Advertisment

କେମିତି ହୋଇଥିଲା ‘ଅପରେସନ ଅର୍ଣ୍ଣବ’? ଖୁଲାସା କଲେ ମହାରାଷ୍ଟ୍ର କ୍ୟାବିନେଟ୍‌ ସଦସ୍ୟ

ନୂଆଦିଲ୍ଲୀ: ଇଣ୍ଟେରିୟର୍ ଡିଜାଇନର୍ ଏବଂ ତାଙ୍କ ମା’ଙ୍କର ଆତ୍ମହତ୍ୟା କରିବାକୁ ଉସୁକାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ। ଏହି ହାଇ-ପ୍ରୋଫାଇଲ୍ ଘଟଣା ପାଇଁ ପୂରା ପ୍ରସ୍ତୁତି କରାଯାଇଥିବା ଏକ ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଅର୍ଣ୍ଣବଙ୍କ ଗିରଫଦାରୀ ପାଇଁ କୋଙ୍କଣ ରେଞ୍ଜର ଆଇଜି ସଞ୍ଜୟ ମୋହିତେଙ୍କ ନେତୃତ୍ୱରେ ୪୦ଜଣିଆ ଉଚ୍ଚସ୍ତରୀୟ ଟିମ୍ ଗଠନ କରିଥିଲେ। ଅନଭୟ ନାଏକ ଓ ତାଙ୍କ ମା’ କୁମୁଦଙ୍କୁ ଆତ୍ମହତ୍ୟା କରିବା ଲାଗି […]

ଅଦ୍ୟତନ ହୋଇଛି
ଟିଆରପି ସ୍କାମ୍: ସିବିଆଇ ତଦନ୍ତକୁ ରାଜ୍ୟ ନା କହିବାର କାରଣ କହିଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ

anil deshmuh

Advertisment

ନୂଆଦିଲ୍ଲୀ: ଇଣ୍ଟେରିୟର୍ ଡିଜାଇନର୍ ଏବଂ ତାଙ୍କ ମା'ଙ୍କର ଆତ୍ମହତ୍ୟା କରିବାକୁ ଉସୁକାଇବା ଅଭିଯୋଗରେ ଗିରଫ ହୋଇଛନ୍ତି ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ। ଏହି ହାଇ-ପ୍ରୋଫାଇଲ୍ ଘଟଣା ପାଇଁ ପୂରା ପ୍ରସ୍ତୁତି କରାଯାଇଥିବା ଏକ ଜାତୀୟ ଗଣମାଧ୍ୟମରୁ ଜଣାପଡ଼ିଛି। ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଅର୍ଣ୍ଣବଙ୍କ ଗିରଫଦାରୀ ପାଇଁ କୋଙ୍କଣ ରେଞ୍ଜର ଆଇଜି ସଞ୍ଜୟ ମୋହିତେଙ୍କ ନେତୃତ୍ୱରେ ୪୦ଜଣିଆ ଉଚ୍ଚସ୍ତରୀୟ ଟିମ୍ ଗଠନ କରିଥିଲେ।

Advertisment

ଅନଭୟ ନାଏକ ଓ ତାଙ୍କ ମା' କୁମୁଦଙ୍କୁ ଆତ୍ମହତ୍ୟା କରିବା ଲାଗି ଉସୁକାଇବାର ଦୁଇବର୍ଷ ତଳର ପୁରୁଣା ମାମଲାର ତଦନ୍ତ ପାଇଁ କେସ୍ ରିଓପନ କରିବା ଲାଗି ରାୟଗଡ଼ ପୁଲିସର ନିର୍ଦ୍ଦେଶରେ 'ଅପରେସନ୍ ଅର୍ଣ୍ଣବ'ର ପ୍ରସ୍ତୁତି ଆରମ୍ଭ ହୋଇଥିଲା। ମୁମ୍ବାଇ ଓ ରାୟଗଡ଼ରୁ ପାଖାପାଖି ୪୦ ପୁଲିସକର୍ମୀଙ୍କୁ ଏକାଠି କରାଯାଇଥିଲା।

ଅର୍ଣ୍ଣବଙ୍କୁ ଗିରଫ କରିବା ପାଇଁ ମୋହତି ସବୁ ପ୍ରସ୍ତୁତି କରିଥିଲେ। ଅନ୍ୟପକ୍ଷରେ ହାଇପ୍ରୋଫାଇଲ୍ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ସଚିନ୍ ବାଜେଙ୍କୁ ଏହାର ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଏ ନେଇ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାରରେ ମହାରାଷ୍ଟ୍ର କ୍ୟାବିନେଟର ଜଣେ ବରିଷ୍ଠ ସଦସ୍ୟ ସୂଚନା ନେଇଛନ୍ତି।

Advertisment

କ୍ୟାବିନେଟ୍‌ ସଦସ୍ୟ ଜଣକ କହିଛନ୍ତି, ଅର୍ଣ୍ଣବ ଜଣେ ଶକ୍ତିଶାଳୀ ସାମ୍ବାଦିକ। ଏଭଳି ସ୍ଥିତିରେ ମୋହିତେଙ୍କ ଟିମ୍ ପାଇଁ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଚ୍ୟାଲେଞ୍ଜିଂ ଥିଲା। ଆମେ ବହୁ ସତର୍କତାର ସହ କାମ କରିଛୁ। ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ସଂଯମତା ସହ କାମ କରିବାକୁ ଆଦେଶ ଦିଆଯାଇଥିବା କ୍ୟାବିନେଟ ସଦସ୍ୟ କହିଛନ୍ତି।

କ୍ୟାବିନେଟ ସଦସ୍ୟ ଆହୁରି ମଧ୍ୟ କହିଛନ୍ତି ଯେ 'ପ୍ରାଥମିକ ତଦନ୍ତ ପରେ ଏହା ନିଶ୍ଚିତ ହୋଇଥିଲା ଯେ ଆତ୍ମହତ୍ୟା ପାଇଁ ଉସୁକାଇବାରେ ଅର୍ଣ୍ଣବ ସାମିଲ୍ ଅଛନ୍ତି। ଏହା ଏକ ସିକ୍ରେଟ୍ ମିଶନ୍ ଥିଲା। ଆମେ ଅର୍ଣ୍ଣବଙ୍କ ବିଲ୍ଡିଂ ଚାରିପଟେ ଚକ୍କର ଲଗାଇଥିଲୁ। ଆମକୁ ଡର ଥିଲା ଯେ କାଳେ ଯଦି ଆମର ଏହି ଯୋଜନା ଭଣ୍ଡୁର ହୋଇଯିବ, ତାହେଲେ ଅର୍ଣ୍ଣବ ଗିରଫଦାରୀରୁ ବତ୍ତିବା ପାଇଁ ସହର ଛାଡ଼ିପାରନ୍ତି। ଏପରିକି ଛୋଟ ଛୋଟ ଦିଗ ଉପରେ ମଧ୍ୟ ପୁଲିସ କଡ଼ା ନଜର ରଖିଥିଲା। ପ୍ରଥମେ ଅର୍ଣ୍ଣବଙ୍କ ଘରର କବାଟ କିଏ ବାଡ଼େଇବ ଏବଂ ତାଙ୍କ ପତ୍ନୀଙ୍କ ସହ କିଏ କଥା ହେବ। ଯଦି ବିରୋଧ ହୁଏ, ତାହେଲେ କେଉଁ ଆକ୍ସନ୍ ନିଆଯିବ, ଏସବୁ ଉପରେ ବିସ୍ତୁତ ଯୋଜନା ହୋଇଥିଲା ବୋଲି କ୍ୟାବିନେଟ୍‌ ସଦସ୍ୟ କହିଛନ୍ତି।

Republic Tv Anil Deshmukh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe