Advertisment

ଲୋକସଭାର କାର୍ଯ୍ୟଦିବସ ୩ ଦିନ ବଢ଼ିଲା

ନୂଆଦିଲ୍ଲୀ: ଚଳିତ ବଜେଟ ଅଧିବେଶନର କାର୍ଯ୍ୟ ଦିବସକୁ ଆଉ ତିନି ଦିନ ବଢ଼ାଇ ଦେଇଛନ୍ତି ସରକାର। ଆଜି କେନ୍ଦ୍ର କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି। ମେ’୧୩ ତାରିଖ ପର୍ଯ୍ୟନ୍ତ ଲୋକସଭା ଚାଲିବ ବୋଲି କହିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡୀ। ଲୋକସଭାର ଚଳିତ ଅଧିବେଶନ ମେ’୮ ତାରିଖରେ ଶେଷ ହେବାର ଥିଲା। ତେବେ ଜମି ଅଧିଗ୍ରହଣ ବିଲ ସହିତ ଆଉ କିଛି ବିଲକୁ ସରକାର ଗୃହର ଚଳିତ ଅଧିବେଶନରେ ପାସ କରାଇ ନେବାକୁ […]

author-image
Rakesh Mallick
ଲୋକସଭାର କାର୍ଯ୍ୟଦିବସ ୩ ଦିନ ବଢ଼ିଲା

parlliament

ନୂଆଦିଲ୍ଲୀ: ଚଳିତ ବଜେଟ ଅଧିବେଶନର କାର୍ଯ୍ୟ ଦିବସକୁ ଆଉ ତିନି ଦିନ ବଢ଼ାଇ ଦେଇଛନ୍ତି ସରକାର। ଆଜି କେନ୍ଦ୍ର କ୍ୟାବିନେଟ୍ ଏହି ନିଷ୍ପତ୍ତି ନେଇଛି। ମେ’୧୩ ତାରିଖ ପର୍ଯ୍ୟନ୍ତ ଲୋକସଭା ଚାଲିବ ବୋଲି କହିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡୀ।

Advertisment

ଲୋକସଭାର ଚଳିତ ଅଧିବେଶନ ମେ’୮ ତାରିଖରେ ଶେଷ ହେବାର ଥିଲା। ତେବେ ଜମି ଅଧିଗ୍ରହଣ ବିଲ ସହିତ ଆଉ କିଛି ବିଲକୁ ସରକାର ଗୃହର ଚଳିତ ଅଧିବେଶନରେ ପାସ କରାଇ ନେବାକୁ ଚାହୁଁଥିବାରୁ କାର୍ଯ୍ୟଦିବସକୁ ଆଉ ତିନି ଦିନ ବଢ଼ାଇ ଦେଇଥିବା କୁହାଯାଉଛି। କାର୍ଯ୍ୟଦିବସକୁ ୪ ଦିନ ବଢ଼ାଯିବ ବୋଲି ଆଶା କରାଯାଉଥିଲା। ପୁଣି ବଢ଼ିଲା ତାତି, ୬ଟି ସହରରେ ୪୦ ଡିଗ୍ରୀ ଟପିଲା