Advertisment

ଦେଶରେ ବଢ଼ିବ ତାଲାବନ୍ଦ, ନୂଆ ରୂପରେ ଆସିବ ଲକଡାଉନ ୪.୦

ନୂଆଦିଲ୍ଲୀ: କରୋନା ପାଇଁ ପୁଣିଥରେ ଦେଶରେ ଲକଡାଉନ ଅବଧିକୁ ବୃଦ୍ଧି କରିବାର ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୃତୀୟ ପର୍ଯ୍ୟାୟ ଲକଡାଉନ ଆସନ୍ତା ୧୭ ତାରିଖ ମଧ୍ୟରାତ୍ରରେ ସରୁଛି। ଏହାପରେ ପୁଣିଥରେ ଦେଶରେ ଲକଡାଉନ ୪.୦ ଲାଗୁ ହେବ। ଆଜି ଦେଶବାସୀଙ୍କୁ ଉଦବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ସଙ୍କେତ ଦେଇଛନ୍ତି। ତେବେ ପୂର୍ବରୁ ଲାଗୁ ହୋଇଥିବା ୩ଟି ଯାକ ଲକଡାଉନ ତୁଳନାରେ ଲକଡାଉନ ୪.୦ ସଂପୂର୍ଣ୍ଣ ଭାବେ ନୂଆ ରୂପରେ ଆସିବ। […]

author-image
Hemant Lenka
ଅଦ୍ୟତନ ହୋଇଛି
ଦେଶରେ ବଢ଼ିବ ତାଲାବନ୍ଦ, ନୂଆ ରୂପରେ ଆସିବ ଲକଡାଉନ ୪.୦

cs

ନୂଆଦିଲ୍ଲୀ: କରୋନା ପାଇଁ ପୁଣିଥରେ ଦେଶରେ ଲକଡାଉନ ଅବଧିକୁ ବୃଦ୍ଧି କରିବାର ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତୃତୀୟ ପର୍ଯ୍ୟାୟ ଲକଡାଉନ ଆସନ୍ତା ୧୭ ତାରିଖ ମଧ୍ୟରାତ୍ରରେ ସରୁଛି। ଏହାପରେ ପୁଣିଥରେ ଦେଶରେ ଲକଡାଉନ ୪.୦ ଲାଗୁ ହେବ।

Advertisment

ଆଜି ଦେଶବାସୀଙ୍କୁ ଉଦବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପରି ସଙ୍କେତ ଦେଇଛନ୍ତି। ତେବେ ପୂର୍ବରୁ ଲାଗୁ ହୋଇଥିବା ୩ଟି ଯାକ ଲକଡାଉନ ତୁଳନାରେ ଲକଡାଉନ ୪.୦ ସଂପୂର୍ଣ୍ଣ ଭାବେ ନୂଆ ରୂପରେ ଆସିବ। ମୋଦି କହିଛନ୍ତି, “ଦେଶରେ ଲକଡାଉନ ୪.୦ ଲାଗୁ ହେବ। ହେଲେ ଏହା ସଂପୂର୍ଣ୍ଣ ଭାବେ ନୂଆ ରୂପରେ ଲାଗୁ କରାଯିବ। କରୋନା ଲଢ଼େଇ ସହ ଆମକୁ ଅର୍ଥନୀତିକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ।

ତେଣୁ ଲକଡାଉନ ୪.୦ରେ ଏସବୁ ଦିଗପ୍ରତି ଗୁରୁତ୍ୱ ଦିଆଯିବ। ମେ’ ୧୮ ତାରିଖ ପୂର୍ବରୁ ଦେଶବାସୀଙ୍କୁ ଲକଡାଉନ ୪.୦ ସମ୍ପର୍କରେ ଅବଗତ କରାଯିବ। ବୈଜ୍ଞନିକମାନେ କରୋନା ବିରୋଧରେ ଲଢ଼େଇ କରିବାକୁ ହେଲେ ସାମାଜିକ ଦୂରତାକୁ ମାନିବାକୁ ପଡ଼ିବ ବୋଲି କହିଛନ୍ତି। ଏହା ଆମ ସହ ଦୀର୍ଘ ଦିନ ଧରି ରହିବ। ତେଣୁ ଆମକୁ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ପଡ଼ିବ। ତେବେ ଆମ ଲକ୍ଷ୍ୟକୁ ଆମେ କେବେ ବି ଭୁଲିଯିବା ନାହିଁ।

