Advertisment

ମାନବଚାଲାଣ ରୋକିବାକୁ ପ୍ରସ୍ତୁତ ହେବ ନୂଆ ଯୋଜନା: ରାଜନାଥ ସିଂହ

ନୂଆଦିଲ୍ଲୀ: ଦେଶରେ ମାନବଚାଲାଣ ରୋକିବାକୁ ପ୍ରସ୍ତୁତ ହେବ ନୂଆ ଯୋଜନା। ଏଥିରେ ସଂପୃକ୍ତ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦିଲ୍ଲୀରେ ଆୟୋଜିତ କର୍ମଶାଳାରେ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ମାନବଚାଲାଣ ଭଳି ଘୃଣ୍ୟ ଅପରାଧ ରୋକିବା ଲାଗି ରାଜ୍ୟ-କେନ୍ଦ୍ର ସହଯୋଗ ଭିତ୍ତିରେ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ଏହି ଜାତୀୟ କର୍ମଶାଳାରେ ମାନବଚାଲାଣ ରୋକିବା ଉପରେ ବିଚାରବିମର୍ଷ ହୋଇଥିଲା। ଏହି ଅପରାଧର ଶିକାର ବ୍ୟକ୍ତିଙ୍କ ଥଇଥାନକୁ ଗୁରୁତ୍ୱ ଦିଆଯାଇଛି। […]

ମାନବଚାଲାଣ ରୋକିବାକୁ ପ୍ରସ୍ତୁତ ହେବ ନୂଆ ଯୋଜନା: ରାଜନାଥ ସିଂହ

rajnath

Advertisment

ନୂଆଦିଲ୍ଲୀ: ଦେଶରେ ମାନବଚାଲାଣ ରୋକିବାକୁ ପ୍ରସ୍ତୁତ ହେବ ନୂଆ ଯୋଜନା। ଏଥିରେ ସଂପୃକ୍ତ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦିଲ୍ଲୀରେ ଆୟୋଜିତ କର୍ମଶାଳାରେ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ମାନବଚାଲାଣ ଭଳି ଘୃଣ୍ୟ ଅପରାଧ ରୋକିବା ଲାଗି ରାଜ୍ୟ-କେନ୍ଦ୍ର ସହଯୋଗ ଭିତ୍ତିରେ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

Advertisment

ନୂଆଦିଲ୍ଲୀରେ ଆୟୋଜିତ ଏହି ଜାତୀୟ କର୍ମଶାଳାରେ ମାନବଚାଲାଣ ରୋକିବା ଉପରେ ବିଚାରବିମର୍ଷ ହୋଇଥିଲା। ଏହି ଅପରାଧର ଶିକାର ବ୍ୟକ୍ତିଙ୍କ ଥଇଥାନକୁ ଗୁରୁତ୍ୱ ଦିଆଯାଇଛି।

ଓଡ଼ିଶାରେ ବି ମାନବଚାଲାଣ ସମସ୍ୟା କିଛି କମ୍ ନୁହେଁ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଶିଶୁ ଓ ଯୁବତୀମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ରାଜ୍ୟ ବାହାରକୁ ଚାଲାଣ କରାଯିବାର ନଜିର ରହିଛି। ତେବେ ଅପରେସନ ସ୍ମାଇଲ ଓ ମୁସ୍କାନ ଜରିଆରେ ନିଖୋଜ ପିଲାଙ୍କୁ ଉଦ୍ଧାର ଲାଗି ପ୍ରୟାସ ଜାରି ରହିଛି। ଗତ ଜାନୁଆରୀ ୧୫ ସୁଦ୍ଧା ଅପରେସନ୍ ସ୍ମାଇଲ ଜରିଆରେ ରାଜ୍ୟରେ ମୋଟ ୩୩୫ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ସେହିପରି ଅପରେସନ୍ ମୁସ୍କାନରେ ଓଡ଼ିଶା ସମେତ ୧୦ଟି ରାଜ୍ୟରୁ ୮୭ ଜଣ ଉଦ୍ଧାର ହୋଇଛନ୍ତି ବୋଲି କହିଛନ୍ତି ରାଜ୍ୟର କ୍ରାଇମବ୍ରାଞ୍ଚ୍ ଆଇଜି ଅରୁଣ ବୋଥ୍ରା।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe