କୋଲକାତା: ପଶ୍ଚିମବଙ୍ଗରେ ସାଧାରଣ ନିର୍ବାଚନପାଇଁ ଶାସକ ତୃଣମୂଳ କଂଗ୍ରେସ ତା'ର ପ୍ରାର୍ଥି ତାଲିକାରେ ମହିଳାଙ୍କୁ ୪୧ ପ୍ରତିଶତ ଆରକ୍ଷଣ ଦେଇଛି। ଟିଏମସି ସୁପ୍ରିମୋ ମମତା ବାନାର୍ଜି ଆଜି ଟିଏମସି ପ୍ରାର୍ଥୀପତ୍ର ତାଲିକା ପ୍ରକାଶ କରିଛନ୍ତି। ଏଥିରେ ମୁନମୁନ ସେନଙ୍କ ସମେତ ତିନି ଜଣ ଲୋକପ୍ରିୟ ଫିଲ୍ମ ଅଭିନେତ୍ରୀଙ୍କୁ ମମତା ଲୋକସଭା ପ୍ରାର୍ଥି ଭାବେ ବାଛିଛନ୍ତି। ମମତାଙ୍କ ଏହି ପଦକ୍ଷେପକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ପ୍ରଶଂସା କରିଛନ୍ତି।
I want to thank Ma Mati Manush. Greetings to all. Today we announced our list of 2019 Lok Sabha candidates for Bengal & some other States.I am all the more happy & proud because 41% of our candidates (17/42 seats) are women. Trinamool’s list speaks for itself #UnityInDiversity
— Mamata Banerjee (@MamataOfficial) March 12, 2019
Immensely happy to see All India Trinamool Congress led by @MamataOfficial nominate over one-third #women candidates for ensuing #LokSabhaElections2019. With the gathering momentum, India could see a sea change in electoral & development domain https://t.co/5DCMvSyAzS
— Naveen Patnaik (@Naveen_Odisha) March 12, 2019
ସୂଚନାଯୋଗ୍ୟ, ଏହା ପୂର୍ବରୁ ଶ୍ରୀ ପଟ୍ଟନାୟକ ନିର୍ବାଚନରେ ମହିଳାଙ୍କୁ ୩୩ ପ୍ରତିଶତ ଆରକ୍ଷଣ ରହିବା ଉଚିତ ବୋଲି ଦର୍ଶାଇ ଦେଶର ସବୁ ଦଳର ନେତାଙ୍କୁ ଚିଠି ଲେଖିଥିଲେ।ଟିଏମସି ସୁପ୍ରିମୋ ଆଜି ଯେଉଁ ପ୍ରାର୍ଥି ତାଲିକା ପ୍ରକାଶ କରିଛନ୍ତି ସେଥିରେ ୧୦ ଜଣ ସାଂସଦଙ୍କର ଟିକଟ କଟାଯାଇଛି ।