Advertisment

ପିପିଇ କିଟ୍‌ ପିନ୍ଧି ବୋହି ନେଲେ ୨୫ କିଲୋ ସୁନା

ନୂଆଦିଲ୍ଲୀ: କରୋନାକୁ ଏବେ ସମସ୍ତଙ୍କ ଭୟ। ଚୋର ଏଥିରୁ କେମିତି ବା ବାଦ୍‌ ପଡିବ। ଏଥିପାଇଁ ନୂଆ ଫଣ୍ଡା ଆପଣାଉଛନ୍ତି ଲୁଟେରା। ଯେହେତୁ ଚୋରି କଲେ ଆଇନର ଭୟ ରହିଛି, ତେଣୁ ଏଥିରୁ ବର୍ତ୍ତିବା ପାଇଁ ନୂଆ ତରିକା ଆପଣାଇଛି ଚାଲାକ ଚୋର। ପିପିଇ କିଟ୍‌ ପିନ୍ଧି ସୁନା ଗହଣା ବୋହି ନେଇଯାଇଛନ୍ତି। ଦକ୍ଷିଣ ପୂର୍ବ ଦିଲ୍ଲୀର କଲାକାଜି ସ୍ଥିତ ଥିବା ଏକ ଗହଣା ଦୋକନାରୁ ଏଭଳି ଅଭିନବ ଢ଼ଙ୍ଗରେ ଲୁଟ କରିଛନ୍ତି ଲୁଟେରା। ଦକ୍ଷିଣ ପୂର୍ବ […]

ଅଦ୍ୟତନ ହୋଇଛି
ପିପିଇ କିଟ୍‌ ପିନ୍ଧି ବୋହି ନେଲେ ୨୫ କିଲୋ ସୁନା

loot in ppe kit

Advertisment

ନୂଆଦିଲ୍ଲୀ: କରୋନାକୁ ଏବେ ସମସ୍ତଙ୍କ ଭୟ। ଚୋର ଏଥିରୁ କେମିତି ବା ବାଦ୍‌ ପଡିବ। ଏଥିପାଇଁ ନୂଆ ଫଣ୍ଡା ଆପଣାଉଛନ୍ତି ଲୁଟେରା। ଯେହେତୁ ଚୋରି କଲେ ଆଇନର ଭୟ ରହିଛି, ତେଣୁ ଏଥିରୁ ବର୍ତ୍ତିବା ପାଇଁ ନୂଆ ତରିକା ଆପଣାଇଛି ଚାଲାକ ଚୋର। ପିପିଇ କିଟ୍‌ ପିନ୍ଧି ସୁନା ଗହଣା ବୋହି ନେଇଯାଇଛନ୍ତି।

Advertisment

ଦକ୍ଷିଣ ପୂର୍ବ ଦିଲ୍ଲୀର କଲାକାଜି ସ୍ଥିତ ଥିବା ଏକ ଗହଣା ଦୋକନାରୁ ଏଭଳି ଅଭିନବ ଢ଼ଙ୍ଗରେ ଲୁଟ କରିଛନ୍ତି ଲୁଟେରା। ଦକ୍ଷିଣ ପୂର୍ବ ଦିଲ୍ଲୀରେ ଥିବା ଅଞ୍ଜଳି ଜୁଏଲର୍ସ ନାମକ ଏକ ଗହଣା ଦୋକାନରେ ପିପିଇ କିଟ୍‌ ପିନ୍ଧି ଲୁଟରେ ପ୍ରବେଶ କରିଥିଲେ। ଗହଣା ଦେଖିବା ବାହାନାରେ ଦୋକନାରେ କଳାକନା ବୁଲାଇଥିଲେ। ୨୫ କିଲୋ ଓଜନର ସୁନା ଗହଣା ଲୁଟ୍‌ କରି ନେଇଥିବା ଅଭିଯୋଗ ହୋଇଛି। ଏହି ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି। ଯାହାକି ଚୋରଙ୍କ ସବୁ ପ୍ଲାନକୁ ଭଣ୍ଡୁର କରିଦେଇଛି।publive-image

ବୁଧବାର ସକାଳେ ଏହି ଲୁଟ ହୋଇଥିବା ଅଭିଯୋଗ ହେବା ପରେ ପୁଲସି ଛାନଭିନ ଆରମ୍ଭ କରିଥିଲା। ଆଜି ଏହି ଘଟଣାରେ ଲୁଟେରାକୁ ଗିରଫ କରିଛି ପୁଲିସ। ତା' ନିକଟରୁ ୧୩ କୋଟି ଟଙ୍କାର ସୁନା ଗହଣା ଜବତ ହୋଇଛି। ଗିରଫ ଅଭିଯକ୍ତ ଜଣକ ନାଁ ମହମ୍ମଦ ଶେଖ ନୁର ବୋଲି ଜଣାପଡିଛି।

Advertisment

ପୁଲିସ ସୂଚନା ମୁତବାକ,  ଲୁଟେରା ଜଣକ ଶୋ'ରୁମର ତାଲା ଖୋଲିବା ପରେ ପାଖରେ ଥିବା ଏକ ଖାଲି ଫ୍ଲାଟରେ ପ୍ରବେଶ କରିଥିଲା।  ଏହାପରେ ସେ ଛାତକୁ ଚାଲିଯାଇଥିଲା। ତିନୋଟି କୋଠା ଡେଇଁ ଚୋରଟି ଫେରାର ହୋଇଯାଇଥିଲା।

Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe