Advertisment

ଆଶ୍ଚର୍ଯ୍ୟ! ପୋଷା କୁକୁର ନାଁରେ କରିଦେଲେ ଅଧା ସମ୍ପତ୍ତି, ଜାଣନ୍ତୁ ପୁରା ମାମଲା

ଭୋପାଲ: ପୈତୃକ ସମ୍ପତ୍ତି ଉପରେ ସାଧାରଣତଃ ପିଲାମାନଙ୍କର ଅଧିକାର ରହିଥାଏ। କିନ୍ତୁ ମଧ୍ୟପ୍ରଦେଶର ଛିନ୍ଦୱାଡାରୁ ଏକ ସ୍ୱତନ୍ତ୍ର ମାମଲା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଅଞ୍ଚଳର ବାଡିବାଡା ଗାଁରେ ରହୁଥିବା ଓମ୍ ନାରାୟଣ ତାଙ୍କର ଅଧା ସମ୍ପତ୍ତିକୁ ନିଜ କୁକୁର ଜ୍ୟାକି ନାଁରେ କରିଦେଇଛନ୍ତି । ଓମ୍ ନାରାୟଣ ନିଜ ପୁଅମାନଙ୍କୁ ଛାଡି ତାଙ୍କ କୁକୁର ନାମରେ ଅଧା ସମ୍ପତ୍ତି କରିଦେବା ପଛରେ ରହିଛି ଏକ ରୋଚକ କାହାଣୀ। A 50-year-old […]

ଆଶ୍ଚର୍ଯ୍ୟ! ପୋଷା କୁକୁର ନାଁରେ କରିଦେଲେ ଅଧା ସମ୍ପତ୍ତି, ଜାଣନ୍ତୁ ପୁରା ମାମଲା

Dog

Advertisment

ଭୋପାଲ: ପୈତୃକ ସମ୍ପତ୍ତି ଉପରେ ସାଧାରଣତଃ ପିଲାମାନଙ୍କର ଅଧିକାର ରହିଥାଏ। କିନ୍ତୁ ମଧ୍ୟପ୍ରଦେଶର ଛିନ୍ଦୱାଡାରୁ ଏକ ସ୍ୱତନ୍ତ୍ର ମାମଲା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଅଞ୍ଚଳର ବାଡିବାଡା ଗାଁରେ ରହୁଥିବା ଓମ୍ ନାରାୟଣ ତାଙ୍କର ଅଧା ସମ୍ପତ୍ତିକୁ ନିଜ କୁକୁର ଜ୍ୟାକି ନାଁରେ କରିଦେଇଛନ୍ତି । ଓମ୍ ନାରାୟଣ ନିଜ ପୁଅମାନଙ୍କୁ ଛାଡି ତାଙ୍କ କୁକୁର ନାମରେ ଅଧା ସମ୍ପତ୍ତି କରିଦେବା ପଛରେ ରହିଛି ଏକ ରୋଚକ କାହାଣୀ।
https://twitter.com/Anurag_Dwary/status/1344641030650359808?s=20

Advertisment

ମିଳିଥିବା ସୂଚନା ଅନୁଯାୟୀ, ପୁଅମାନଙ୍କ ଆଚରଣରେ ଅସନ୍ତୁଷ୍ଟ ହୋଇ ଶେଷରେ କୃଷକ ଓମ ନାରାୟଣ ନିଜ ପତ୍ନୀ ଏବଂ କୁକୁର ନାମରେ ତାଙ୍କ ସମ୍ପତ୍ତି କରିବାକୁ ନିଷ୍ପତ୍ତି ନେଇଥିଲେ। ଓମ୍ ନାରାୟଣ ଏବଂ ତାଙ୍କ ପୁଅମାନଙ୍କ ମଧ୍ୟରେ ପ୍ରତିଦିନ ବିବାଦ ଲାଗି ରହୁଥିଲା। ଏହି କାରଣରୁ ସେ ତାଙ୍କ ପୁଅମାନଙ୍କୁ ସମ୍ପତ୍ତିର ଅଂଶୀଦାର କରିନଥିଲେ ।

ଓମ୍ ନାରାୟଣ ଏକ ଲିଗାଲ ଲେଟର୍ ମାଧ୍ୟମରେ କୁକୁରକୁ ତାଙ୍କ ସମ୍ପତ୍ତିର ଉତ୍ତରାଧିକାରୀ ଭାବରେ ଘୋଷଣା କରିଛନ୍ତି । ଓମ୍ ନାରାୟଣ ଲେଖିଛନ୍ତି ଯେ 'ମୋ ପତ୍ନୀ ଏବଂ ପୋଷା କୁକୁର ମୋର ସେବା କରନ୍ତି, ତେଣୁ ସେମାନେ ମୋ ପାଇଁ ଅତି ପ୍ରିୟ ଅଟନ୍ତି । ଓମ୍ ନାରାୟଣ ଆହୁରି ମଧ୍ୟ ଲେଖିଛନ୍ତି, 'ମୋ ମୃତ୍ୟୁ ପରେ ସମ୍ପୂର୍ଣ୍ଣ ସମ୍ପତ୍ତିର ଅଧିକାରୀ ମୋ ପତ୍ନୀ ଚମ୍ପା ବର୍ମା ଏବଂ ପୋଷା କୁକୁର ରହିବେ । ମୋ କୁକୁରକୁ ସମ୍ପତ୍ତିର ପରବର୍ତ୍ତୀ ଉତ୍ତରାଧିକାରୀ ଭାବରେ ବିବେଚନା କରାଯିବ।'

Advertisment

ପାରିବାରିକ କଳହ ହେତୁ କ୍ରୋଧିତ ହୋଇ ଓମ ନାରାୟଣ ନିଜ କୁକୁର ନାଁରେ ୨ ଏକର କମି ଲେଖି ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହି ପାରିବାରିକ କଳହର ସମାଧାନ ହୋଇସାରିଥିବା ସୂଚନା ମିଳିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe