ପ୍ରେମ ପାଇଁ ନିଆରା ପ୍ରପୋଜ୍‌: ଗାଈ ଦେହରେ ଲେଖିଲେ ‘ୱିଲ୍ ୟୁ ମ୍ୟାରି ମି’

ନୂଆଦିଲ୍ଲୀ: ଇତିହାସ ସାକ୍ଷୀ ଅଛି। ନିଜ ପ୍ରେମିକାଙ୍କୁ ପାଇବା ପାଇଁ ପ୍ରେମିକମାନଙ୍କୁ କେତେ କ’ଣ କରିବାକୁ ପଡ଼ିଛି। ଭଲ ପାଇବାର ପ୍ରମାଣ ଦେବାକୁ ଯାଇ କେହି କେହି ଜୀବନକୁ ବାଜି ମଧ୍ୟ ଲଗାଇ ଦିଅନ୍ତି। ଆଉ କେହି ଲାଜରେ ହେଉ ବା ପ୍ରେମିକାଙ୍କୁ ଡରି ହେଉ, ନିଜ ଭଲ ପାଇବାର ପରିପ୍ରକାଶ ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଏବେ ସେହି ଭଲପାଇବାର ଏକ ଭିନ୍ନ କାହାଣୀ ସାମ୍ନାକୁ ଆସିଛି। ଯାହା ଜାଣିଲେ ଆପଣ ଚକିତ ହୋଇପଡ଼ିବେ। […]

cow

cow

Tapas Behera
  • Published: Tuesday, 04 September 2018
  • Updated: 04 September 2018, 05:55 PM IST

Sports

Latest News

ନୂଆଦିଲ୍ଲୀ: ଇତିହାସ ସାକ୍ଷୀ ଅଛି। ନିଜ ପ୍ରେମିକାଙ୍କୁ ପାଇବା ପାଇଁ ପ୍ରେମିକମାନଙ୍କୁ କେତେ କ’ଣ କରିବାକୁ ପଡ଼ିଛି। ଭଲ ପାଇବାର ପ୍ରମାଣ ଦେବାକୁ ଯାଇ କେହି କେହି ଜୀବନକୁ ବାଜି ମଧ୍ୟ ଲଗାଇ ଦିଅନ୍ତି। ଆଉ କେହି ଲାଜରେ ହେଉ ବା ପ୍ରେମିକାଙ୍କୁ ଡରି ହେଉ, ନିଜ ଭଲ ପାଇବାର ପରିପ୍ରକାଶ ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଏବେ ସେହି ଭଲପାଇବାର ଏକ ଭିନ୍ନ କାହାଣୀ ସାମ୍ନାକୁ ଆସିଛି।

ଯାହା ଜାଣିଲେ ଆପଣ ଚକିତ ହୋଇପଡ଼ିବେ। ଜଣେ ବ୍ୟକ୍ତି ନିଜ ପ୍ରେମକୁ ଜାହିର କରିବା ପାଇଁ ଗୋଟିଏ ଗାଈର ସାହାରା ନେଇଛନ୍ତି।  ଏଥିରେ ଗାଈ ମଧ୍ୟ ତାଙ୍କୁ ସାହଯ୍ୟ କରିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ହେଲେ କ୍ରିସ୍‌ ଗସ୍‌ପେଲ୍‌। ଯିଏ ଏକ ନିଆରା ଢ଼ଙ୍ଗରେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ପ୍ରେମ ନିବେଦନ କରିଛନ୍ତି। ଆଉ ଏଥିରେ ସଫଳ ବି ହୋଇଛନ୍ତି।

କ୍ରିସ୍‌ଙ୍କ ଗାର୍ଲଫ୍ରେଣ୍ଡ୍‌ ଗୋଟିଏ ଗାଈକୁ ଖୁବ୍‌ ଭଲ ପାଉଥିଲେ। ଏଥିସହିତ ସେ ସେଇ ଗାଈ ସହ ବହୁତ ସମୟ କାଟିବା କ୍ରିସ୍‌ ଦେଖିଥିଲେ। ଏକଥା ସେ ଜାଣିବା ପରେ ସେଇ ଗାଈ ଦେହରେ  “will you marry me” ଲେଖି ତାଙ୍କୁ ପ୍ରପୋଜ୍‌ କରିଥିଲେ। ଯାହାକି ତାଙ୍କ ପ୍ରେମିକା ହୃଦୟକୁ ଛୁଇଁପାରିଥିଲା, ଓ ସେ ତାଙ୍କ ପ୍ରସ୍ତାବରେ ହଁ ଭରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos