Advertisment

‘ହର୍‌ ଘର୍ ତ୍ରିରଙ୍ଗା’ ଅଭିଯାନରେ ବିଭୋର, କାର୍ ପଛରେ ଖର୍ଚ୍ଚ କଲେ ୨ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଅନୁଷ୍ଠିତ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ଦେଶ ସମସ୍ତ ନାଗରିକଙ୍କୁ ସେମାନଙ୍କ ଘରେ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଜାତୀୟ ପତାକା ଉଡ଼ାଇବାକୁ କୁହାଯାଇଥିଲା। ତେବେ କେନ୍ଦ୍ର ସରକାରଙ୍କ ଏହି ଅଭିଯାନରେ ଗୁଜରାଟର ଜଣେ ଯୁବକ ନିଆର ଢଙ୍ଗରେ ନିଜକୁ ସାମିଲ କରିଛନ୍ତି। ସେ ନିଜ କାର୍‌କୁ ‘ତ୍ରିରଙ୍ଗା’ ଭଳି ରଙ୍ଗ କରିଛନ୍ତି। ଆଉ ଏଥିପାଇଁ ସେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। #WATCH […]

ଅଦ୍ୟତନ ହୋଇଛି
‘ହର୍‌ ଘର୍ ତ୍ରିରଙ୍ଗା’ ଅଭିଯାନରେ ବିଭୋର, କାର୍ ପଛରେ ଖର୍ଚ୍ଚ କଲେ ୨ ଲକ୍ଷ ଟଙ୍କା

car

Advertisment

ନୂଆଦିଲ୍ଲୀ: ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଅନୁଷ୍ଠିତ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ଦେଶ ସମସ୍ତ ନାଗରିକଙ୍କୁ ସେମାନଙ୍କ ଘରେ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଜାତୀୟ ପତାକା ଉଡ଼ାଇବାକୁ କୁହାଯାଇଥିଲା। ତେବେ କେନ୍ଦ୍ର ସରକାରଙ୍କ ଏହି ଅଭିଯାନରେ ଗୁଜରାଟର ଜଣେ ଯୁବକ ନିଆର ଢଙ୍ଗରେ ନିଜକୁ ସାମିଲ କରିଛନ୍ତି। ସେ ନିଜ କାର୍‌କୁ ‘ତ୍ରିରଙ୍ଗା’ ଭଳି ରଙ୍ଗ କରିଛନ୍ତି। ଆଉ ଏଥିପାଇଁ ସେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।

Advertisment

https://twitter.com/ANI/status/1558760221538787328?s=20&t=6uNBJgjad4C-tR08xTzpow

ଏହି ଯୁବକଙ୍କ ନାଁ ସିଦ୍ଧାର୍ଥ ଦୋଷୀ। ତାଙ୍କ ଘର ଗୁଜରାଟର ସୁରଟରେ। ସେ ତାଙ୍କର କାର୍‌ ଧରି ନୂଆଦିଲ୍ଲୀ ଆସିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଚାହୁଁଛନ୍ତି।

Advertisment

ଲୋକଙ୍କ ମଧ୍ୟରେ ‘ହର୍ ଘର୍‌ ତ୍ରିରଙ୍ଗା’ ଅଭିଯାନ ପ୍ରତି ଉତ୍ସାହ ବଢ଼ାଇବା ତଥା ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ସେ ତାଙ୍କ କାର୍‌ଟିକୁ ଏଭଳି ରୂପ ଦେଇଛନ୍ତି ବୋଲି କହିଛନ୍ତି ସିଦ୍ଧାର୍ଥ। ତାଙ୍କ କାର୍‌ର ଭିଡିଓ ଏବେ ସୋଶାଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe