Advertisment

ଜାପାନର ପ୍ରମୁଖ ରେଳ ଏବେ ଅକ୍ଷୟଶକ୍ତିରେ ଚାଳିତ, ଶତପ୍ରତିଶତ ଲକ୍ଷ୍ୟରେ ନ୍ୟୁଜିଲ୍ୟାଣ୍ଡ

ଟୋକିଓ: ଜାପାନର ପ୍ରମୁଖ ରେଳଗାଡି ଗୁଡ଼ିକ ଏବେ ଅକ୍ଷୟଶକ୍ତି ସମ୍ପନ୍ନ। ପ୍ରାକୃତିକ ବିପର୍ଯ୍ୟୟ ପରବର୍ତ୍ତି ଗମନାଗମନ ବ୍ୟବସ୍ଥାରେ ସ୍ୱାଭାବିକ ସ୍ଥିତି ଆଣିବାକୁ ଲକ୍ଷ୍ୟ ରଖି ଜାପାନ ଏହି ଲକ୍ଷ୍ୟ ହାସଲ କରିଛି। ଟାକିଓ ଇଲେକ୍ଟ୍ରିକ ପାଓ୍ୱାର ମୁତାବକ, ଟୋକିଓରେ ଚାଲୁଥିବା ଟ୍ରେନଗୁଡ଼ିକର ଏବେ ଜଳ ବିଦ୍ୟୁତ୍ ଶକ୍ତି, ଭୂତତ୍ତ୍ୱ ଶକ୍ତି, ପବନ ଶକ୍ତି ଏବଂ ସୌର ଶକ୍ତି ଦ୍ୱାରା ପରିଚାଳିତ ହେଉଛି। ଫୁକୁସୀମାରେ ପରମାଣୁ ବିପର୍ଯ୍ୟୟ, ସୁନାମୀ, ଭୂମିକମ୍ପ ପ୍ରଭୃତି ଯୋଗୁ ନ୍ୟୁକ୍ଲିୟର ପ୍ଲାଣ୍ଟ ବନ୍ଦ ହୋଇଯାଇଛି। […]

ଅଦ୍ୟତନ ହୋଇଛି
ଜାପାନର ପ୍ରମୁଖ ରେଳ ଏବେ ଅକ୍ଷୟଶକ୍ତିରେ ଚାଳିତ, ଶତପ୍ରତିଶତ ଲକ୍ଷ୍ୟରେ ନ୍ୟୁଜିଲ୍ୟାଣ୍ଡ

railway

Advertisment

ଟୋକିଓ: ଜାପାନର ପ୍ରମୁଖ ରେଳଗାଡି ଗୁଡ଼ିକ ଏବେ ଅକ୍ଷୟଶକ୍ତି ସମ୍ପନ୍ନ। ପ୍ରାକୃତିକ ବିପର୍ଯ୍ୟୟ ପରବର୍ତ୍ତି ଗମନାଗମନ ବ୍ୟବସ୍ଥାରେ ସ୍ୱାଭାବିକ ସ୍ଥିତି ଆଣିବାକୁ ଲକ୍ଷ୍ୟ ରଖି ଜାପାନ ଏହି ଲକ୍ଷ୍ୟ ହାସଲ କରିଛି।

Advertisment

ଟାକିଓ ଇଲେକ୍ଟ୍ରିକ ପାଓ୍ୱାର ମୁତାବକ, ଟୋକିଓରେ ଚାଲୁଥିବା ଟ୍ରେନଗୁଡ଼ିକର ଏବେ ଜଳ ବିଦ୍ୟୁତ୍ ଶକ୍ତି, ଭୂତତ୍ତ୍ୱ ଶକ୍ତି, ପବନ ଶକ୍ତି ଏବଂ ସୌର ଶକ୍ତି ଦ୍ୱାରା ପରିଚାଳିତ ହେଉଛି। ଫୁକୁସୀମାରେ ପରମାଣୁ ବିପର୍ଯ୍ୟୟ, ସୁନାମୀ, ଭୂମିକମ୍ପ ପ୍ରଭୃତି ଯୋଗୁ ନ୍ୟୁକ୍ଲିୟର ପ୍ଲାଣ୍ଟ ବନ୍ଦ ହୋଇଯାଇଛି। ଦେଶକୁ କୋଇଲା ପାୱାର ପ୍ଲାଣ୍ଟ ଜରିଆରେ ବିଦ୍ୟୁତ ଉତ୍ପନ୍ନ କରିବାକୁ ବାଧ୍ୟ କରିଛି। ଏହା ଅଙ୍ଗାରକାମ୍ଳ ନିର୍ଗମନକୁ ବଢ଼ାଇଛି। ତେବେ ଏହି ଦେଶ ୨୦୩୦ ସୁଦ୍ଧା ତାର ଶକ୍ତି ଚାହିଦାର ୩୮ ପ୍ରତିଶତ ଅକ୍ଷୟଶକ୍ତିରୁ ହାସଲ କରିବାକୁ ଲକ୍ଷ୍ୟ ରଖିଛି।

ବ୍ୟସ୍ତବହୁଳ ଟୋକିଓର ଶିବୁୟା ରେଲଓ୍ୱେ ଲାଇନରେ ଚାଲୁଥିବା ଟ୍ରେନଗୁଡ଼ିକ ଏବେ ସମ୍ପୂର୍ଣ୍ଣ ଅକ୍ଷୟଶକ୍ତି ବ୍ୟବହାର କରୁଛନ୍ତି। ଚଳିତ ମାସ ପହିଲାରୁ ଏହା ଆରମ୍ଭ ହୋଇଯାଇଛି। ଏହାର ଅର୍ଥ ହେଉଛି ଟୋକିଓର ବିଶାଳ ସାତୋଟି ରୁଟରେ ଚଳାଚଳ କରୁଥିବା ଟ୍ରନ୍ ଲାଇନରେ ଏବଂ ଏହି ରୁଟରେ ବ୍ୟବହୃତ ସମସ୍ତ ବ୍ୟବସ୍ଥା ନିମନ୍ତେ ଅକ୍ଷୟଶକ୍ତି ବ୍ୟବହାର ହେଉଛି। ଷ୍ଟେସନ ସମେତ ଏଠାରେ ଥିବା ଦୋକାନ, ମେସିନ୍, ସିକ୍ୟୁରିଟି କ୍ୟାମେରା, ପାନୀୟଜଳ , ଲାଇଟ୍ ସବୁକିଛି ଏହି ଶକ୍ତିରେ ଚାଲୁଛି। ଟୋକିଓକୁ ୟୋକୋହାମା ସହିତ ଏହି ରେଳ ଲାଇନ୍ ଯୋଡିଛି। ୩୮୫୫ ଜଣ କର୍ମଚାରୀଙ୍କ ଜରିଆରେ କାମ କରୁଥିବା ଟୋକିୟୁ କମ୍ପାନୀ ଜାପାନାର ପ୍ରଥମ ରେଳ ଲାଇନ୍ ପରିଚାଳନା ସଂସ୍ଥା ଭାବେ ଏହି ଲକ୍ଷ୍ୟ ହାସଲ କରିଛି।

Advertisment

୫୬ ହଜାର ଲୋକ ଯେତିକି ଅଙ୍ଗାରକାମ୍ଳ ଛାଡିଥାନ୍ତି ତଦନୁ ପରିମାଣର ଅଙ୍ଗାରକାମ୍ଳ ଏହି ଅକ୍ଷୟଶକ୍ତି ବ୍ୟବହାର ଦ୍ୱାରା ରୋକାଯାଇପାରିଛି। ମିଚିଗାନ୍ ଷ୍ଟେଟ୍ ୟୁନିଭରସିଟି ସେଣ୍ଟରର ରେଳ ଅନୁସନ୍ଧାନ ଏବଂ ଶିକ୍ଷା କେନ୍ଦ୍ରର ରେଳ ଶିକ୍ଷା ନିର୍ଦ୍ଦେଶକ ନିକୋଲାସ୍ ଲିଟିଲ୍ କହିଛନ୍ତି, ଅକ୍ଷୟ ଶକ୍ତି ବ୍ୟବହାର ବୃଦ୍ଧି ପାଇଁ ଏହା ବାଟ ଦେଖାଇଛି। ଉପରସ୍ତରରୁ ତଳସ୍ତର ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଏଭଳି ଅକ୍ଷୟଶକ୍ତି ବ୍ୟବହାର ହୋଇପାରିବ। ଏହା ଦ୍ୱାରା ମଧ୍ୟ ବିଦ୍ୟୁତ ଶକ୍ତି ଉତ୍ପାଦନ ବଢ଼ାଇ ଲୋକଙ୍କ ଆବଶ୍ୟକତା ପୂରଣ କରାଯାଇପାରିବ। ଟୋକିଓ ଟ୍ରେନରେ ବ୍ୟବହାର ହେଉଥିବା ବିଦ୍ୟୁତ ଶକ୍ତି ମୁଖ୍ୟତଃ ପରିବେଶ ଅନୁକୂଳ। ବ୍ୟାଟେରୀ ଓ ହାଇଡ୍ରୋଜେନ ଶକ୍ତି ମଧ୍ୟ ଏହାର ଅନ୍ୟଦୁଇଟି ବିକଳ୍ପ ରହିଛି।

କୋଗାକୁଇନ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଇଲେକ୍ଟ୍ରି ରେଲଓ୍ୱେ ବ୍ୟବସ୍ଥାର ବିଶେଷଜ୍ଞ ରିୟା ଟାକାଗି କହିଛନ୍ତି, ବିଭିନ୍ନ ଶକ୍ତିକୁ ବ୍ୟବହାର କରିବା ଏତେ ସହଜ କଥା ନୁହେଁ। ତେବେ ଟ୍ରେନ ଚଳାଚଳରେ ଅକ୍ଷୟଶକ୍ତିର ବ୍ୟବହାର ହେବା ଖୁସିର କଥା। ବିଭିନ୍ନ ବାଧାବିଘ୍ନକୁ ସାମ୍ନା କରି ଏକ କମ୍ପାନୀ ସ୍ୱଚ୍ଛ ଶକ୍ତିର ବ୍ୟବହାର କରୁଛି।

ବିଶ୍ୱର ସର୍ବାଧିକ ଅଙ୍ଗାରକାମ୍ଳ ନିର୍ଗମ ଦେଶ ଭିତରେ ଷଷ୍ଠ ସ୍ଥାନରେ ରହିଛି ଜାପାନ। ଏବେ ବି ଶକ୍ତି ଚାହିଦା ପୂରଣ ନିମନ୍ତେ କୋଇଲା, ପଟ୍ରୋଲ, ଡିଜେଲ ପ୍ରଭୃତି ବ୍ୟବହାର ହେଉଛି। ତେବେ ୨୦୫୦ ସୁଦ୍ଧା ଅକ୍ଷୟଶକ୍ତି ବ୍ୟବହାର କରି ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ ଶକ୍ତି ସୃଷ୍ଟି ନିମନ୍ତେ ଏହା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଦେଶରେ ମୋଟ ଆବଶ୍ୟକତାର ୨୦ ପ୍ରତିଶତ ଶକ୍ତି ଅକ୍ଷୟଶକ୍ତି କ୍ଷେତ୍ରରୁ ସୃଷ୍ଟି କରିବାରେ ଜାପାନ ସଫଳ ହୋଇଛି।

ମାତ୍ର ଏହା ନ୍ୟୁଜିଲାଣ୍ଡ ଠାରୁ ବହୁ ପଛରେ ପଡ଼ିଯାଇଛି। ନ୍ୟୁଜଲ୍ୟାଣ୍ଡରେ ୮୪ ପ୍ରତିଶତ ବ୍ୟବହୃତ ଶକ୍ତି ଅକ୍ଷୟଶକ୍ତିରୁ ଉତ୍ପନ୍ନ ହେଉଛି। ୨୦୩୫ ସୁଦ୍ଧା ଏହି ଦେଶ ଶତ ପ୍ରତିଶତ ଆବଶ୍ୟକ ବିଦ୍ୟୁତ ଶକ୍ତି ଅକ୍ଷୟଶକ୍ତିରୁ ପାଇବାକୁ ଲକ୍ଷ୍ୟ ରଖିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe