Advertisment

ଲୋକସଭାର କାର୍ଯ୍ୟଦିବସ ବୃଦ୍ଧିକୁ ବିରୋଧୀଙ୍କ ବିରୋଧ, ଗୃହରେ ହଙ୍ଗାମା

ନୂଆଦିଲ୍ଲୀ: ଲୋକସଭାର ଚଳିତ ବଜେଟ ଅଧିବେଶନର କାର୍ଯ୍ୟ ଦିବସ ବଢ଼ାଇବା ନେଇ ଆଜି ଗୃହରେ ବିରୋଧୀମାନେ ହୋହାଲ୍ଲା କରିଥିଲେ। ଫଳରେ ପ୍ରଶ୍ନକାଳରେ ବାଚସ୍ପତିଙ୍କୁ ଦୁଇ ଥର ଗୃହକୁ ମୁଲତବୀ ରଖିବାକୁ ପଡ଼ିଥିଲା। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ମଲିକାର୍ଜ୍ଜୁନ ଖାଡ଼ଗେ ପ୍ରଶ୍ନକାଳକୁ ବାତିଲ କରିବାକୁ ଦାବି କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ଗୃହକୁ ବିଶ୍ୱାସକୁ ନନେଇ ସରକାର ଲୋକସଭାର କାର୍ଯ୍ୟ ଦିବସକୁ ବଢ଼ାଇଛନ୍ତି। ତେବେ ବାଚସ୍ପତି […]

ଲୋକସଭାର କାର୍ଯ୍ୟଦିବସ ବୃଦ୍ଧିକୁ ବିରୋଧୀଙ୍କ ବିରୋଧ, ଗୃହରେ ହଙ୍ଗାମା

KHARGE

Advertisment

ନୂଆଦିଲ୍ଲୀ: ଲୋକସଭାର ଚଳିତ ବଜେଟ ଅଧିବେଶନର କାର୍ଯ୍ୟ ଦିବସ ବଢ଼ାଇବା ନେଇ ଆଜି ଗୃହରେ ବିରୋଧୀମାନେ ହୋହାଲ୍ଲା କରିଥିଲେ। ଫଳରେ ପ୍ରଶ୍ନକାଳରେ ବାଚସ୍ପତିଙ୍କୁ ଦୁଇ ଥର ଗୃହକୁ ମୁଲତବୀ ରଖିବାକୁ ପଡ଼ିଥିଲା।

Advertisment

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ମଲିକାର୍ଜ୍ଜୁନ ଖାଡ଼ଗେ ପ୍ରଶ୍ନକାଳକୁ ବାତିଲ କରିବାକୁ ଦାବି କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ଗୃହକୁ ବିଶ୍ୱାସକୁ ନନେଇ ସରକାର ଲୋକସଭାର କାର୍ଯ୍ୟ ଦିବସକୁ ବଢ଼ାଇଛନ୍ତି। ତେବେ ବାଚସ୍ପତି ସୁମିତ୍ରା ମହାଜନ ତାଙ୍କର ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଫଳରେ କଂଗ୍ରେସ ସମେତ ଆଉ କିଛି ବିରୋଧୀ ଦଳର ସାଂସଦମାନେ ଏହାକୁ ବିରୋଧ କରି ହୋହାଲ୍ଲା କରିଥିଲେ। ତେଣୁ ବାଚସ୍ପତି ଗୃହକୁ ସାଢ଼େ ୧୧ଟାରୁ ୧୨ ଟା ପର୍ଯ୍ୟନ୍ତ ମୁଲତବୀ କରି ଦେଇଥିଲେ।

ଗତକାଲି ସରକାର ଲୋକସଭାର ଚଳିତ ବଜେଟ ଅଧିବେଶନର କାର୍ଯ୍ୟଦିବସକୁ ଆଉ ତିନି ଦିନ ବଢ଼ାଇ ଦେଇଛନ୍ତି। ଫଳରେ ମେ’୧୩ ତାରିଖ ପର୍ଯ୍ୟନ୍ତ ଗୃହ ଚାଲିବ। ପ୍ରକୃତରେ ଚଳିତ ବଜେଟ ଅଧିବେଶନରେ ଲୋକସଭାର କାର୍ଯ୍ୟ ଦିବସ ଆଜି ଶେଷ ହେଉଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe