ନୂଆ ଶିକ୍ଷାନୀତି ଆଣିଲେ କେନ୍ଦ୍ର ସରକାର, କ’ଣ ରହିଛି ବ୍ୟବସ୍ଥା

ନୂଆଦିଲ୍ଲୀ: ଦୀର୍ଘ ୩୪ ବର୍ଷ ପରେ ଦେଶର ଶିକ୍ଷାନୀତିକୁ ସଂଶୋଧନ କରିଛନ୍ତି ମୋଦି ସରକାର। ଆଜି ନୂଆ ଶିକ୍ଷା ନୀତିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛନ୍ତି। ନୂଆ ଶିକ୍ଷାନୀତିରେ ଅନେକ ପ୍ରକାରର ପରିବର୍ତ୍ତନ କରାଯାଇଛି। କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବଙ୍କ ସୂଚନା ଅନୁଯାୟୀ, ୫ମ ଶ୍ରେଣୀ ଯାଏ ସ୍କୁଲ ଗୁଡ଼ିକରେ ପିଲାମାନଙ୍କୁ ଅତିକମରେ ଗୋଟିଏ ବିଷୟ ମାତୃଭାଷାରେ ପଢ଼ାଯିବ। ବୋର୍ଡ ପରୀକ୍ଷାର ଗୁରୁତ୍ୱ କମାଇବା ପାଇଁ ଶିକ୍ଷାନୀତିରେ ବ୍ୟବସ୍ଥା କରାଯାଇଛି। ବୋର୍ଡ ପରୀକ୍ଷାକୁ ଦୁଇ ଭାଗରେ ଅର୍ଥାତ […]

c

c

Hemant Lenka
  • Published: Wednesday, 29 July 2020
  • Updated: 29 July 2020, 08:07 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୩୪ ବର୍ଷ ପରେ ଦେଶର ଶିକ୍ଷାନୀତିକୁ ସଂଶୋଧନ କରିଛନ୍ତି ମୋଦି ସରକାର। ଆଜି ନୂଆ ଶିକ୍ଷା ନୀତିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛନ୍ତି। ନୂଆ ଶିକ୍ଷାନୀତିରେ ଅନେକ ପ୍ରକାରର ପରିବର୍ତ୍ତନ କରାଯାଇଛି।

କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବଙ୍କ ସୂଚନା ଅନୁଯାୟୀ, ୫ମ ଶ୍ରେଣୀ ଯାଏ ସ୍କୁଲ ଗୁଡ଼ିକରେ ପିଲାମାନଙ୍କୁ ଅତିକମରେ ଗୋଟିଏ ବିଷୟ ମାତୃଭାଷାରେ ପଢ଼ାଯିବ। ବୋର୍ଡ ପରୀକ୍ଷାର ଗୁରୁତ୍ୱ କମାଇବା ପାଇଁ ଶିକ୍ଷାନୀତିରେ ବ୍ୟବସ୍ଥା କରାଯାଇଛି। ବୋର୍ଡ ପରୀକ୍ଷାକୁ ଦୁଇ ଭାଗରେ ଅର୍ଥାତ ଅବଜେକଟିଭ ଓ ଡେସକ୍ରେଟିଭ ଭାବେ ଆୟୋଜନ କରାଯିବ। ଦରକାର ପଡ଼ିଲେ ବର୍ଷକୁ ଦୁଇ ଥର ପରୀକ୍ଷା କରାଯିବ। ପିଲାଙ୍କ ବୁଦ୍ଧିକୁ ପ୍ରଖର କରିବା ପାଇଁ ସେହି ଢାଞ୍ଚାରେ ବୋର୍ଡ ପରୀକ୍ଷା କରାଯିବ।

ପିଲାଙ୍କ ରିପୋର୍ଟ କାର୍ଡର ଢାଞ୍ଚା ବଦଳାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ରିପୋର୍ଟ କାର୍ଡରେ ଶିକ୍ଷାର୍ଥୀମାନେ ନିଜେ, ସହପାଠୀ ଓ ଶିକ୍ଷକ ରିପୋର୍ଟ ଦେବେ। ଏଥିରେ କେବଳ ମାର୍କ ରହିବ ନାହିଁ। ବରଂ ଏଥିରେ ସେମାନଙ୍କ ଦକ୍ଷତା ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ରହିବ।

୬ଷ୍ଠ ଶ୍ରେଣୀରୁ ପିଲାମାନଙ୍କୁ କୋଡିଂ ସମ୍ପର୍କରେ ଶିକ୍ଷାଦାନ କରାଯିବ। ଏହାକୁ ୨୧ତମ ଶତାବ୍ବୀର ଦକ୍ଷତା ବୃଦ୍ଧି ଭାବେ ବିବେଚନା କରାଯିବ। କମନ ଏଣ୍ଟ୍ରାନ୍ସ ଦେଇ ଆଡମିଶନ ପାଇଁ ଅଫର କରିବ ଏନଟିଏ। ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ନାଁ ଲେଖାଇବା ପାଇଁ କମନ ଏଣ୍ଟ୍ରାନ୍ସର ବ୍ୟବସ୍ଥା କରାଯିବ। ଅଧାରୁ ପାଠ ଓ ସ୍କୁଲ ଛାଡ଼ିଥିବା ପିଲାଙ୍କୁ ସ୍କୁଲ ଆଣିବାର ବ୍ୟବସ୍ଥା ମଧ୍ୟ କରାଯିବ।

୫ ବର୍ଷରୁ କମ ବୟସ୍କ ପିଲାଙ୍କ ଶିକ୍ଷାପ୍ରତି ଆକୃଷ୍ଠ କରିବା ପାଇଁ ବାଲବାଟିକା ତିଆରି କରାଯିବ। ପ୍ରଥମ ଶ୍ରେଣୀରେ ନାଁ ଲେଖାଇବା ପୂର୍ବରୁ ଛୋଟ ପିଲାଙ୍କୁ ଏଠାରେ ତାଲିମ ଦିଆଯିବ।

ସ୍କୁଲ ପିଲାଙ୍କୁ ସ୍ୱାସ୍ଥ୍ୟ କାର୍ଡ ଦିଆଯିବ ଓ କ୍ରମାଗତ ଭାବେ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ। ସ୍କୁଲରେ ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ମିଳିବ। ସର୍କୁଲମ କଣ୍ଟେଣ୍ଟକୁ ହ୍ରାସ କରିବାର ବ୍ୟବସ୍ଥା ନୂଆ ଶିକ୍ଷାନୀତିରେ ହୋଇଛି। ଆଇଡିଆ, ଆପ୍ଲିକେସ ଓ ପ୍ରୋବଲେମ ସମାଧାନ କରିବା ଭଳି ପାଠ୍ୟକ୍ରମକୁ ବହିରେ ସାମିଲ କରାଯିବ। କଥୋପକଥନ ଆଧାରେ ଶିକ୍ଷାଦାନ କରିବାକୁ ବ୍ୟବସ୍ଥା ହେବ ବୋଲି ନୂଆ ଶିକ୍ଷାନୀତିରେ କୁହାଯାଇଛି।

ସେହିପରି ଏଣିକି ବ୍ୟାଙ୍କ ପାସ୍ ବୁକ୍ ଭଳି ଉଚ୍ଚ ଶିକ୍ଷା ପାଇଁ ବି କ୍ରେଡିଟ୍ ବ୍ୟାଙ୍କ ରହିବ। ଏହାର ଅର୍ଥ ୪ ବର୍ଷର ଡିଗ୍ରୀ କୋର୍ସ ପାଇଁ କୋର୍ସ କ୍ରେଡିଟ ବ୍ୟବସ୍ଥା କରାଯିବ। ପ୍ରଥମ ବର୍ଷରୁ କେହି ପାଠ ଛାଡ଼ିଲେ ବି ସେମାନଙ୍କୁ ସାର୍ଟିଫିକେଟ ଯୋଗାଇ ଦିଆଯିବ।

ସେହିଭଳି ଅଧାରୁ ଶିକ୍ଷାର୍ଥୀମାନେ ବିରତି ନେଇପାରିବେ। ଏହାପରେ ସେ ପୁଣିଥରେ ପାଠପଢ଼ା ଆରମ୍ଭ କରିପାରିବେ। ଗ୍ରେଡ୍ ଅନୁସାରେ ସୁବିଧା ପାଇପାରିବେ ଉଚ୍ଚଶିକ୍ଷା ଅନୁଷ୍ଠାନ। ସବୁ ଉଚ୍ଚଶିକ୍ଷା ପାଇଁ ଗୋଟିଏ ରେଗୁଲେଟୋରୀ ଅଥରିଟି ରହିବ।

ଶିକ୍ଷା କ୍ଷେତ୍ରକୁ ଅଧିକ ବିକଶିତ କରିବା ପାଇଁ ଜିଡିପିର ୬% ଶିକ୍ଷା ବ୍ୟବସ୍ଥାରେ ଖର୍ଚ୍ଚ ପାଇଁ ପଲିସିରେ ବ୍ୟବସ୍ଥା କରାଯାଇଛି। ନ୍ୟାଶନାଲ ରିସର୍ଚ୍ଚ ଫାଉଣ୍ଡେସନ ଗଠନ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ନୂଆ ଶିକ୍ଷା ନୀତିରେ ପିଲାମାନଙ୍କ ବିଜ୍ଞାନ ଓ ଗଣିତ ଜ୍ଞାନକୁ ବୃଦ୍ଧି ପାଇଁ ପ୍ରୟାସ କରାଯିବ।

କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟରେ ଶିକ୍ଷାର୍ଥୀମାନେ ଦ୍ୱାଦଶ ଶ୍ରେଣୀ ଯାଏ ପାଠପଢ଼ିବାର ବ୍ୟବସ୍ଥା କରାଯିବ। ଧନ୍ଦାମୂଳକ ଶିକ୍ଷାକୁ ଅଧିକ ଫୋକସ କରାଯିବ। ଏଥିପାଇଁ ସ୍କୁଲରେ ଷଷ୍ଠ ଶ୍ରେଣୀରୁ ଧନ୍ଦାମୂଳକ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story