Advertisment

ବାସର ରାତି ପୂର୍ବରୁ ପତ୍ନୀଙ୍କ ପର୍ଣ୍ଣ ଭିଡିଓ ପାଇଲେ ସ୍ୱାମୀ

ବେଙ୍ଗାଲୁରୁ: ଜଣେ ୩୧ ବର୍ଷ ବୟସ୍କ ନବ ବିବାହିତଙ୍କ ଜୀବନରେ କିଛି ଏଳଭି ଘଟିଛି ଯାହା କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିବେ। ଏହି ବ୍ୟକ୍ତିଙ୍କ ବିବାହ ପରେ ବାସର ରାତି ପୂର୍ବରୁ ହିଁ ନିଜ ପତ୍ନୀଙ୍କ ପର୍ଣ୍ଣ ଭିଡିଓ ପାଇଛନ୍ତି। ଏଥିରେ ତାଙ୍କ ପତ୍ନୀ ଆଉ ଜଣେ ପୁରୁଷଙ୍କ ସହ ଥିବା ଅଭିଯୋଗ କରି ସେ ଥାନା ଦ୍ୱାରସ୍ଥ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ନବଦମ୍ପତ୍ତିଙ୍କର ବାସର ରାତି ଗତ ଡିସେମ୍ବର ୧୫ରେ ହେବାର ଥିଲା। […]

ଅଦ୍ୟତନ ହୋଇଛି
ବାସର ରାତି ପୂର୍ବରୁ ପତ୍ନୀଙ୍କ ପର୍ଣ୍ଣ ଭିଡିଓ ପାଇଲେ ସ୍ୱାମୀ

Mobile

Advertisment

ବେଙ୍ଗାଲୁରୁ: ଜଣେ ୩୧ ବର୍ଷ ବୟସ୍କ ନବ ବିବାହିତଙ୍କ ଜୀବନରେ କିଛି ଏଳଭି ଘଟିଛି ଯାହା କେହି ସ୍ୱପ୍ନରେ ସୁଦ୍ଧା ଭାବିନଥିବେ। ଏହି ବ୍ୟକ୍ତିଙ୍କ ବିବାହ ପରେ ବାସର ରାତି ପୂର୍ବରୁ ହିଁ ନିଜ ପତ୍ନୀଙ୍କ ପର୍ଣ୍ଣ ଭିଡିଓ ପାଇଛନ୍ତି। ଏଥିରେ ତାଙ୍କ ପତ୍ନୀ ଆଉ ଜଣେ ପୁରୁଷଙ୍କ ସହ ଥିବା ଅଭିଯୋଗ କରି ସେ ଥାନା ଦ୍ୱାରସ୍ଥ ହୋଇଛନ୍ତି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଏହି ନବଦମ୍ପତ୍ତିଙ୍କର ବାସର ରାତି ଗତ ଡିସେମ୍ବର ୧୫ରେ ହେବାର ଥିଲା। କିନ୍ତୁ ଅଭିଯୋଗ ଆଣିଥିବା ବ୍ୟକ୍ତି ଡିସେମ୍ବର ୧୩ ତାରିଖରେ ଫେସବୁକ ମେସେଞ୍ଜରରେ ତାଙ୍କ ପତ୍ନୀଙ୍କର କିଛି ଅଶ୍ଲୀଳ ଫଟୋ ଓ ଏକ ନମ୍ବର ପାଇଥିଲେ। ଏହାପରେ ସେ ଏହି ନମ୍ବରରେ ଫୋନ୍‌ କରିଥିଲେ। ସେପଟେ କଥା ହେଉଥିବା ବ୍ୟକ୍ତି ଜଣକ ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କ ପତ୍ନୀର ପ୍ରେମିକ ବୋଲି ପରିଚୟ ଦେଇଥିଲେ। ଉଭୟଙ୍କ ମଧ୍ୟରେ ୭ ବର୍ଷର ସମ୍ପର୍କ ଥିବା ସେ କହିଥିଲେ।

ଏହାପରେ ପର୍ଣ୍ଣ ଭିଡିଓ ଏବଂ କିଛି ହ୍ୱାଟ୍ସଆପ୍‌ ସ୍କ୍ରିନଶଟ୍‌ ମଧ୍ୟ ଆସିଥିଲା। ଫଳରେ ଏହି ନବ ବିବହାତ ବ୍ୟକ୍ତି ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ। ନିଜ ପତ୍ନୀଙ୍କ ପୂର୍ବ ପ୍ରେମ ସମ୍ପର୍କ ବାବଦରେ ତାଙ୍କୁ ଲୁଚାଯାଇଥିବା ଏବଂ ଠକାଯାଇଥିବା ସେ ଅଭିଯୋଗ ଆଣିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe