ଲୁଧିଆନା: ପଞ୍ଜାବ ରାଜଧାନୀଠାରୁ ୨୫ କି.ମି. ଦୂର ଦୋରା ବାଇପାସ ରାସ୍ତାରେ ଏକ ଟ୍ୟାଙ୍କରରୁ ଆମୋନିୟା ଗ୍ୟାସ ଲିକ ହୋଇ ୬ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଗୁରୁତର ଅସୁସ୍ଥ ହୋଇଛନ୍ତି । ଅସୁସ୍ଥମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ବିଳମ୍ୱିତ ରାତିରେ ଆମୋନିୟା ଗ୍ୟାସ ବୋଝେଇ ଟ୍ୟାଙ୍କରଟି ଦୋରା ବାଇପାସରେ ଫସିଯିବା ପରେ ସେଥିରୁ ଗ୍ୟାସ ଲିକ୍ ହେବା ଆରମ୍ଭ ହୋଇଯାଇଥିଲା । ଫଳରେ ନିଶ୍ୱାସ ନେଇ ନ ପାରି ଘଟଣା ସ୍ଥଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିଲା ବୋଲି ଲୁଧିଆନାର ଆଭ୍ୟନ୍ତୀରଣ ମନ୍ତ୍ରାଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ୟାସର ପ୍ରଭାବ ଆଖପାଖ ଅଞ୍ଚଳରେ ମଧ୍ୟ ପଡିଛି। ଏହା ଦ୍ୱାରା ଜୀବଜନ୍ତୁ ମଧ୍ୟ ଏଥିରେ ପ୍ରଭାବିତ ହୋଇଛନ୍ତି । ଟ୍ୟାଙ୍କରଟି ଲୁଧିଆନାରୁ ଗୁଜୁରାଟ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।