବାପୁଙ୍କୁ ଆଜୀବନ କାରାଦଣ୍ଡ। ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ନାବାଳିକା ଦୁଷ୍କର୍ମ ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ଆଜୀବନ କାରାଦଣ୍ଡ ରାୟ ଶୁଣାଇଛନ୍ତି ଯୋଧପୁରର ଟ୍ରାଏଲ କୋର୍ଟ।  କୋର୍ଟର ଏହି ରାୟ ଆସିବା ପରେ ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ପକ୍ଷରୁ ରାଜସ୍ଥାନ, ଦିଲ୍ଲୀ, ହରିୟାଣା, ଗୁଜରାଟ ସରକାରଙ୍କୁ ସତର୍କ ରହିବାକୁ ଆଲର୍ଟ ଜାରି କରାଯାଇଛି। ଏ ସବୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଯେ କୌଣସି ପରିସ୍ଥିତିରେ ହିଂସାକାଣ୍ଡ ଘଟିବାର ଆଶଙ୍କା ଥିବାରୁ ପୋଲିସ ସତର୍କ ରହିଛି।  ସେହିପରି ଅାଶାରାମଙ୍କ ୨ ସହଯୋଗୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ହୋଇଛି। ଆଜି ଯୋଧପୁର ଜେଲ୍‌ର ସ୍ୱତନ୍ତ୍ର କୋର୍ଟ  ଏହି ରାୟ ଶୁଣାଇଛନ୍ତି।

Advertisment

ଆଶାରାମଙ୍କୁ ଆଜି କୋର୍ଟକୁ ନେବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ୨୦୧୩ରେ ରାଜସ୍ଥାନ ଯୋଧପୁରରେ ମଣାଇ ଗ୍ରାମରେ ଥିବା ବାବାଙ୍କ  ଆଶ୍ରମରେ ସମ୍ପୃକ୍ତ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇ ଥିଲା। ଏ ସମ୍ପର୍କରେ ଆଜି ଚୂଡ଼ାନ୍ତ ରାୟ ଆସିଛି।  ତେବେ ଏନେଇ ଆଜି ରାଜସ୍ଥାନ, ଗୁଜରାଟ ଓ ହରିୟାଣାରେ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ଯୋଧପୁର ଜେଲ୍‌ର ସ୍ୱତନ୍ତ୍ର କୋର୍ଟରେ ୧୪୪ ଧାରା ଜାରି କରାଯାଇଛି। ଅଶାରାମଙ୍କ ବିରୋଧରେ ପସ୍କୋ ଆକ୍ଟ,ଏସିଏସଟି ନିର୍ଯାତନା ନିରୋଧୀ ଆକ୍ଟ ଏବଂ ଶିଶୁ ଅପରାଧ ଆଇନ ସମ୍ପର୍କିତ ଆଇପିସିର ବିଭିନ୍ନ ଧାରା ମୁତାବକ ଦଫା ରହିଥିଲା। ଏହି ମାମଲା ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌ ପରିସରରେ ରାୟ ଶୁଣାଇବା ପାଇଁ ରାଜସ୍ଥାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜଣେ ୧୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ  ଆଶାରାମ ଗିରଫ ହୋଇ ଯୋଧପୁର ସେଣ୍ଟ୍ରାଲ ଜେଲ୍‌ରେ ଥିଲେ । ୭୭ ବର୍ଷୀୟ ଆଶାରାମ ୨୦୧୩ରେ  ଉତ୍ତରପ୍ରଦେଶର ସାହାଜାହାନପୁରର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯାଗ ହୋଇଥିଲା। ଏହି ଘଟଣାରେ ତାଙ୍କୁ ୨୦୧୩ ସେପ୍ଟେମ୍ବର୧ ତାରିଖରେ ଇନ୍ଦୋରରୁ ଗିରଫ କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe