Advertisment

ଗାନ୍ଧିଜୀଙ୍କୁ ଆମେରିକା ଦେବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ !

ୱାଶିଂଟନ୍‌ (ଓଡ଼ିଶା ରିପୋର୍ଟର)- ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମତିଥି। କିନ୍ତୁ ଉଲ୍ଲେଖନୀୟ ବିଷୟ ହେଉଛି ଭାରତ ସ୍ୱାଧୀନତା ସଂଗ୍ରାମରେ ନେତୃତ୍ଵ ନେଇଥିବା ଗାନ୍ଧିଜୀଙ୍କୁ ଏଯାଏ ମିଳିନି ଭାରତର ଶ୍ରେଷ୍ଠ ବେସାମରିକ ସମ୍ମାନ ‘ଭାରତ ରତ୍ନ’। ଏପରିକି ତାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇଥିବା ନେଲସନ୍‌ ମାଣ୍ଡେଲା ଏବଂ ମାର୍ଟିନ୍‌ ଲୁଥର କିଙ୍ଗ୍‌ ବିଶ୍ୱସ୍ତରରେ ସମ୍ମାନିତ ହୋଇଥିଲେ ହେଁ, ଶାନ୍ତି ଓ ଅହିଂସାର ପୂଜାରୀ ଗାନ୍ଧିଙ୍କୁ ଶାନ୍ତି ପାଇଁ ନୋବେଲଟିଏ ମଧ୍ୟ ମିଳିପାରିନାହିଁ। ବର୍ତ୍ତମାନ ଆମେରିକା […]

ଅଦ୍ୟତନ ହୋଇଛି
ଗାନ୍ଧିଜୀଙ୍କୁ ଆମେରିକା ଦେବ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ !

Mahatma-Gandhi Final

Advertisment

ୱାଶିଂଟନ୍‌ (ଓଡ଼ିଶା ରିପୋର୍ଟର)- ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମତିଥି। କିନ୍ତୁ ଉଲ୍ଲେଖନୀୟ ବିଷୟ ହେଉଛି ଭାରତ ସ୍ୱାଧୀନତା ସଂଗ୍ରାମରେ ନେତୃତ୍ଵ ନେଇଥିବା ଗାନ୍ଧିଜୀଙ୍କୁ ଏଯାଏ ମିଳିନି ଭାରତର ଶ୍ରେଷ୍ଠ ବେସାମରିକ ସମ୍ମାନ 'ଭାରତ ରତ୍ନ'। ଏପରିକି ତାଙ୍କ ଦ୍ଵାରା ଅନୁପ୍ରାଣିତ ହୋଇଥିବା ନେଲସନ୍‌ ମାଣ୍ଡେଲା ଏବଂ ମାର୍ଟିନ୍‌ ଲୁଥର କିଙ୍ଗ୍‌ ବିଶ୍ୱସ୍ତରରେ ସମ୍ମାନିତ ହୋଇଥିଲେ ହେଁ, ଶାନ୍ତି ଓ ଅହିଂସାର ପୂଜାରୀ ଗାନ୍ଧିଙ୍କୁ ଶାନ୍ତି ପାଇଁ ନୋବେଲଟିଏ ମଧ୍ୟ ମିଳିପାରିନାହିଁ।

Advertisment

ବର୍ତ୍ତମାନ ଆମେରିକା କିନ୍ତୁ ଗାନ୍ଧିଙ୍କ ସମ୍ମାନିତ କରିବାରେ ଅନ୍ୟମାନଙ୍କଠାରୁ ଆଗରେ ରହିବାନେଇ ଚର୍ଚ୍ଚା ଜୋର ଧରିଛି। ଆମେରିକା ଗାନ୍ଧିଙ୍କ ଦେବ ରାଷ୍ଟ୍ରର ଶ୍ରେଷ୍ଠ ବେସାମରିକ ସମ୍ମାନ 'କଂଗ୍ରେସନାଲ ଗୋଲ୍ଡ ମେଡାଲ’।

୪ ଜଣ ଭାରତୀୟ-ଆମେରିକୀୟଙ୍କ ସମେତ ୬ ଜଣ ପ୍ରଭାବୀ ଆମେରିକାନ୍ କଂଗ୍ରେସ୍‌ ସଦସ୍ୟ ଏନେଇ ଏକ ପ୍ରସ୍ତାବ ଆଗତ କରିଛନ୍ତି। ଏଥିରେ ଥିବା ୪ ଜଣ ଭାରତୀୟ ବଂଶୋଦ୍ଭବ ହେଲେ ଆମୀ ବେରା, ରାଜା କ୍ରିଷ୍ଣମୂର୍ତ୍ତି, ରୋ ଖାନ୍ନା ଏବଂ ପ୍ରମିଲା ଜୟପାଲ୍‌। ଅନ୍ୟପକ୍ଷରେ ଏହି ପ୍ରସ୍ତାବକୁ ବର୍ତ୍ତମାନ ଆର୍ଥିକ ସେବା କମିଟି ଏବଂ ଗୃହ ପ୍ରଶାସନିକ କମିଟିକୁ ପଠାଇଦଆଯାଇଛି।

Advertisment

ପୂର୍ବରୁ ଯେଉଁ ବ୍ୟକ୍ତିମାନେ ଏହି ସମ୍ମାନ ପାଇଛନ୍ତି ସେମାନେ ହେଲେ, ମଦର୍ ଟେରେସା, ନେଲସନ୍‌ ମାଣ୍ଡେଲା, ପୋପ୍‌ ଜନ୍‌ ପଲ୍‌, ଦଲାଇ ଲାମା, ଅଙ୍ଗ୍‌ ସାନ୍‌ ସୁଚୀ, ମହମ୍ମଦ୍‌ ୟୁନୁସ୍‌ ଏବଂ ସାଇମନ୍‌ ପେରେସ୍‌।

ଆମେରିକାନ୍ କଂଗ୍ରେସ୍‌ ସଦସ୍ୟ କ୍ୟାରୋଲିନ୍‌ ମାଲୋନୀ ଏହି ଅବସରରେ କହିଥିଲେ, ‘ଅହିଂସାକୁ ଅସ୍ତ୍ର କରି ଗାନ୍ଧି ଡାକରା ଦେଇଥିବା ସତ୍ୟାଗ୍ରହ ଆନ୍ଦୋଳନ ଗୋଟିଏ ଦେଶ ଏବଂ ସମଗ୍ର ବିଶ୍ୱକୁ ଅନୁପ୍ରାଣିତ କରିଛି। ବିଶ୍ୱରେ ଦେଖିବାକୁ ଚାହୁଁଥିବା ପରିବର୍ତ୍ତନ ନିଜଠାରୁ ଆରମ୍ଭ ହେଉ ବୋଲି ସେ ଦେଇଥିବା ଉକ୍ତିକୁ ଆମେ ସମସ୍ତେ ଅନୁସରଣ କରିବା ଉଚିତ।’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe