Advertisment

କରୋନା ମାରିଦେଲା ମାନବିକତା: ରାସ୍ତାକଡ଼ରେ ଛଟପଟ ହୋଇ ଚାଲିଗଲା ଜୀବନ

ହାଇଦ୍ରାବାଦ: ସତକୁ ସତ କରୋନା ଯୋଗୁ ବଦଳି ଯାଇଛି ମାନବିକତା ଶବ୍ଦର ଅର୍ଥ। କରୋନା ସଂକ୍ରମଣ ଭୟରେ ରାସ୍ତା କଡ଼ର ଗଛ ତଳେ ପଡ଼ି ଆଜମାରେ ଛଟପଟ ହେଉଥିବା ଜଣେ ବ୍ୟକ୍ତିଙ୍କୁ କେହି ବି ଛୁଇଁଲେ ନାହିଁ କି ହସ୍ପିଟାଲ ନେଲେ ନାହିଁ। ପିପିଇ କିଟ ନଥିବାରୁ ଆମ୍ବୁଲାନ୍ସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ ହେଁ ବ୍ୟକ୍ତିଙ୍କୁ ହସ୍ପିଟାଲ ନେବାକୁ ସାହସ କରି ନଥିଲା। ପିପିଇ କିଟ୍ ପିନ୍ଧି ହସ୍ପିଟାଲ କର୍ତ୍ତୃପକ୍ଷ ଘଟଣା ସ୍ଥଳକୁ ଆସି ପହଞ୍ଚିବା […]

author-image
Hemant Lenka
ଅଦ୍ୟତନ ହୋଇଛି
କରୋନା ମାରିଦେଲା ମାନବିକତା: ରାସ୍ତାକଡ଼ରେ ଛଟପଟ ହୋଇ ଚାଲିଗଲା ଜୀବନ

କରୋନା ମାରିଦେଲା ମାନବିକତା

ହାଇଦ୍ରାବାଦ: ସତକୁ ସତ କରୋନା ଯୋଗୁ ବଦଳି ଯାଇଛି ମାନବିକତା ଶବ୍ଦର ଅର୍ଥ। କରୋନା ସଂକ୍ରମଣ ଭୟରେ ରାସ୍ତା କଡ଼ର ଗଛ ତଳେ ପଡ଼ି ଆଜମାରେ ଛଟପଟ ହେଉଥିବା ଜଣେ ବ୍ୟକ୍ତିଙ୍କୁ କେହି ବି ଛୁଇଁଲେ ନାହିଁ କି ହସ୍ପିଟାଲ ନେଲେ ନାହିଁ। ପିପିଇ କିଟ ନଥିବାରୁ ଆମ୍ବୁଲାନ୍ସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଥିଲେ ହେଁ ବ୍ୟକ୍ତିଙ୍କୁ ହସ୍ପିଟାଲ ନେବାକୁ ସାହସ କରି ନଥିଲା।

Advertisment

ପିପିଇ କିଟ୍ ପିନ୍ଧି ହସ୍ପିଟାଲ କର୍ତ୍ତୃପକ୍ଷ ଘଟଣା ସ୍ଥଳକୁ ଆସି ପହଞ୍ଚିବା ପୂର୍ବରୁ ହିଁ ୫୨ ବର୍ଷୀୟ ବ୍ୟକ୍ତି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ତେଲେଙ୍ଗାନାର ମେଡାକ ଜିଲ୍ଲାର ଚେଙ୍ଗୁଣ୍ଠାରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି।

ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଜଣେ ମହିଳା ରାସ୍ତା କଡ଼ ଗଛ ତଳେ ଶୋଇଥିବା ଜଣେ ବ୍ୟକ୍ତିଙ୍କ ସହ ଘଟିଥିବା ଘଟଣାକୁ ମୋବାଇଲରେ ରେକର୍ଡ କରିଛନ୍ତି।

Advertisment

ଭିଡିଓରେ ବ୍ୟକ୍ତି ଜଣଙ୍କ ତାଙ୍କ ଘର ସିକନ୍ଦରାବାଦରେ ହୋଇଥିବା ବେଳେ ସେ କିଛି କାମରେ ଏଠାକୁ ଆସିଥିବା କଥା କହୁଥିବା ଶୁଣିବାକୁ ମିଳୁଛି। ସେ ବସ୍‌ରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଚେଙ୍ଗୁଣ୍ଠାରେ ଓହ୍ଲାଇ ଦିଆଯାଇଥିଲା। ସେ ପରିବାର ଲୋକଙ୍କୁ ବି ଏ ବିଷୟରେ କହିଥିଲେ। ଏପରି କି କଷ୍ଟମଷ୍ଟେ ସେ ନିସ୍ତେଜ ହେବା ପୂର୍ବରୁ ତାଙ୍କ ପତ୍ନୀଙ୍କ ‍ଫୋନ ନମ୍ବର ବି ଶୁଟିଂ କରୁଥିବା ଲୋକଙ୍କୁ ଦେଇଥିଲେ।

ସୂଚନା ଅନୁଯାୟୀ, ବ୍ୟକ୍ତିଙ୍କ ଆଖପାଖରେ ପୁଲିସ୍‌ କର୍ମୀଙ୍କ ସହ ସାଧାରଣ ଲୋକ ଉପସ୍ଥିତ ରହିଥିଲେ। ତଥାପି କରୋନା ଭୟରେ ତାଙ୍କୁ କେହି ବି ସହଯୋଗ କରି ନଥିଲେ। ପୁଲିସ୍‌ ଆମ୍ବୁଲାନ୍ସକୁ ଫୋନ କରିଥିଲେ ହେଁ ପ୍ରାୟ ଘଣ୍ଟାଏ ପରେ ଗାଡ଼ି ଆସିଥିଲା। ତେବେ ଆମ୍ବୁଲାନ୍ସ କର୍ମଚାରୀମାନେ ପିପିଇ କିଟ୍‌ ପିନ୍ଧି ନଥିବାରୁ ବ୍ୟକ୍ତିଙ୍କୁ ଛୁଇଁ ନଥିଲେ।

ଏହାପରେ ପୁଲିସ୍‌ ଆଉ ଏକ ଆମ୍ବୁଲାନ୍ସକୁ ଫୋନ କରିଥିଲା। ଏହି ଆମ୍ବୁଲାନ୍ସଟି ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ହିଁ ବ୍ୟକ୍ତି ଜଣଙ୍କ ପ୍ରାଣ ହରାଇ ସାରିଥିଲେ।

ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ କାମାରେଡ୍ଡୀରୁ ବ୍ୟକ୍ତି ଜଣଙ୍କ ସିକନ୍ଦରାବାଦ ଯାଉଥିବା ବେଳେ ଅସୁସ୍ଥ ହୋଇଥିଲେ। ଏଥିପାଇଁ ସେ ଚେଙ୍ଗୁଣ୍ଠାରେ ଓହ୍ଲାଇ ପଡ଼ିଥିଲେ। ସେ ଚାଲିଚାଲି ହସ୍ପିଟାଲ ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ଅଧ ବାଟରେ ଟଳି ପଡ଼ିଥିଲେ।

Coronavirus