ଲୋନ୍ ଆପ୍ ସ୍କାମ୍: ଭାରତୀୟ ପ୍ରେମିକା ପାଇଁ ଧରାପଡ଼ିଲା ଚାଇନା ଠକ

ନୂଆଦିଲ୍ଲୀ: ବେଆଇନ୍ ଲୋନ୍ ଆପ୍ ଦ୍ୱାରା ଠକେଇ କରି ସ୍ୱଦେଶ ଫେରିଯିବା ଲକ୍ଷ୍ୟରେ ଥିବା ଚାଇନାର ନାଗରିକ ଡିସେମ୍ୱର ୩୦ରେ ଗିରଫ ହୋଇଛି। ରାଜଧାନୀ ଦିଲ୍ଲୀରୁ ବିମାନ ଯୋଗେ ଫ୍ରାଙ୍କଫ୍ରଟ୍‌ ଯିବାକୁ ଯୋଜନା କରିଥିଲା ଚାଇନାର ନାଗରିକ ଝୁ ଓ୍ୱେଇ ଓରଫ୍ ଲମ୍ୱୋ (୨୭)। ଏହି ଠକ ଭାରତରେ ବେଆଇନ୍ ଲୋନ୍ ଆପକୁ ସକ୍ରିୟ କରିବା ପଛରେ ମାଷ୍ଟର ମାଇଣ୍ଡ ବୋଲି ପୁଲିସ କହିଛି। ଲମ୍ୱୋର ସାଙ୍ଗ ଭାରତୀୟ ନାଗରିକ ନାଗରାଜୁକୁ ମଧ୍ୟ ପୁଲିସ ଗିରଫ କରିଥିବା […]

china-on-bad-lone-appp

china-on-bad-lone-appp

Subhransu Sekhar
  • Published: Friday, 01 January 2021
  • Updated: 01 January 2021, 05:37 PM IST

Sports

Latest News

ନୂଆଦିଲ୍ଲୀ: ବେଆଇନ୍ ଲୋନ୍ ଆପ୍ ଦ୍ୱାରା ଠକେଇ କରି ସ୍ୱଦେଶ ଫେରିଯିବା ଲକ୍ଷ୍ୟରେ ଥିବା ଚାଇନାର ନାଗରିକ ଡିସେମ୍ୱର ୩୦ରେ ଗିରଫ ହୋଇଛି। ରାଜଧାନୀ ଦିଲ୍ଲୀରୁ ବିମାନ ଯୋଗେ ଫ୍ରାଙ୍କଫ୍ରଟ୍‌ ଯିବାକୁ ଯୋଜନା କରିଥିଲା ଚାଇନାର ନାଗରିକ ଝୁ ଓ୍ୱେଇ ଓରଫ୍ ଲମ୍ୱୋ (୨୭)। ଏହି ଠକ ଭାରତରେ ବେଆଇନ୍ ଲୋନ୍ ଆପକୁ ସକ୍ରିୟ କରିବା ପଛରେ ମାଷ୍ଟର ମାଇଣ୍ଡ ବୋଲି ପୁଲିସ କହିଛି। ଲମ୍ୱୋର ସାଙ୍ଗ ଭାରତୀୟ ନାଗରିକ ନାଗରାଜୁକୁ ମଧ୍ୟ ପୁଲିସ ଗିରଫ କରିଥିବା ସୂଚନା ରହିଛି। ବିମାନ ବନ୍ଦର ଅଭିମୁଖେ ଯାଉଥିଲା ବେଳେ ଲମ୍ୱୋ ଗିରଫ ହୋଇଛି।

ଭାରତରେ ବେଆଇନ୍ ଆପକୁ ସକ୍ରିୟ କରିବା ପଛରେ ଆଉ ଜଣେ ମାଷ୍ଟର ମାଇଣ୍ଡ ରହିଛି। ଯିଏକି ବିଦେଶରେ ରହି ଲମ୍ୱୋ ଦ୍ୱାରା ଠକେଇ କରୁଥିଲା। ଲମ୍ୱୋର ଭାରତରେ କୌଣସି ବ୍ୟାଙ୍କ ଆକାଉଣ୍ଟ ନାହିଁ। ତା’ର ପାରିଶ୍ରମିକ ଓ ଦୈନନ୍ଦିନ ଖର୍ଚ୍ଚ ଅନ୍ୟ ଉପାୟରେ ତା’ ହାତକୁ ଆସୁଥିଲା। ପୁଲିସ ତଦନ୍ତ କରି ଏହା ଜାଣିବାକୁ ପାଇଛି। ତେବେ ଭାରତରେ ଏହି ବେଆଇନ୍ କାରବାର କରିବା ବେଳେ ଲମ୍ୱୋ କୌଣସି ପ୍ରମାଣ ରଖିନଥିଲା। ହେଲେ ଗୋଟିଏ ଭୁଲ୍ ତା’ର ସମସ୍ତ ପ୍ଲାନକୁ ଭଣ୍ଡୁର କରିଛି। ଯାହାକି ପୁଲିସ ତଦନ୍ତ ବେଳେ ଜଣାପଡ଼ିଛି।

ହାଇଦ୍ରାବାଦରେ ଅଧିକାଂଶ ବ୍ୟକ୍ତି ଏହି ବେଆଇନ୍ ଲୋନ୍ ଆପ ଜରିଆରେ ଋଣ ନେଇ ଆତ୍ମହତ୍ୟା କରିବା ପରେ ପୁଲିସ ଖୋଳତାଡ କରିଥିଲା। ପରେ ଜଣାପଡ଼ିଥିଲା ଏହି ଲୋନ୍ ଆପ୍ ଆରବିଆଇ ନିୟମକୁ ଉଲ୍ଲଂଘନ କରୁଥିଲା। ଏଥିସହ ବେଆଇନ୍ ସୁଧ ଆଦାୟ କରୁଥିଲା। ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ୍ କରିବା ପରେ ଲମ୍ୱୋ ବାବଦରେ ସୂଚନା ମିଳିଥିଲା।

ପୁଲିସ ଏମାନଙ୍କୁ ଗିରଫ କରିବା ପରେ ଲମ୍ୱୋ ନିଖୋଜ ହୋଇଯାଇଥିଲା। ଦିଲ୍ଲୀ ବିମାନ ବନ୍ଦର ପାଖରେ ଲମ୍ୱୋ ପହଞ୍ଚିବା ପରେ ପୁଲିସ ପୂର୍ବ ଯୋଜନାମୁତାବିକ ତାକୁ ଗିରଫ କରିଥିଲା। ଜେରା ବେଳେ ଲମ୍ୱୋ ଲୋନ୍ ଆପ ବାବଦରେ କିଛି ଜାଣିନଥିବା କହିଥିଲା। ହେଲେ ପୁଲିସ ତା ପାଖରେ ଥିବା ଲାପଟପ୍ ଖୋଲିବା ପରେ ସମସ୍ତ କଥା ସାମ୍ନାକୁ ଆସିଥିଲା।

ହାଇଦ୍ରାବାଦ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଲମ୍ବୋ ସାତୋଟି କଲ ସେଣ୍ଟର ଚାରୋଟି କମ୍ପାନୀ ଅଧୀନରେ ଖୋଲିଥିଲା। ଆଉ ସେ ହିଁ କମ୍ପାନୀ ଚଳାଉଥିଲା। ଏହି କମ୍ପାନୀର କଲ ସେଣ୍ଟର ଗୁରୁଗ୍ରାମ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ରହିଛି। ଏହି କଲ୍ ସେଣ୍ଟର ଆପ୍ ଜରିଆରେ ଲୋନ୍ ଦେଉଥିଲା ବୋଲି ଜଣାପଡ଼ିଥିଲା।

ପୁଲିସ ଏହି କଲ ସେଣ୍ଟରରେ ଚଢ଼ାଉ କରିବା ବେଳେ ଜଣେ କର୍ମଚାରୀ ଲମ୍ୱୋର ଜଣେ ଭାରତୀୟ ପ୍ରେମିକା ଥିବା କଥା କହିଥିଲେ। ଲମ୍ୱୋ ସେହି ମହିଳାଙ୍କ ଦ୍ୱାରା ଦେଶରେ ନିଜ ବେଆଇନ କାରବାରକୁ ସକ୍ରିୟ ରଖିଥିବା କର୍ମଚାରୀ ଜଣଙ୍କ କହିଥିଲେ। ଏହାପରେ ପୁଲିସ ଲମ୍ୱୋର ପ୍ରେମିକାକୁ ଅଟକ ରଖିଥିଲା। ସେ ବ୍ୟବହାର କରୁଥିବା ମୋବାଇଲରେ ଲମ୍ୱୋର ଏକ ପାସପୋର୍ଟର ଫୋଟୋ ଦେଖିବାକୁ ପାଇଥିଲା। ଯେଉଁଥିରେ ଲମ୍ୱୋ ଚାଇନାର ନାଗରିକ ବୋଲି ଜଣାପଡ଼ିଥିଲା। ପ୍ରେମିକା ଜଣଙ୍କ ଲମ୍ୱୋର ଗତିବିଧି ବାବଦରେ କହିଥିଲା।

ଆଉ ପୁଲିସ ଦିଲ୍ଲୀ ବିମାନ ବନ୍ଦରରେ ଲମ୍ୱୋକୁ ଅଟକ ରଖିଥିଲା। ସେ ଇଂରାଜୀ ଜାଣିନଥିବା କହିବା ପରେ ଗୁଗୁଲ ଟ୍ରାନସଲେଟର ଜରିଆରେ ତାକୁ ଦିଲ୍ଲୀ ପୁଲିସ ଜେରା କରିଥିଲା। ପୁଲିସ ତଦନ୍ତ କରି ଜାଣିବାକୁ ପାଇଛି ଯେ ୧.୪ କୋଟି ଥର ଟ୍ରାଞ୍ଜାକସନରେ ୨୧,୦୦୦ କୋଟି ଟଙ୍କାର ନେଣଦେଣ ହୋଇଛି। ପେମେଣ୍ଟ ଗେଟୱେ ଏବଂ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଏହି କାରବାର ହୋଇଛି। ବିଟକଏନ୍ ମାଧ୍ୟମରେ ବହୁ ଅନ୍ତର୍ଜାତୀୟ କାରବାର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos