Advertisment

ଜୁନ ୧୦ରୁ ଶସ୍ତା ହେବ ମଦ

ନୂଆଦିଲ୍ଲୀ: ଦିଲ୍ଲୀରେ ଜୁନ୍ ୧୦ରୁ ଶସ୍ତା ହେବ ମଦ। ଦିଲ୍ଲୀ ସରକାର ମଦ ଉପରେ ଲାଗୁ କରିଥିବା ୭୦ ପ୍ରତିଶତ କରୋନା ସେସ୍ ପ୍ରତ୍ୟାହାର କରିଛନ୍ତି। ତେବେ ମଦ ଉପରେ ୫ ପ୍ରତିଶତ ଭାଟ୍ ବଢ଼ାଇଛନ୍ତି ଦିଲ୍ଲୀ ସରକାର। ଏଣିକି ମଦର ମୂଲ୍ୟ ଉପରେ ୨୫ ପ୍ରତିଶତ ଭାଟ୍ ଲାଗିବ। ଏ ପର୍ଯ୍ୟନ୍ତ ମଦରେ କେବଳ ୨୦ ପ୍ରତିଶତ ଭାଟ୍ ଲାଗୁଥିଲା। ଦିଲ୍ଲୀରେ ବଢ଼ୁଥିବା କରୋନା ଭୂତାଣୁର ସ୍ଥିତି ଭିତରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। […]

author-image
Pragnya Choudhury
ଜୁନ ୧୦ରୁ ଶସ୍ତା ହେବ ମଦ

liqore

ନୂଆଦିଲ୍ଲୀ: ଦିଲ୍ଲୀରେ ଜୁନ୍ ୧୦ରୁ ଶସ୍ତା ହେବ ମଦ। ଦିଲ୍ଲୀ ସରକାର ମଦ ଉପରେ ଲାଗୁ କରିଥିବା ୭୦ ପ୍ରତିଶତ କରୋନା ସେସ୍ ପ୍ରତ୍ୟାହାର କରିଛନ୍ତି। ତେବେ ମଦ ଉପରେ ୫ ପ୍ରତିଶତ ଭାଟ୍ ବଢ଼ାଇଛନ୍ତି ଦିଲ୍ଲୀ ସରକାର। ଏଣିକି ମଦର ମୂଲ୍ୟ ଉପରେ ୨୫ ପ୍ରତିଶତ ଭାଟ୍ ଲାଗିବ। ଏ ପର୍ଯ୍ୟନ୍ତ ମଦରେ କେବଳ ୨୦ ପ୍ରତିଶତ ଭାଟ୍ ଲାଗୁଥିଲା।

Advertisment

ଦିଲ୍ଲୀରେ ବଢ଼ୁଥିବା କରୋନା ଭୂତାଣୁର ସ୍ଥିତି ଭିତରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହା ପରେ ମଦ ଦୋକାନ ସାମ୍ନାରେ ହଜାର ହଜାର ସଂଖ୍ୟାରେ ଭିଡ଼ ଦେଖିବାକୁ ମିଳିଲା। ଏହାକୁ ରୋକିବା ଲାଗି ସରକାର ମଦର ୭୦ ପ୍ରତିଶତ ଦାମ୍ ବଢ଼ାଇଦେବାକୁ ନିଷ୍ପତ୍ତି ନେଇଥିଲେ।

ପ୍ରକୃତରେ ଲକଡାଉନ ୩.୦ ଅବଧିରେ ଦିଲ୍ଲୀରେ ମଦ ବିକ୍ରି ଆରମ୍ଭ ହୋଇଥିଲା। ମେ'୪ରେ ମଦ ଦୋକାନରେ ଭୟଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ସାମାଜିକ ଦୂରତ୍ୱର ଚିହ୍ନ ବର୍ଣ୍ଣ ନ ଥିଲା। ସ୍ଥିତି ସମ୍ଭାଳିବାକୁ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା।

Advertisment

ଏହାପରେ କେଜ୍ରିଓ୍ୱାଲ ସରକାର ମେ' ୫ରେ ଦିଲ୍ଲୀରେ ମଦର ମୂଲ୍ୟ ଉପରେ ୭୦ ପ୍ରତିଶତ କରୋନା ସେସ୍ ଲାଗୁ କରିଥିଲେ। ମଦ ଉପରେ କରୋନା ସେସ୍ ଲାଗୁ ହେବା ପରେ ବି ଅନେକ ଦିନ ଯାଏ ମଦ ଦୋକାନରେ ଭିଡ଼ ନଜରକୁ ଆସିଲା। ଏବେ ପୁଣି ସରକାର ମଦ ଉପରୁ ଏହି ଅତିରିକ୍ତ ସେସ୍ ପ୍ରତ୍ୟାହାର କରିଛନ୍ତି।