Advertisment

ଆମେ ଚୁପ ବସିବା ନାହିଁ। ଆମକୁ ଲଢ଼େଇ କରିବାକୁ ପଡ଼ିବ। ରାଜ୍ୟମାନଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରି ଲକଡାଉନ ଗାଇଡଲାଇନ ଜାରି କରାଯିବ।”

ସୂତ୍ର ଅନୁସାରେ ଆସନ୍ତା ମେ’ ୧୮ ତାରିଖରୁ ୩୧ ତାରିଖ ରାତି ୧୨ଟା ଯାଏ ସମଗ୍ର ଦେଶରେ ତାଲାବନ୍ଦ ନିୟମ ବଳବତ୍ତର ରହିବ। ଅର୍ଥାତ ଦେଶରେ ପୁଣିଥରେ ୧୪ ଦିନିଆ ଲକଡାଉନ ଲାଗୁ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ପୂର୍ବରୁ କରୋନା ପାଇଁ ପ୍ରଥମେ ମାର୍ଚ୍ଚ ୨୫ରୁ ୨୧ ଦିନ, ପରେ ଏପ୍ରିଲ ୧୪ରୁ ମେ’ ୩ ଓ ମେ’ ୪ରୁ ୧୭ ଯାଏ ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଥିବାରୁ ଏପରି ନିଷ୍ପତ୍ତି ନିଆଯିବା ସଙ୍କେତ ମିଳିଛି।

ଗତକାଲି ମୋଦି ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଏକାଧିକ ରାଜ୍ୟ ଲକଡାଉନ ବୃଦ୍ଧି ସମ୍ପର୍କରେ ମତ ଦେଇଥିଲେ। ସେହିପରି ଅର୍ଥନୀତିକ କାର୍ଯ୍ୟକଳାପ ଆରମ୍ଭ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ମୋଦି ସମସ୍ତଙ୍କ ଠାରୁ ପରାମର୍ଶ ନେବା ପରେ ଆଜି ଦେଶରେ ଲକଡାଉନ ଅବଧିକୁ ବୃଦ୍ଧି କରିବା ସମ୍ପର୍କରେ ସଙ୍କେତ ଦେଇଛନ୍ତି।

ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଆସନ୍ତା ୧୫ ତାରିଖ ସୁଦ୍ଧା ଲିଖିତ ଆକାରରେ ମୋଦି ବିଭିନ୍ନ ପ୍ରସ୍ତାବ ଦେବାକୁ ପରାମର୍ଶ ଦେଇଛନ୍ତି। ସେମାନଙ୍କ ପରାମର୍ଶକ୍ରମେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲକଡାଉନ ୪.୦ ସମ୍ପର୍କିତ ଗାଇଡଲାଇନ ଜାରି କରିବ।

ତେବେ ଏହି ଗାଇଡଲାଇନରେ ଦେଶର ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ପାଇଁ ଅନେକ ନିୟମରେ କୋହଳ ନୀତି ଅବଲମ୍ବନ କରାଯିବ ବୋଲି ସେ ସଙ୍କେତ ଦେଇଛନ୍ତି।

ସେହିପରି ପୂର୍ବଭଳି ରାତ୍ରୀକାଳୀନ କର୍ଫ୍ୟୁ ଓ ଆନ୍ତଃରାଜ ବସ୍‌ ଚଳାଚଳ ଉପରେ କଟକଣା ରହିବ। କେବଳ କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଆଉ ସମସ୍ତ ସ୍ଥାନରେ ଅର୍ଥନୀତି କାର୍ଯ୍ୟକଳାପ ଆରମ୍ଭ ହୋଇପାରିବ ବୋଲି ମୋଦିଙ୍କ ଘୋଷଣାରୁ ସ୍ପଷ୍ଟ ହୋଇଛି।

କରୋନା ସମ୍ବନ୍ଧୀୟ ଟିକିନିଖି ଖବର ପାଇଁ ଏଠାରେ click କରନ୍ତୁ...

Coronavirus Lockdown In India