Advertisment

ଗୁଜରାଟ ରସାୟନ କାରଖାନାରେ ବିସ୍ଫୋରଣ; ୫ ମୃତ, ୩୨ ଆହତ

ସୁରାଟ: ଗୁଜରାଟର ଭାରୁଚ୍‌ରେ ଥିବା ଦହେଜ ସ୍ୱତନ୍ତ୍ର ଆର୍ଥନୀତିକ ଅଂଚଳରେ ଏକ ରସାୟନ କାରଖାନାରେ ବିସ୍ଫୋରଣ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣାରେ ୩୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ। ତଦନ୍ତ ଜାରି ରହିଛି। ପୁଲିସ ସୂଚନା ଅନୁସାରେ ଭାରୁଚ୍‌ ଅଞ୍ଚଳର ଯଶସ୍ୱୀ ରସାୟନ ପ୍ରାଇଭେଟ୍‌ ଲିମିଟେଡର ଷ୍ଟୋରରେ ନିଆଁ ଲାଗିଯାଇଥିଲା। ମଧ୍ୟାହ୍ନ ସମୟରେ ସେଠାରେ ନିଆଁ ଜଳୁଥିବା ଦେଖାଯାଇଥିଲା। […]

ଗୁଜରାଟ ରସାୟନ କାରଖାନାରେ ବିସ୍ଫୋରଣ; ୫ ମୃତ, ୩୨ ଆହତ

jasasi

Advertisment

ସୁରାଟ: ଗୁଜରାଟର ଭାରୁଚ୍‌ରେ ଥିବା ଦହେଜ ସ୍ୱତନ୍ତ୍ର ଆର୍ଥନୀତିକ ଅଂଚଳରେ ଏକ ରସାୟନ କାରଖାନାରେ ବିସ୍ଫୋରଣ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣାରେ ୩୨ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି। ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ। ତଦନ୍ତ ଜାରି ରହିଛି।

Advertisment

ପୁଲିସ ସୂଚନା ଅନୁସାରେ ଭାରୁଚ୍‌ ଅଞ୍ଚଳର ଯଶସ୍ୱୀ ରସାୟନ ପ୍ରାଇଭେଟ୍‌ ଲିମିଟେଡର ଷ୍ଟୋରରେ ନିଆଁ ଲାଗିଯାଇଥିଲା। ମଧ୍ୟାହ୍ନ ସମୟରେ ସେଠାରେ ନିଆଁ ଜଳୁଥିବା ଦେଖାଯାଇଥିଲା। ତା’ପୂର୍ବରୁ ସେଠାରେ ବିସ୍ଫୋରଣ ଘଟିଥିଲା। ନିଆଁ ଲାଗିବା ପରେ ପ୍ରାୟ ୧୫ଟି ଦମକଳ ନିଆଁ ଲିଭା କାର୍ଯ୍ୟରେ ଲାଗିଥିଲେ। ସେମାନଙ୍କ ଚେଷ୍ଟାରେ ଅପରାହ୍ନ ୪ଟା ବେଳକୁ ନିଆଁ ଲିଭିଥିଲା। କିନ୍ତୁ ସେତେବେଳକୁ ୫ ଜଣଙ୍କର ମୃତ୍ୟୁ ହୋଇସାରିଥିଲା। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା କଥା ହେଲା ବିସ୍ଫୋରଣର ଶବ୍ଦ ପ୍ରାୟ ୨୦ କିଲୋମିଟର ଯାଏଁ ଶୁଣାଯାଇଥିଲା। ବିସ୍ଫୋରଣ ପରେ ନିଆଁ ଲାଗିବାରୁ କାରଖାନାରୁ ପ୍ରବଳ ଧୂଆଁ ଉଠିଥିଲା। ଏହି ଧୂଆଁ ମଧ୍ୟ ବହୁ ଦୂର ପର୍ଯ୍ୟନ୍ତ ଦେଖାଯାଇଥିଲା।

Advertisment

ବିସ୍ଫୋରଣ ଓ ନିଆଁରୁ ପାଖଆଖର ଅନ୍ୟ କାରଖାନାକୁ ନିରପଦ ରଖିବା ପାଇଁ ସଙ୍ଗେସଙ୍ଗେ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା ଓ କାରଖାନାଗୁଡ଼ିକ ବନ୍ଦ କରିଦିଆଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe