Advertisment

ମକର ସଂକ୍ରାନ୍ତି ପାଇଁ ସୁନାର ଗୁଡ଼ି

ହାଇଦ୍ରାବାଦ: ଆଉ ଦିନକ ପରେ ସାରା ଦେଶରେ ବେଶ ଧୁମଧାମରେ ପାଳନ ହେବ ମକର ସଂକ୍ରାନ୍ତି। ଏହାକୁ ନେଇ ଆଜିଠାରୁ ହିଁ ସାରା ଭାରତରେ ଉତ୍ସବର ପରିବେଶ। ବିଭିନ୍ନ ରାଜ୍ୟରେ ଏହା ଅଲଗା ଅଲଗା ନାମରେ ପାଳିତ ହେଉଥିଲେ ବି ସେହି ସମାନ ମାନ୍ୟତା ରହିଛି। ଏହି ଦିନ ସୂର୍ଯ୍ୟଦେବ ଧନୁ ରାଶିରୁ ମକରରେ ପହଂଚିଥାନ୍ତି ତେଣୁ ଏହାକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ। ସୂର୍ଯ୍ୟଙ୍କର ଧନୁ ରାଶିରୁ ମକର ରାଶିକୁ ଯିବାର ମହତ୍ୱ ଏଇଥିପାଇଁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ମକର ସଂକ୍ରାନ୍ତି ପାଇଁ ସୁନାର ଗୁଡ଼ି

golden-kite

ହାଇଦ୍ରାବାଦ: ଆଉ ଦିନକ ପରେ ସାରା ଦେଶରେ ବେଶ ଧୁମଧାମରେ ପାଳନ ହେବ ମକର ସଂକ୍ରାନ୍ତି। ଏହାକୁ ନେଇ ଆଜିଠାରୁ ହିଁ ସାରା ଭାରତରେ ଉତ୍ସବର ପରିବେଶ। ବିଭିନ୍ନ ରାଜ୍ୟରେ ଏହା ଅଲଗା ଅଲଗା ନାମରେ ପାଳିତ ହେଉଥିଲେ ବି ସେହି ସମାନ ମାନ୍ୟତା ରହିଛି। ଏହି ଦିନ ସୂର୍ଯ୍ୟଦେବ ଧନୁ ରାଶିରୁ ମକରରେ ପହଂଚିଥାନ୍ତି ତେଣୁ ଏହାକୁ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ। ସୂର୍ଯ୍ୟଙ୍କର ଧନୁ ରାଶିରୁ ମକର ରାଶିକୁ ଯିବାର ମହତ୍ୱ ଏଇଥିପାଇଁ ରହିଛି କାରଣ ଏହି ସମୟରେ ସୂର୍ଯ୍ୟ ଦକ୍ଷିଣୟାନରୁ ଉତରାୟଣ ନେଇଥାନ୍ତି। ତେବେ ମକର ସଂକ୍ରାନ୍ତି ଦିନ ଗୁଡ଼ି ଉଡାଇବା ପରମ୍ପରା ମଧ୍ୟ ରହିଛି । ଏହା ବେଶ ପୁରୁଣା । ଏହି ଦିନ ଲୋକେ ସାର ଦେଶରେ ରଙ୍ଗ ବେରଙ୍ଗର ଗୁଡି ଉଡାଇଥା’ନ୍ତି।publive-image

Advertisment

ମକର ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ଗୁଡ଼ି ବଜାରରେ ମଧ୍ୟ ଭିଡ ଜମିଲାଣି । ଭିନ୍ନ ଭିନ୍ନ ପ୍ରକାରର ଗୁଡ଼ି ତିଆରି କରି ବ୍ୟବସାୟୀମାନେ ବଜାରରେ ବିକ୍ରି କରିବା ଆରମ୍ଭ କରିସାରିଲେଣି। ଚଳିତ ବର୍ଷ କରୋନା କଟକଣା ଭିତରେ ଲୋକଙ୍କୁ ସଚେତନ କରିବା ପାଇଁ କେଉଁଠି କରୋନା ଭାଇରସ ଗୁଡ଼ି ତ ଆଉ କେଉଁଠି ଫେସ ମାସ୍କ ଗୁଡ଼ି ବିକ୍ରି ହେଉଇଥିବା ଦେଖିବାକୁ ମିଳିଛି। ତେବେ ଏଭଳି ଜଣେ କରିଗର ଅଛନ୍ତି ଯିଏକି ମକର ସଂକ୍ରାନ୍ତି ପାଇଁ ସୁନା ଓ ରୁପାରେ ଗୁଡ଼ି ତିଆରି କିରଛନ୍ତି । କେବଳ ଗୁଡ଼ି ନୁହେଁ ମାଞ୍ଝା ଏବଂ ମାସ୍କ ମଧ୍ୟ ତିଆରି କରିଛନ୍ତି ସେ।

Advertisment


ହାଇଦ୍ରାବାଦର ଜଣେ କଳାକାର ଅଦ୍ଭୁତ ଗୁଡ଼ି ତିଆରି କରି ଏବେ ଚର୍ଚ୍ଚାକୁ ଆସିଛନ୍ତି। ସେ ସୁନା ଓ ରୁପାରେ ଏକ ଛୋଟ ଗୁଡ଼ି ତିଆରି କରିଛନ୍ତି, ଯାହା ଦେଖିବାକୁ ବେଶ ନିଆରା। ସୁନାରେ ତିଆରି ଏହି ଗୁଡ଼ିର ଓଜନ ୨.୫୮ ଗ୍ରାମ ରହିଛି ।  ଗୁଡ଼ି ବ୍ୟତୀତ ଏହି କଳାକାର ଜଣ ସୁନା ଓ ରୁପାରେ ଛୋଟ ମାସ୍କ ଓ ଗୁଡ଼ି ଉଡାଇବା ପାଇଁ ମାଞ୍ଝା ମଧ୍ୟ ତିଆରି କରିଛନ୍ତି।

ପ୍ରତି ବର୍ଷ ସେ ସୁନା ଏବଂ ରୁପାରେ କ୍ଷୁଦ୍ର ଗୁଡ଼ି ତିଆରି କରନ୍ତି ଏବଂ ମକର ସଂକ୍ରାନ୍ତି ପର୍ବ ଶେଷ ହେବା ପରେ ଏହାକୁ ତିରୁପତି ମନ୍ଦିରରେ ଦାନ କରିଦିଅନ୍ତି ବୋଲି ଏହି ନିଆରା ଗୁଡ଼ି ତିଆରି କରିଥିବା କଳାକାର ଜଣକ କହିଛନ୍ତି ।

Makara Sankranti