Advertisment

ବିଜେପି-ଜେଡିୟୁ ସହ ମିଶି ନିର୍ବାଚନ ଲଢ଼ିବନି ଏଲଜେପି, ଏକାକୀ ପ୍ରାର୍ଥୀ ଦେବାକୁ ଘୋଷଣା

ପାଟନା: ବିଜେପି ଓ ନୀତୀଶ କୁମାରଙ୍କ ଜେଡିୟୁକୁ ଜବରଦସ୍ତ ଝଟକା ଲାଗିଛି। ମୋଦି ସରକାରରେ ମନ୍ତ୍ରୀ ଥିବା ରାମ ବିଲାଶ ପାଶ୍ୱାନଙ୍କ ଏଲଜେପି ବିହାର ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ ବୋଲି ଘୋଷଣା କରିଛି। ବିଜେପି ସହ ଏଲଜେପିର କୌଣସି ତିକ୍ତତା ନାହିଁ। କିନ୍ତୁ ବିହାରରେ ଗଠିତ ଏନଡିଏ ମେଣ୍ଟରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ବିଜେପି ଏହାକୁ ସମର୍ଥନ କରିଥିଲେ ହେଁ ଏଲଜେପି ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଦେଖିବାକୁ ଚାହୁଁ […]

author-image
Hemant Lenka
ଅଦ୍ୟତନ ହୋଇଛି
ବିଜେପି-ଜେଡିୟୁ ସହ ମିଶି ନିର୍ବାଚନ ଲଢ଼ିବନି ଏଲଜେପି, ଏକାକୀ ପ୍ରାର୍ଥୀ ଦେବାକୁ ଘୋଷଣା

gg

ପାଟନା: ବିଜେପି ଓ ନୀତୀଶ କୁମାରଙ୍କ ଜେଡିୟୁକୁ ଜବରଦସ୍ତ ଝଟକା ଲାଗିଛି। ମୋଦି ସରକାରରେ ମନ୍ତ୍ରୀ ଥିବା ରାମ ବିଲାଶ ପାଶ୍ୱାନଙ୍କ ଏଲଜେପି ବିହାର ବିଧାନସଭା ନିର୍ବାଚନ ଏକାକୀ ଲଢ଼ିବ ବୋଲି ଘୋଷଣା କରିଛି। ବିଜେପି ସହ ଏଲଜେପିର କୌଣସି ତିକ୍ତତା ନାହିଁ। କିନ୍ତୁ ବିହାରରେ ଗଠିତ ଏନଡିଏ ମେଣ୍ଟରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ବିଜେପି ଏହାକୁ ସମର୍ଥନ କରିଥିଲେ ହେଁ ଏଲଜେପି ନୀତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଦେଖିବାକୁ ଚାହୁଁ ନଥିଲା।

Advertisment

ଏଥିପାଇଁ ଏଲଜେପି ମେଣ୍ଟରୁ ଅଲଗା ହୋଇଯାଇଛି। ଏଥିସହ ଏଲଜେପି ଚଳିତ ବିଧାନସଭା ନିର୍ବାଚନରେ “ବିହାର ପ୍ରଥମ, ବିହାରୀ ପ୍ରଥମ’ ସ୍ଲୋଗାନ ଦେଇ ମଇଦାନକୁ ଓହ୍ଲାଇବ।

ନିର୍ବାଚନ ରଣନୀତି ସ୍ଥିର କରିବାକୁ ଆଜି ରାମ ବିଲାଶ ପାଶ୍ୱାନଙ୍କ ପୁଅ ଚିରାଗଙ୍କ ନେତୃତ୍ୱରେ ଦଳର ସଂସଦୀୟ ବୋର୍ଡର ବୈଠକ ବସିଥିଲା। ବୈଠକରେ ଦଳର ସବୁ ସଦସ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କକୁ ସମର୍ଥନ ଘୋଷଣା କରିଛନ୍ତି। ଏହାର ଅର୍ଥ ଏଲଜେପି ଜେଡିୟୁ ବିରୋଧରେ ପ୍ରାର୍ଥୀ ଦେବ। କିନ୍ତୁ ବିଜେପି ବିରୋଧରେ ପ୍ରାର୍ଥୀ ଦେବନାହିଁ।

Advertisment

ଚିରାଗ ପାଶ୍ୱାନ କହିଛନ୍ତି, ଆଜିର ନିଷ୍ପତ୍ତିରେ ମୁଁ ବହୁତ ଖୁସି। ଏବେ ମୋତେ ଉତ୍ସବ ବନାଇବାର ମୌକା ଦିଅନ୍ତୁ। ଏଲଜେପି ଏନଡିଏରେ ରହିଛି। କିନ୍ତୁ ବିହାର ନିର୍ବାଚନ ଏକାକୀ ଲଢ଼ିବ।

୨୦୧୭ରେ ଏଲଜେପି ମଣିପୁରରେ ଏକାକୀ ନିର୍ବାଚନ ଲଢ଼ିଥିଲା। ନିର୍ବାଚନ ପରେ ଦଳ ବିଜେପିକୁ ସମର୍ଥନ କରିଥିଲା। ମୁଖ୍ୟମନ୍ତ୍ରୀ ବିରେନ ସିଂହ ଏହାପରେ ଏଲଜେପି ବିଧାୟକଙ୍କୁ ନିଜ କ୍ୟାବିନେଟରେ ସ୍ଥାନ ଦେଇଥିଲେ। ତେଣୁ ବିହାର ନିର୍ବାଚନ ପରେ ଏଲଜେପି ସମ୍ଭବତଃ ବିଜେପିକୁ ସମର୍ଥନ କରିବ।