ମୁମ୍ବାଇ: ରାଫେଲ୍ ଯୁଦ୍ଧ ବିମାନ ଡିଲ୍କୁ ନେଇ ବିରୋଧୀ ଦଳଗୁଡ଼ିକ ବିଜେପି ଓ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରୁଥିବା ବେଳେ ଏବେ ପ୍ରଥମଥର ଦଳ ମଧ୍ୟରୁ ଏନେଇ ପ୍ରତିବାଦର ସ୍ୱର ଉଠିଛି। ରାଫେଲ୍ ଡିଲ୍ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ମହାରାଷ୍ଟ୍ର ବିଧାନସଭାର ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ଆଶୀଷ ଦେଶମୁଖ ଦଳକୁ ବାଏବାଏ କହିଛନ୍ତି।
ତେବେ ତାଙ୍କ ଅଭିଯୋଗରେ ସତ୍ୟତା ନାହିଁ ଏବଂ ସେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ୱାର୍ଦ୍ଧାରେ ସାକ୍ଷାତ କରିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ବିଜେପି ପକ୍ଷରୁ ସଫେଇ ଦିଆଯାଇଛି। ଦେଶମୁଖ ପ୍ରଥମେ କେବଳ ବିଧାୟକ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ। କିନ୍ତୁ ସେ ଉଭୟ ବିଧାୟକ ପଦ ଏବଂ ବିଜେପିରୁ ଇସ୍ତଫା ଦେଇଛନ୍ତି।
୪ ବର୍ଷ ତଳେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିବା ଶ୍ରୀ ଦେଶମୁଖ ବିଦର୍ଭର କଟୋଲା ନିର୍ବାଚନୀମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
କାନାଡା ଯିବାକୁ ବ୍ୟଗ୍ର: ମା’କୁ ମାରିଲା, ବାପାଙ୍କୁ Sorry କହିଲା
ସୁରଜିତ ଘର ଭିତରକୁ ଯିବା ମାତ୍ରେ ତାଙ୍କ ପତ୍ନୀ ଗୀତା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ। ସେ ତୁରନ୍ତ ପଡ଼ୋଶୀ ଲୋକଙ୍କ ସହାୟତାରେ ଗୀତାଙ୍କୁ ହସ୍ପିଟାଲ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
National
ମଣିପୁରେ ପୁଣି ଜଣେ ମହିଳାଙ୍କୁ ନିର୍ମମ ଭାବେ ହତ୍ୟା
ଆଜି ମହିଳା ଜଣଙ୍କ ବିଷ୍ଣୁପୁର ଜିଲ୍ଲାରେ ଥିବା ତାଙ୍କ ଜମିରେ କାମ କରୁଥିଲେ। ଏହି ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।
Crime
NEET ଆଶାୟୀଙ୍କୁ ଦୁଷ୍କର୍ମ ପରେ ବ୍ଲାକମେଲ କରୁଥିଲେ କୋଚିଂ ସେଣ୍ଟରର ଦୁଇ ଶିକ୍ଷକ
ହୋଲି ସମୟରେ ଛାତ୍ରୀ ଜଣଙ୍କ ତାଙ୍କ ଘରକୁ ଯାଇଥିଲେ। କିନ୍ତୁ ସିଦ୍ଦିକି ତାଙ୍କୁ ଫୋନ କରି ତୁରନ୍ତ ଫେରି ଆସିବା କହିଥିଲେ। ଯଦି ସେ କଥା ନ ଶୁଣିବେ, ତା’ହେଲେ ସିଦ୍ଦିକି ତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଥିଲେ।
National
ରାମ ମନ୍ଦିର ନିର୍ମାଣ ପାଇଁ ମିଳୁନାହାନ୍ତି ଶ୍ରମିକ, ଦୁର୍ବଳ ହେଲାଣି ପଥର
ଶ୍ରମିକ ଅଭାବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ ବିଳମ୍ବ। ଧାର୍ଯ୍ୟ ସମୟରୁ ତିନି ମାସ ବିଳମ୍ବରେ ସଂପୂର୍ଣ୍ଣ ହେବ କାର୍ଯ୍ୟ। ଦୁର୍ବଳ ହୋଇଥିବା ପଥର ବଦଳିବ।
National
ନିର୍ଯାତନା ପାଇଁ ଦିନେ ଆତଙ୍କବାଦୀ ହେବାକୁ ଚାହୁଁଥିଲେ, କିନ୍ତୁ ଏବେ ସେ ବିଧାୟକ
ଆତଙ୍କବାଦୀ ନିରୋଧ ଅପରେସନ ଜରିଆରେ ତାଙ୍କ ସହ ଅନେକ ପିଲାଙ୍କୁ ନିର୍ଯାତନା ଦିଆଯାଇଥିଲା। ଏଥିଯୋଗୁ ସେ ଦିନେ ଆତଙ୍କବାଦୀ ହେବାକୁ ଚାହୁଁଥିବା ଲୋନ କହିଛନ୍ତି।