Advertisment

ମହିଳା କମିଶନଙ୍କ ନିକଟରେ ହାଜର ହେବାକୁ କୁମାର ବିଶ୍ୱାସଙ୍କୁ ନୋଟିସ

ନୂଆଦିଲ୍ଲୀ: ଆପ୍ ନେତା କୁମାର ବିଶ୍ୱାସଙ୍କୁ ନୋଟିସ୍ ଜାରି କରିଛନ୍ତି ଦିଲ୍ଲୀ ମହିଳା କମିଶନ୍। ମଙ୍ଗଳବାର କମିଶନଙ୍କ ନିକଟରେ ହାଜର ହେବା ପାଇଁ ତାଙ୍କୁ ନିର୍ଦେଶ ଦିଆଯାଇଛି। ଆପର ଜଣେ ମହିଳା କର୍ମୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ କୁମାର ବିଶ୍ୱାସଙ୍କୁ ଏହି ନୋଟିସ ଜାରି କରାଯାଇଛି। ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ବର୍ଖା ଏସ୍ ସିଂହ କହିଛନ୍ତି ଯେ ଗତ ଲୋକସଭା ନିର୍ବାଚନରେ ଆମେଠିରେ ପ୍ରଚାର ବେଳେ ଏହି ମହିଳା କର୍ମୀଙ୍କୁ ଆପ ନେତା କୁମାର […]

author-image
Rakesh Mallick
ମହିଳା କମିଶନଙ୍କ ନିକଟରେ ହାଜର ହେବାକୁ କୁମାର ବିଶ୍ୱାସଙ୍କୁ ନୋଟିସ

kumarvishwas

ନୂଆଦିଲ୍ଲୀ: ଆପ୍ ନେତା କୁମାର ବିଶ୍ୱାସଙ୍କୁ ନୋଟିସ୍ ଜାରି କରିଛନ୍ତି ଦିଲ୍ଲୀ ମହିଳା କମିଶନ୍। ମଙ୍ଗଳବାର କମିଶନଙ୍କ ନିକଟରେ ହାଜର ହେବା ପାଇଁ ତାଙ୍କୁ ନିର୍ଦେଶ ଦିଆଯାଇଛି। ଆପର ଜଣେ ମହିଳା କର୍ମୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ କୁମାର ବିଶ୍ୱାସଙ୍କୁ ଏହି ନୋଟିସ ଜାରି କରାଯାଇଛି।

Advertisment

ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷା ବର୍ଖା ଏସ୍ ସିଂହ କହିଛନ୍ତି ଯେ ଗତ ଲୋକସଭା ନିର୍ବାଚନରେ ଆମେଠିରେ ପ୍ରଚାର ବେଳେ ଏହି ମହିଳା କର୍ମୀଙ୍କୁ ଆପ ନେତା କୁମାର ବିଶ୍ୱାସ ଯୌନ ନିର୍ଯାତନା ଦେଇଥିଲେ। ଏ ନେଇ ପୀଡ଼ିତା ଜଣଙ୍କ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପୁଲିସ କମିଶନରଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି କୁମାର ବିଶ୍ୱାସ। ସେ କହିଛନ୍ତି ଯେ ତାଙ୍କ ବିରୁଦ୍ଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ସଂପୂର୍ଣ୍ଣ ମିଛ। ଏହା ସହିତ ଏ ନେଇ ଦିଲ୍ଲୀ ମହିଳା କମିଶନ ଅବା ଅନ୍ୟ କୌଣସି କମିଶନ ପକ୍ଷରୁ ନୋଟିସ୍ ପାଇ ନାହାନ୍ତି।

Advertisment

ଏହି ଅଭିଯୋଗକୁ ନେଇ ବିଜେପି ପକ୍ଷରୁ କୁମାର ବିଶ୍ୱାସଙ୍କୁ ତୀବ୍ର ସମାଲୋଚନା କରାଯାଇଛି।