Advertisment

ମହିଳା କମିଶନଙ୍କ ନିକଟରେ ହାଜର ହେଲେନି କୁମାର ବିଶ୍ୱାସ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଜଣେ ମହିଳା କର୍ମୀଙ୍କ ସହିତ ଅନୈତିକ ସଂପର୍କ ଘଟଣାରେ କୁମାର ବିଶ୍ୱାସ ମଙ୍ଗଳବାର ଦିଲ୍ଲୀ ମହିଳା କମିଶନଙ୍କ ନିକଟରେ ହାଜର ହେଲେ ନାହିଁ। ଦିନ ତିନିଟା ସୁଦ୍ଧା ହାଜର ହେବା ପାଇଁ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଗତକାଲି ନିର୍ଦେଶ ଦେଇଥିଲେ ଦିଲ୍ଲୀ ମହିଳା କମିଶନ। ତେବେ ସେ ଆସି ନ ଥିଲେ। ଫଳରେ ମହିଳା କମିଶନ ଆଜି ପୁଣି ଥରେ କୁମାର ବିଶ୍ୱାସ ଓ ତାଙ୍କ ପତ୍ନୀକୁ ନୋଟିସ୍ ଜାରି […]

ମହିଳା କମିଶନଙ୍କ ନିକଟରେ ହାଜର ହେଲେନି କୁମାର ବିଶ୍ୱାସ

KumarVishwas

Advertisment

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ଜଣେ ମହିଳା କର୍ମୀଙ୍କ ସହିତ ଅନୈତିକ ସଂପର୍କ ଘଟଣାରେ କୁମାର ବିଶ୍ୱାସ ମଙ୍ଗଳବାର ଦିଲ୍ଲୀ ମହିଳା କମିଶନଙ୍କ ନିକଟରେ ହାଜର ହେଲେ ନାହିଁ। ଦିନ ତିନିଟା ସୁଦ୍ଧା ହାଜର ହେବା ପାଇଁ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଗତକାଲି ନିର୍ଦେଶ ଦେଇଥିଲେ ଦିଲ୍ଲୀ ମହିଳା କମିଶନ। ତେବେ ସେ ଆସି ନ ଥିଲେ। ଫଳରେ ମହିଳା କମିଶନ ଆଜି ପୁଣି ଥରେ କୁମାର ବିଶ୍ୱାସ ଓ ତାଙ୍କ ପତ୍ନୀକୁ ନୋଟିସ୍ ଜାରି କରିଛନ୍ତି। ଆସନ୍ତାକାଲି କମିଶନଙ୍କ ନିକଟରେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ଏହି ମାମଲାରେ ଦିଲ୍ଲୀ ମହିଳା କମିଶନରେ ଦେଖାଯାଇଛି ଫାଟ। କମିଶନର ସଦସ୍ୟା ଜୁହି ଖାଁ କହିଛନ୍ତି ଯେ କୁମାର ବିଶ୍ୱାସ ନିର୍ଦୋଷ। ଏହା ସହିତ ସେ ମହିଳା କମିଶନର ସଦସ୍ୟ ପଦରୁ ଇସ୍ତଫା ଦେଇ ଦେଇଛନ୍ତି। ଆଜି ମହିଳା କମିଶନର ସାମ୍ବାଦିକ ସମ୍ମିଳନୀ ଚାଲୁଥିବା ବେଳେ ସେ ଇସ୍ତଫା ଦେଇ ସେଠାରୁ ଉଠି ଚାଲିଯାଇଥିଲେ।

ଗତକାଲି କୁମାର ବିଶ୍ୱାସ କହିଥିଲେ ଯେ ତାଙ୍କ ପାଖକୁ ମହିଳା କମିଶନ ଅବା ଅନ୍ୟ କୌଣସି କମିଶନର ନୋଟିସ୍ ଆସି ନାହିଁ। ତେବେ ମହିଳାଙ୍କ ସହିତ ‘ଅନୈତିକ ସଂପର୍କ’ ଉପରେ କିଛି କହି ନଥିଲେ।

Advertisment

ଦିଲ୍ଲୀ ମହିଳା କମିଶନରେ ଆମ୍ ଆଦମୀ ପାର୍ଟିର ଜଣେ ମହିଳା କର୍ମୀ ଅଭିଯୋଗ କରିଥିଲେ ଯେ ଗତବର୍ଷ ଲୋକସଭା ନିର୍ବାଚନ ବେଳେ ସେ ଆମେଠିରେ କୁମାର ବିଶ୍ୱାସଙ୍କ ସହିତ ମିଶି ନିର୍ବାଚନ ପ୍ରଚାର କରିଥିଲେ। ପରେ କୁମାର ବିଶ୍ୱାସ ଓ ତାଙ୍କୁ ନେଇ ଏକ ଗୁଜବ ସୋସିଆଲ ମିଡିଆରେ ପ୍ରଚାରିତ ହେଲା। ସେମାନଙ୍କ ମଧ୍ୟରେ ଅନୈତିକ ସଂପର୍କ ଅଛି ବୋଲି ଏଥିରେ କୁହାଯାଇଥିଲା। ଏପରିକି ଆମେଠିରେ ନିର୍ବାଚନ ପ୍ରଚାର ବେଳେ ଥରେ କୁମାର ବିଶ୍ୱାସଙ୍କ ପତ୍ନୀ ସେମାନଙ୍କୁ ଅସଂଯତ ଅବସ୍ଥାରେ ଦେଖି ଥିଲେ ବୋଲି ବି ପ୍ରଚାରିତ ହୋଇଥିଲା। ଏହା ଜାଣିବା ପରେ ମହିଳା ଜଣଙ୍କ ମର୍ମାହତ ହୋଇ କୁମାର ବିଶ୍ୱାସଙ୍କ ସହାୟତା ଲୋଡ଼ିଥିଲେ। ଏହା ସଂପୂର୍ଣ୍ଣ ମିଛ ବୋଲି ମିଡିଆ ମାଧ୍ୟମରେ ଜନସାଧାରଣଙ୍କୁ କହିବା ପାଇଁ ସେ କୁମାର ବିଶ୍ୱାସଙ୍କୁ ଅନୁରୋଧ କରିଥିଲେ। କିନ୍ତୁ କୁମାର ବିଶ୍ୱାସ ଚୁପ୍ ରହିଥିଲେ। ଏ ନେଇ କୌଣସି ସ୍ପଷ୍ଟୀକରଣ ଦେଇ ନଥିଲେ। ଫଳରେ ମହିଳାଙ୍କ ସ୍ୱାମୀ ଓ ତାଙ୍କ ଛୁଆମାନେ ତାଙ୍କଠାରୁ ଦୂରେଇ ଯାଇଥିଲେ। ଏପରିକି କୁମାର ବିଶ୍ୱାସଙ୍କ ପତ୍ନୀ ଏ ନେଇ ମୁହଁ ଖୋଲିବାକୁ ଦାବି କରି ଏହି ପୀଡ଼ିତା ଜଣଙ୍କ ଦିଲ୍ଲୀରେ ଏକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ପୁଲିସ ବି ଏହାକୁ ଅଣାଦେଖା କରିଥିଲା। ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ ଏହି ମହିଳା । ସେ ବି ଏଥିପ୍ରତି ଦୃଷ୍ଟି ଦେଇ ନ ଥିଲେ। ଫଳରେ ମହିଳା ଜଣଙ୍କ ଦିଲ୍ଲୀ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe