Advertisment

ଏନଆରସି ପାଇଁ କୌଣସି ଦସ୍ତାବିଜ୍‌ ଦେବି ନାହିଁ: ମହେଶ ଭଟ୍ଟ

ମୁମ୍ବାଇ: ନାଗରିକତା ସଂଶୋଧନ ବିଲ୍‌ ୨୦୧୯ ଆଇନରେ ପରିଣତ ହେବା ପରେ ସାରା ଦେଶରେ ଏହା ବିରୋଧରେ ଆନ୍ଦୋଳନ ମୁଣ୍ଡ ଟେକିଛି। ଏଥିରୁ ବାଦ୍‌ ପଡ଼ିନି ବଲିଉଡ୍‌। ବଲିଉଡ୍‌ର ଅନେକ ଜଣାଶୁଣା ସେଲେବ୍ରିଟି ଏ ନେଇ ନିଜର ପ୍ରିତିକ୍ରିୟା ଦେଇଛନ୍ତି। ଫିଲ୍ମ ନିର୍ମାତା ମହେଶ ଭଟ୍ଟ ମଧ୍ୟ ସିଧାସଳଖ ଏହାକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ନାଗରିକତା ସଂଶୋଧନ ବିଲ୍‌(ସିଏବି) ଉପରେ ଆଧାରିତ ଜାତୀୟ ନାଗରିକତା ପଞ୍ଜିକରଣ(ଏନ୍‌ଆର୍‌ସି)ରେ ନିଜ ନାଗରିକତା ପ୍ରମାଣ କରିବା ପାଇଁ କୌଣସି […]

ଏନଆରସି ପାଇଁ କୌଣସି ଦସ୍ତାବିଜ୍‌ ଦେବି ନାହିଁ: ମହେଶ ଭଟ୍ଟ

mahesh

Advertisment

ମୁମ୍ବାଇ: ନାଗରିକତା ସଂଶୋଧନ ବିଲ୍‌ ୨୦୧୯ ଆଇନରେ ପରିଣତ ହେବା ପରେ ସାରା ଦେଶରେ ଏହା ବିରୋଧରେ ଆନ୍ଦୋଳନ ମୁଣ୍ଡ ଟେକିଛି। ଏଥିରୁ ବାଦ୍‌ ପଡ଼ିନି ବଲିଉଡ୍‌। ବଲିଉଡ୍‌ର ଅନେକ ଜଣାଶୁଣା ସେଲେବ୍ରିଟି ଏ ନେଇ ନିଜର ପ୍ରିତିକ୍ରିୟା ଦେଇଛନ୍ତି। ଫିଲ୍ମ ନିର୍ମାତା ମହେଶ ଭଟ୍ଟ ମଧ୍ୟ ସିଧାସଳଖ ଏହାକୁ ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ନାଗରିକତା ସଂଶୋଧନ ବିଲ୍‌(ସିଏବି) ଉପରେ ଆଧାରିତ ଜାତୀୟ ନାଗରିକତା ପଞ୍ଜିକରଣ(ଏନ୍‌ଆର୍‌ସି)ରେ ନିଜ ନାଗରିକତା ପ୍ରମାଣ କରିବା ପାଇଁ କୌଣସି ଦସ୍ତାବିଜ୍ ଦାଖଲ କରିବେ ନାହିଁ।

Advertisment

https://twitter.com/_YogendraYadav/status/1206150344318713857

‘ସ୍ୱରାଜ୍‌ ଇଣ୍ଡିଆ’ର ସଂସ୍ଥାପକ ଓ ଆକ୍ଟିଭିଷ୍ଟ ଯୋଗେନ୍ଦ୍ର ଯାଦବ ଟ୍ୱିଟର୍‌ରେ ଏକ ଭିଡିଓ ଶେଆର୍‌ କରିଛନ୍ତି। ଏଥିରେ ମହେଶ ଭଟ୍ଟ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ବା ଉଦ୍ଦେଶିକା ପଢୁଥିବା ଦେଖିବାକୁ ମିଳିଛି। ଏଥିସହ ସେ ଏହି ଭିଡିଓରେ କହୁଛନ୍ତି ଯେ ଯଦି  ନାଗରିକତା ସଂଶୋଧନ ଆଇନର ନିୟମ ତିଆରି ହୁଏ ତେବେ ସେ ନିଜର ନାଗିରକତାର ପ୍ରମାଣ ଦେବା ପାଇଁ କୌଣସି ଦସ୍ତାବିଜ୍ ଦେବେ ନାହିଁ। ଯୋଗେନ୍ଦ୍ର ଏହି ଭିଡିଓକୁ ଟ୍ୱିଟ୍‌ କରି ଲେଖିଛନ୍ତି, ‘ଧନ୍ୟବାଦ୍ ମହେଶ ଭଟ୍ଟ ଏହି ଶପଥ ନେବା ପାଇଁ ଓ ନାଗରିକତା ସଂଶୋଧନର ବିରୋଧରେ ଆନ୍ଦୋଳନ ଆରମ୍ଭ କରିବା ପାଇଁ।’

ମହେଶ ଗତକାଲି ମୁମ୍ବାଇର ରାଜଗୃହରେ ସିଏବି ବିରୁଦ୍ଧରେ ଅଲ୍‌ ଇଣ୍ଡିଆ ପ୍ରୋଫେଶନାଲ୍ସ କଂଗ୍ରେସ୍‌ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ। ଏହା ସେହି ସ୍ଥାନ ଯେଉଁଠି ଭାରତୀୟ ସମ୍ବିଧାନର ପ୍ରତିଷ୍ଠାତା ଡାଃ. ବି.ଆର୍‌ ଆମ୍ବେଦକର୍‌ ରହୁଥିଲେ। ଏହି କାର୍ଯ୍ୟକ୍ରମରେ ଭାରତୀୟ ସମ୍ବିଧାନର ପ୍ରସ୍ତାବନା ବି ପଢ଼ାଯାଇଥିଲା।

Advertisment

https://twitter.com/MaheshNBhatt/status/1206127645286486017

କାର୍ଯ୍ୟକ୍ରମ ସରିବା ପରେ ଭଟ୍ଟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ‘ଲୋକତନ୍ତ୍ର ଯେବେ ଅସୁବିଧାରେ ପଡ଼େ ତାକୁ ବଞ୍ଚାଇବାକୁ ସବୁବେଳେ ଆଗେଇ ଆସିବା ଉଚିତ୍। ଆମେ ଏଠି ଏହାହିଁ କରୁଛୁ।’ ସିଏବି ଉପରେ ଦେଶରେ ବଢ଼ୁଥିବା ହିଂସା ଓ ଆନ୍ଦୋଳନ ଉପରେ ବୟାନ ଦେଇ ସେ କହିଥିଲେ ,’ଯଦି ଲୋକ ବୁଝିପାରୁ ନାହାଁନ୍ତି ତେବେ ଏହା ସରକାରଙ୍କ ଦାୟିତ୍ୱ ଯେ ସେ ଲୋକମାନଙ୍କୁ ବୁଝାନ୍ତୁ ଯେ କିଭଳି ଏହି ବିଲ୍‌ ଦ୍ୱାରା କୌଣସି ପ୍ରକାରର କ୍ଷତି ହେବ ନାହିଁ।’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe