Advertisment

ମଲାଲାଙ୍କ ଆକ୍ରମଣକାରୀଙ୍କୁ ଆଜୀବନ ଜେଲ

ଇସଲାମବାଦ୍: ନୋବେଲ୍ ବିଜେତା ମଲାଲା ୟୁସାଫଜାଇଙ୍କ ଆକ୍ରମଣକାରୀମାନଙ୍କୁ ହୋଇଛି ଆଜୀବନ କାରାଦଣ୍ଡ। ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ଆଜି ଶୁଣାଇଛନ୍ତି ଏହି ରାୟ। ମଲାଲାଙ୍କୁ ଆକ୍ରମଣ କରିବା ଘଟଣାରେ ଗିରଫ ସମସ୍ତ ୧୦ ଜଣ ଆତଙ୍କବାଦୀଙ୍କୁ କୋର୍ଟ ଶୁଣାଇଛନ୍ତି ଏହି ଦଣ୍ଡାଦେଶ। ପାକିସ୍ତାନର ଆଇନ ମୁତାବକ ସେମାନେ ୨୫ ବର୍ଷ ଜେଲରେ ରହିବେ। ୨୦୧୨ରେ ତାଲିବାନରେ ଏହି ଆତଙ୍କବାଦୀମାନେ ମଲାଲାଙ୍କୁ ଗୁଳି କରି ଥିଲେ। ଗୋଟିଏ ଗୁଳି ମଲାଲାଙ୍କ ମୁଣ୍ଡରେ ବାଜିଥିଲା। ଏଥିପାଇଁ ସେ ଲଣ୍ଡନରେ ଚିକିତ୍ସିତ […]

author-image
Rakesh Mallick
ଅଦ୍ୟତନ ହୋଇଛି
ମଲାଲାଙ୍କ ଆକ୍ରମଣକାରୀଙ୍କୁ ଆଜୀବନ ଜେଲ

malala

ଇସଲାମବାଦ୍: ନୋବେଲ୍ ବିଜେତା ମଲାଲା ୟୁସାଫଜାଇଙ୍କ ଆକ୍ରମଣକାରୀମାନଙ୍କୁ ହୋଇଛି ଆଜୀବନ କାରାଦଣ୍ଡ। ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ଆଜି ଶୁଣାଇଛନ୍ତି ଏହି ରାୟ। ମଲାଲାଙ୍କୁ ଆକ୍ରମଣ କରିବା ଘଟଣାରେ ଗିରଫ ସମସ୍ତ ୧୦ ଜଣ ଆତଙ୍କବାଦୀଙ୍କୁ କୋର୍ଟ ଶୁଣାଇଛନ୍ତି ଏହି ଦଣ୍ଡାଦେଶ। ପାକିସ୍ତାନର ଆଇନ ମୁତାବକ ସେମାନେ ୨୫ ବର୍ଷ ଜେଲରେ ରହିବେ।

Advertisment

୨୦୧୨ରେ ତାଲିବାନରେ ଏହି ଆତଙ୍କବାଦୀମାନେ ମଲାଲାଙ୍କୁ ଗୁଳି କରି ଥିଲେ। ଗୋଟିଏ ଗୁଳି ମଲାଲାଙ୍କ ମୁଣ୍ଡରେ ବାଜିଥିଲା। ଏଥିପାଇଁ ସେ ଲଣ୍ଡନରେ ଚିକିତ୍ସିତ ହୋଇଥିଲେ। ଝିଅମାନଙ୍କ ଶିକ୍ଷାଧିକାର ନେଇ ମଲାଲା ଲଢ଼େଇ କରୁଥିବାରୁ ତାଲିବାନୀ ଆତଙ୍କବାଦୀମାନେ ତାଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣାକୁ ସାରା ବିଶ୍ୱ ନିନ୍ଦା କରିଥିଲା।

୨୦୧୪ ସେପ୍ଟେମ୍ବରରେ ପାକିସ୍ତାନ ସେନା ଏହି ୧୦ ଆତଙ୍କବାଦୀଙ୍କୁ ମଲାଲାଙ୍କୁ ଆକ୍ରମଣ କରିବା ଘଟଣାରେ ଗିରଫ କରିଥିଲା। ତା’ପରଠାରୁ କୋର୍ଟରେ ଏମାନଙ୍କର ବିଚାର ଚାଲିଥିଲା।
ଉଲାଲା ଏବେ ବ୍ରିଟେନରେ ରହୁଛନ୍ତି। ଗତବର୍ଷ ତାଙ୍କୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।

Advertisment