ଲୁଧିଆନା: ଟ୍ୟାଙ୍କରରୁ ଗ୍ୟାସ ଲିକ୍ ୬ ମୃତ, ୧୦୦ ଗୁରୁତର

ଲୁଧିଆନା: ପଞ୍ଜାବ ରାଜଧାନୀଠାରୁ ୨୫ କି.ମି. ଦୂର ଦୋରା ବାଇପାସ ରାସ୍ତାରେ ଏକ ଟ୍ୟାଙ୍କରରୁ ଆମୋନିୟା ଗ୍ୟାସ ଲିକ ହୋଇ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଗୁରୁତର ଅସୁସ୍ଥ ହୋଇଛନ୍ତି । ଅସୁସ୍ଥମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ବିଳମ୍ୱିତ ରାତିରେ ଆମୋନିୟା ଗ୍ୟାସ ବୋଝେଇ ଟ୍ୟାଙ୍କରଟି ଦୋରା ବାଇପାସରେ ଫସିଯିବା ପରେ ସେଥିରୁ ଗ୍ୟାସ ଲିକ୍ ହେବା ଆରମ୍ଭ ହୋଇଯାଇଥିଲା । ଫଳରେ ନିଶ୍ୱାସ ନେଇ ନ ପାରି ଘଟଣା […]

gasleek

gasleek

Rakesh Mallick
  • Published: Saturday, 13 June 2015
  • Updated: 13 June 2015, 04:43 AM IST

ଲୁଧିଆନା: ପଞ୍ଜାବ ରାଜଧାନୀଠାରୁ ୨୫ କି.ମି. ଦୂର ଦୋରା ବାଇପାସ ରାସ୍ତାରେ ଏକ ଟ୍ୟାଙ୍କରରୁ ଆମୋନିୟା ଗ୍ୟାସ ଲିକ ହୋଇ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଗୁରୁତର ଅସୁସ୍ଥ ହୋଇଛନ୍ତି । ଅସୁସ୍ଥମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ବିଳମ୍ୱିତ ରାତିରେ ଆମୋନିୟା ଗ୍ୟାସ ବୋଝେଇ ଟ୍ୟାଙ୍କରଟି ଦୋରା ବାଇପାସରେ ଫସିଯିବା ପରେ ସେଥିରୁ ଗ୍ୟାସ ଲିକ୍ ହେବା ଆରମ୍ଭ ହୋଇଯାଇଥିଲା । ଫଳରେ ନିଶ୍ୱାସ ନେଇ ନ ପାରି ଘଟଣା ସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି ଲୁଧିଆନାର ଆଭ୍ୟନ୍ତୀରଣ ମନ୍ତ୍ରାଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ୟାସର ପ୍ରଭାବ ଆଖପାଖ ଅଞ୍ଚଳରେ ମଧ୍ୟ ପଡିଛି।  ଏହା ଦ୍ୱାରା ଜୀବଜନ୍ତୁ ମଧ୍ୟ ଏଥିରେ ପ୍ରଭାବିତ ହୋଇଛନ୍ତି । ଟ୍ୟାଙ୍କରଟି ଲୁଧିଆନାରୁ ଗୁଜୁରାଟ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos