/odisha-reporter/media/post_attachments/uploads/2015/05/15TH_CITY_PARLIAME_1144100g.jpg)
parlliament
ନୂଆଦିଲ୍ଲୀ: ବାଳ ଅପରାଧ ସଂଶୋଧନ ବିଲ୍ ଆଜି ଲୋକସଭାରେ ଗୃହୀତ ହୋଇଯାଇଛି। ଆସନ୍ତା ସୋମବାର ଏହି ବିଲକୁ ରାଜ୍ୟସଭାରେ ଆଗତ କରାଯିବ।
Advertisment
ଏହି ବିଲ୍ ଅନୁଯାୟୀ ୧୬ରୁ ୧୮ ବର୍ଷ ବୟସ୍କ ବାଳକମାନେ ଗୁରୁତର ଅପରାଧ ଘଟାଇଲେ ଆଉ ଦଣ୍ଡ କୋହଳ କରାଯିବନି। ସେମାନଙ୍କୁ ସାବଳକ ଅପରାଧୀମାନଙ୍କୁ ମିଳୁଥିବା ଦଣ୍ଡ ଭଳି ସଜା ଦିଆଯିବ। ଏନେଇ ପ୍ରସ୍ତାବକୁ ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ଦେଇଥିଲା। ତା’ପରେ ଏହାକୁ ଆଜି ଲୋକସଭାରେ ଆଗତ କରାଯାଇଥିଲା। ସୁପ୍ରିମକୋର୍ଟ ମଧ୍ୟ ଏହି ଆଇନରେ ସଂଶୋଧନ କରିବା ପାଇଁ ସରକାରଙ୍କୁ ପରାମର୍ଶ ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
